ସିଂହଦ୍ୱାରରୁ ଚାଲିଚାଲି ଆସିଥିଲେ ନବୀନ ନିବାସ, ନିରାଶ ହୋଇ ଫେରିଲେ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ସିଂହଦ୍ୱାରରୁ ଚାଲିଚାଲି ଆସିଥିଲେ ନବୀନ ନିବାସ, ନିରାଶ ହୋଇ ଫେରିଲେ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରତ୍ନଭଣ୍ଡାର ଯାଞ୍ଚ ଦାବିରେ ପୁରୀ ସିଂହଦ୍ୱାରରୁ ବାହାରିଥିବା ପଦଯାତ୍ରୀ ଆଜି ଭୁବନେଶ୍ୱର ନବୀନ ନିବାସ ସମ୍ମୁଖରେ ପହଞ୍ଚିଥିଲେ ବି ସେମାନଙ୍କୁ ଭେଟିଲେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଦଯାତ୍ରୀ ଦଳ ନିରାଶ ହୋଇ ଆଇନମନ୍ତ୍ରୀ ପାଖରୁ ଉତ୍ତର ପାଇବେ ବୋଲି ଭାବିଥିଲେ । ହେଲେ ସେ ଭେଟଘାଟ୍‌ ବି କିଛି ଫଳପ୍ରଦ ହେଲାନି। ଶେଷରେ ନିରାଶ ହୋଇ ପଦଯାତ୍ରୀ ସମୁହ ପୁରୀ ଫେରିଯାଇଛନ୍ତି ଆଉ କହିଛନ୍ତି, କାଳିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୟ ନାହିଁ ।

ସୂଚନାଯୋଗ୍ୟ, ରତ୍ନଭଣ୍ଡାରର ସୁରକ୍ଷା, ଯାଞ୍ଚ, ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରିବା ତଥା ଶ୍ରୀମନ୍ଦିର ସମ୍ପର୍କିତ ଅନ୍ୟାନ୍ୟ ଦାବିରେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦ ପକ୍ଷରୁ ଗୁରୁବାର ସିଂହଦ୍ୱାରରୁ  ଆରମ୍ଭ ହୋଇଥିବା ପଦଯାତ୍ରା ଶନିବାର ଭୁବନେଶ୍ୱରରେ ପହଞ୍ଚିଥିଲା। ନବୀନ ନିବାସ ସମ୍ମୁଖରେ ପହଞ୍ଚିବା ପରେ ପଦଯାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଚାହିଁଥିବା ବେଳେ ସେମାନଙ୍କୁ ସାକ୍ଷାତ କରାଇ ଦିଆଯାଇ ନ ଥିଲା।

ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସାକ୍ଷାତ କରିବାକୁ କୁହା ଯାଇଥିଲା। ଫଳରେ  ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦର କର୍ମକର୍ତ୍ତା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

ଦାବିପତ୍ର ଦେବା ପରେ ପରିଷଦର ଆବାହକ ଅନୀଲ ବିଶ୍ୱାଳ ସାମ୍ୱାଦିକମାନଙ୍କୁ କହିଥିଲେ ଯେ, ଏହି ପଦଯାତ୍ରା ଜରିଆରେ ଯେଉଁ ଚାରୋଟି ଦାବି ଉତ୍‌ଥାପନ କରାଯାଇଥିଲା ଆଇନ ମନ୍ତ୍ରୀଙ୍କ ପାଖରେ ସେଗୁଡିକର କୌଣସି ଉତ୍ତର ନାହିଁ।  ମନ୍ତ୍ରୀଙ୍କ କଥାରୁ ଲାଗୁଛି ଯେ, କେଉଁ ଏକ ଅଜଣା କାରଣ ପାଇଁ ରତ୍ନଭଣ୍ଡାରର ଅଡିଟ୍‌ କରିବାକୁ ସରକାର ଚାହୁଁ ନାହାନ୍ତି।

ଲୋକମାନଙ୍କ ମନରେ ରତ୍ନ ଭଣ୍ଡାରରେ ଥିବା ସମ୍ପତ୍ତି ସୁରକ୍ଷିତ ଅଛି ନା ନାହିଁ, ସେ ସମ୍ପର୍କରେ ଯେଉଁ ସନ୍ଦେହ ଉପୁଜିଛି, ସେହି ସନ୍ଦେହ ଆହୁରି ବଢିଲା ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ରାଉରକେଲାର ସାଧାରଣ ସମସ୍ୟାକୁ ନେଇ ଭେଟିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ସମୟ ଦେଉଥିବା ବେଳେସାଢେ ଚାରି କୋଟି ଓଡ଼ିଆ ଓ କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହିତ ଜଡ଼ିତ ରତ୍ନଭଣ୍ଡାର ବିଷୟରେ ଦାବିପତ୍ର ନେବା ପାଇଁ ମୁଖ୍ୟମନ୍ତ୍ରୀ ସମୟ ନ ଦେବା ଦୁର୍ଭାଗ୍ୟଜନକ। ଏଣୁ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ବିଶ୍ୱାଳ କହିଛନ୍ତି।



from Odisha Reporter https://ift.tt/2vWsoKa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages