ମିଶନ୍ ୨୦୧୯ ପାଇଁ କଂଗ୍ରେସର ରୋଡ୍ ମ୍ୟାପ୍: ବିଦା ହେବେ ‘ନିକମ୍ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ମିଶନ୍ ୨୦୧୯ ପାଇଁ କଂଗ୍ରେସର ରୋଡ୍ ମ୍ୟାପ୍: ବିଦା ହେବେ ‘ନିକମ୍ମା’

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ମିଶନ ୨୦୧୯ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ମନ୍ଥନ। ଦଳ ପାଇଁ ଭଲ କାମ କଲେ ନେତାଙ୍କୁ ପୁରସ୍କାର ମିଳିବ। ଆଉ ଦଳରେ ଥିବା ‘ନିକମ୍ମାମାନଙ୍କୁ’ ତଡ଼ିଦିଆଯିବ ବୋଲି ସୂଚନା ମିଳିଛି।

ଏଥିସହ ଆସନ୍ତା ୧୫ ଦିନ ମଧ୍ୟରେ ପ୍ରାୟ ୫୦ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ କଂଗ୍ରେସ। ଖାଲି ସେତିକି ନୁହେଁ, ରାଜସ୍ଥାନ ଢାଞ୍ଚାରେ ଓଡ଼ିଶାରେ ଆରମ୍ଭ ହେବ ‘ମୋ ବୁଥ୍’ ମୋ ଗୌରବ’ କାର୍ଯ୍ୟକ୍ରମ।

ଭୁବନେଶ୍ୱରରେ ଚାଲିଥିବା ମାନସମନ୍ଥନ ବୈଠକରେ ଏନେଇ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି ।  ସାଂପ୍ରତିକ ରାଜନୀତିକ ସ୍ଥିତିକୁ ଦେଖି ପିସିସି କମିଟି ସଦସ୍ୟଙ୍କୁ ନିର୍ଦ୍ଦିଷ୍ଟ ଟାସ୍କ ଦିଆଯାଇଛି।  ଯେଉଁ କର୍ମକର୍ତ୍ତା ଭଲ କାମ କରିବେ, ତାଙ୍କୁ ପଦୋନ୍ନତି ଏବଂ ଯିଏ କାମ ନ କରିବେ, ତାଙ୍କୁ ବାହାରର ରାସ୍ତା ଦେଖାଇ ଦିଆଯିବ ବୋଲି ଚେତାଇ ଦିଆଯାଇଛି ।

ଭୁବନେଶ୍ୱରରେ ନବଗଠିତ ପିସିସିର ଆଜି ପ୍ରଥମ ବୈଠକ ଥିଲା। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, କେନ୍ଦ୍ରୀୟ କମିଟି, ନୂଆ କର୍ମକର୍ତ୍ତା ଓ ରାଜ୍ୟର ତୁଙ୍ଗ ନେତାମାନେ ଉପସ୍ଥିତ ଥିଲେ ।

ଆଗାମୀ ନିର୍ବାଚନ ପାଇଁ ବୈଠକରେ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ୩୧ ତାରିଖ ସୁଦ୍ଧା ନ ହେଲେ ମଧ୍ୟ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ।

ଅତିକମ୍‌ରେ ୫୦ ଜଣ ପ୍ରାର୍ଥୀଙ୍କ ନାଁ  ଘୋଷଣା ଲାଗି ସ୍ଥିର ହୋଇଛି। ଆସନ୍ତାକାଲି ବସିବାକୁ ଯାଉଥିବା ନିର୍ବାଚନୀ କମିଟି ବୈଠକରେ ପ୍ରାର୍ଥୀ ତାଲିକା ଉପରେ ମୋହର ବାଜିବାର ସମ୍ଭାବନା ରହିଛି।

ଆଗୁଆ ପ୍ରାର୍ଥୀ ଚୟନ ଭଳି କଂଗ୍ରେସ ଆଗୁଆ ବୁଥ୍ ଏଜେଣ୍ଟଙ୍କୁ ଚିହ୍ନଟ କରିବ। ରାଜସ୍ଥାନରେ ସଫଳ ହୋଇଥିବା ‘ମୋ ବୁଥ୍ ମୋ ଗୌରବ’ ଢାଞ୍ଚାକୁ ଓଡ଼ିଶାରେ ପ୍ରୟୋଗ କରାଯିବ। ଏହି  ଢାଞ୍ଚା ଅନୁଯାୟୀ ଏବେଠାରୁ ବୁଥ୍ ଲେଭଲ୍ ଏଜେଣ୍ଟ ଓ ବୁଥ୍ ଲେଭଲ୍ ଅଧ୍ୟକ୍ଷ ନିଯୁକ୍ତ କରାଯିବ। ପ୍ରତ୍ୟେକ ବୁଥ୍‌ରେ କେତେ  କଂଗ୍ରେସ ଭୋଟର ଅଛନ୍ତି ଓ କେଉଁମାନେ ଅନ୍ୟ ଦଳକୁ ସମର୍ଥନ କରୁଛନ୍ତି ଓ କେତେ ନିରପେକ୍ଷ ଭୋଟର ଅଛନ୍ତି, ଏମାନେ ତା’ର ଅନୁଧ୍ୟାନ କରିବେ। ଏହାପରେ ଯୋଜନା ଅନୁଯାୟୀ ଭୋଟରଙ୍କୁ କଂଗ୍ରେସ ସପକ୍ଷରେ ଆଣିବାକୁ ଉଦ୍ୟମ କରାଯିବ।

ସେପଟେ ୱାର୍ ରୁମ୍‌ରୁ ରାହୁଲଙ୍କ ନିର୍ଦ୍ଦେଶ ପରେ ଫୁଲ୍ ଜୋସ୍‌ରେ ଅଛି ପିସିସି ଟିମ୍। ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ କିଏ ପ୍ରଚାର ମଙ୍ଗ ଧରିବେ, ସେନେଇ ବି ଆଲୋଚନା କରାଯାଇଛି।

ଅନ୍ୟପକ୍ଷରେ ଆଗାମୀ ନିର୍ବାଚନ ପାଇଁ ଦଳ କେମିତି ପ୍ରସ୍ତୁତ ହେବ ତାର ବ୍ଲୁ ପ୍ରିଣ୍ଟ ବି ପ୍ରସ୍ତୁତ ହୋଇଛି। ଭଲ କାମ କରିଥିବା ନେତାଙ୍କୁ ପଦୋନ୍ନତି ଓ ଟାର୍ଗେଟ ହାସଲ କରିପାରି ନ ଥିବା ନେତାଙ୍କୁ ଟିମ୍‌ରୁ ଯିବାକୁ ପଡ଼ିବ ବୋଲି ରୋକଠୋକ୍ କହିଛନ୍ତି ଏଆଇସିସି ଓଡ଼ିଶା ପ୍ରଭାରି ଜିତେନ୍ଦ୍ର ସିଂହ।



from Odisha Reporter https://ift.tt/2N5fEHy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages