ସାବାସ୍ ସାହସୀ ବାଳିକା! ନିଜ ସହ ୨୪ ଝିଅଙ୍କୁ କଲା ଉଦ୍ଧାର: ଜାଣନ୍ତୁ, କେମିତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ସାବାସ୍ ସାହସୀ ବାଳିକା! ନିଜ ସହ ୨୪ ଝିଅଙ୍କୁ କଲା ଉଦ୍ଧାର: ଜାଣନ୍ତୁ, କେମିତି?

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର୍ ): ନିଛାଟିଆ ରାତିରେ ସୁଯୋଗ ପାଇବା ମାତ୍ରେ ନରରୂପୀ ରାକ୍ଷସମାନଙ୍କୁ ଚକ୍‌ମା ଦେଇ ଖସି ଆସିଲା ୧୦ ବର୍ଷର ଝିଅଟି। ଏକା ଏକା ଚାଲିଲା ପୁଲିସ୍ ଷ୍ଟେସନ୍। ଥାନାରେ ପହଞ୍ଚିଲା ବେଳକୁ ରାତି ପାଖାପାଖି ସାଢ଼େ ଦଶଟା। ଆଉ ଝିଅ ମୁହଁରୁ ସଙ୍ଗିନ ଅଭିଯୋଗ ଶୁଣିବା ପରେ ତତ୍‌କ୍ଷଣାତ୍ ଆରମ୍ଭ ହୋଇଥିଲା ପୁଲିସର କାର୍ଯ୍ୟାନୁଷ୍ଠାନ। ଚଢ଼ାଉ ପରେ ଖୋଲିଲା କନ୍ୟା ଶେଲ୍‌ଟର ହୋମ୍‌ରେ ଚାଲିଥିବା ଯାବତୀୟ ଯୌନ ବ୍ୟଭିଚାରର ପେଡ଼ି, ଆଉ ଉଦ୍ଧାର ହେଲେ ଅନ୍ୟ ୨୪ ଜଣ ଝିଅ।

ଆସନ୍ତୁ ଜାଣିବା, କେମିତି ଖୋଲିଲା, ତ୍ତରପ୍ରଦେଶ ଦେଓରିଆର ବିନ୍ଧ୍ୟବାସିନୀ ମହିଳା ପ୍ରକିଶନ ଏବଂ ସମାଜ ସେବା ସଂସ୍ଥାରେ ବାଳିକାଙ୍କୁ ଦିଆଯାଉଥିବା ଯୌନ ଉତ୍ପୀଡ଼ନର ଗୁମର।

ଏହି ମହିଳା ଶେଲ୍‌ଟର୍‌ ହୋମ୍‌ରେ ରହୁଥିବା ଝିଅମାନଙ୍କୁ ଦିଆଯାଉଥିବା ଯୌନ ଉତ୍ପୀଡ଼ନ ସମ୍ପର୍କରେ ପୁଲିସକୁ ସୂଚନା ଦେବା ପାଇଁ ମନରେ ସାହସ ଜୁଟାଇଥିଲା ସେଠାକାର ଜଣେ ୧୦ ବର୍ଷର ଝିଅ। ଝିଅଟି କେବଳ ସୁଯୋଗକୁ ଅପେକ୍ଷା କରି ରହିଥିଲା। ଆଉ ଗତ ତିନି ଦିନ ତଳେ ଏହି ସୁଯୋଗ ମିଳିବା ମାତ୍ରେ ରାତିରେ ହିଁ ଶେଲ୍‌ଟର୍ ହୋମ୍‌ର କଡ଼ା ସୁରକ୍ଷା ବଳୟ ଭିତରୁ ବାହରି ଆସିଥିଲା ଏହି ଝିଅ। ନିଛାଟିଆ ରାତିରେ ଏକମୁହାଁ ହୋଇ ଚାଲିଲା ନିକଟସ୍ଥ ଥାନାକୁ।

ରାତି ପ୍ରାୟ ୧୦ଟା ୩୦ରେ ଥାନାରେ ପହଞ୍ଚି ସିଧାସଳଖ ସେଠାକାର ପୁଲିସ ଅଧିକାରୀଙ୍କୁ କହିଲା ଶେଲ୍‌ଟର୍ ହୋମ୍‌ରେ ଚାଲିଥିବା ବ୍ୟଭିଚାରର କାହାଣୀ। କହିଥିଲା, ରାତି ହେଲେ ନାଲି, ଧଳା ଓ କଳା ରଙ୍ଗର କାର୍‌ରେ ଶେଲ୍‌ଟର୍‌ ହୋମ୍‌ର ଝିଅମାନଙ୍କୁ ନିଆଯାଉଛି ଏବଂ ପରଦିନ ସକାଳୁ ପୁଣି ଫେରାଇ ଅଣାଯାଉଛି।

ଏଭଳି ସଙ୍ଗିନ ଅଭିଯୋଗ ପାଇବା ମାତ୍ରେ ପୁଲିସ ରାତି ପ୍ରାୟ ୧୧ଟା ବେଳକୁ ବିନ୍ଧ୍ୟବାସିନୀ ଶେଲ୍‌ଟର୍ ହୋମ୍‌ରେ ଚଢ଼ାଉ କରିଥିଲା। ସେଠାରେ ଥିବା ଅନ୍ୟ ୨୪ ଜଣ ଝିଅଙ୍କୁ ଉଦ୍ଧାର କରାଯିବା ସହ ଶେଲ୍‌ଟର୍‌ ହୋମ୍‌ର ମହିଳା ମ୍ୟାନେଜର୍ ଗିରିଜା ତ୍ରିପାଠୀ ଓ ତାଙ୍କ ସ୍ୱାମୀ ମୋହନ ତ୍ରାପାଠୀଙ୍କୁ ଗିରଫ କରାଯାଇଛି। ଏହା ବ୍ୟତୀତ ଅନ୍ୟ ୫ ଜଣଙ୍କ ନାଁରେ ମଧ୍ୟ ଏତଲା ରୁଜୁ ହୋଇଛି। ତେବେ ସେହି ଶେଲ୍‌ଟର୍‌ ହୋମ୍‌ରୁ ଆଉ କିଛି ଝିଅ ଏବେ ବି ନିଖୋଜ ଥିବା ଜଣାପଡ଼ିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏବେ ଠାବ ହୋଇଥିବା ଉତ୍ତରପ୍ରଦେଶର ଏହି ବିନ୍ଧ୍ୟବାସିନୀ ଶେଲ୍‌ଟର୍ ହୋମକୁ ପୂର୍ବରୁ ଅନୈତିକ କାର୍ଯ୍ୟ ପାଇଁ ସିଲ୍ କରାଯିବା ସହ ଏହାର ଲାଇସେନ୍ସକୁ ମଧ୍ୟ ରଦ୍ଦ କରାଯାଇଥିଲା। ପ୍ରଶ୍ନ ଉଠୁଛି, ଲାଇସେନ୍ସ୍ ରଦ୍ଦ ହୋଇଥିବା ଏହି ଶେଲ୍‌ଟର୍ ହୋମ୍ ଚାଲୁଥିଲା କେମିତି ?

ସାରା ଦେଶରେ ବାସହୀନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଶେଲ୍‌ଟର୍ ହୋମ୍‌ଗୁଡ଼ିକ ଏମାନଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାର ପ୍ରମୁଖ ସ୍ଥାନ ପାଲଟିଛି। ଏପରିକି ବାସହୀନ ନାବାଳିକାମାନଙ୍କ ପାଇଁ ଏହା ଏକ ସୁରକ୍ଷିତ ସ୍ଥାନ ଭାବେ ବିବେଚନା କରାଯାଏ। ଉଦ୍‌ବେଗର କଥା, ପ୍ରଥମେ ବିହାର ଏବଂ ଏବେ ଉତ୍ତରପ୍ରେଦଶର ଶେଲ୍‌ଟର୍‌ ହୋମ୍‌ରୁ ବାଳିକାଙ୍କୁ ଯୌନ ଉତ୍ପୀଡ଼ନର କାହାଣୀ ପଦାକୁ ଆସିବା ପରେ ଏଠାରେ ଝିଅଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



from OdishaReporter https://ift.tt/2AOK3Zl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages