‘ଦାମଙ୍କ ଇଙ୍ଗିତରେ ପାରାଦୀପରେ ଘଟୁଛି ଅପରାଧ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

‘ଦାମଙ୍କ ଇଙ୍ଗିତରେ ପାରାଦୀପରେ ଘଟୁଛି ଅପରାଧ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରାଦୀପ ରାଜନୀତି ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ବାପି ସର୍ଖେଲଙ୍କ ପରେ କଂଗ୍ରେସ ନେତା ବିଭୁ ତରାଇ ଆଜି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କୁ ଟାର୍ଗେଟ କରିଛନ୍ତି।

ଏଭଳି ସ୍ଥିତିରେ ଜଗତସିଂହପୁରର ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରେଇ ଅଭିଯୋଗ କରିଛନ୍ତି- ଦାମଙ୍କ ଇଙ୍ଗିତରେ ପାରାଦୀପରେ ଅପରାଧ ସଙ୍ଗଠିତ ହେଉଛି। ଦିନ ଦ୍ୱି’ପହରେ ବୋମା ଫୁଟୁଛି। ଗ୍ରାମାଞ୍ଚଳରେ ଅପରାଧୀମାନେ ହାତରେ ବନ୍ଧୁକ ଧରି ବୁଲୁଛନ୍ତି।

ବିଭୁ ଆହୁରି କହିଛନ୍ତି- “ପାରାଦୀପ ଏକ ଶିଳ୍ପ ହବ୍‌ରେ ପରିଣତ ହେବାକୁ ଯାଉଛି। ଏଠାରେ ହଜାର ହଜାର କୋଟି ଟଙ୍କା ନିବେଶ ହେଉଛି। ଅନ୍ୟପକ୍ଷରେ ଏହି ଅଞ୍ଚଳ ଏବେ ଅପରାଧୀକଙ୍କ ଚରା ଭୂଇଁରେ ପରିଣତ ହୋଇଛି। ଗତ ୧୦ ବର୍ଷ ଭିତରେ ବହୁ ଲୋକଙ୍କୁ ହତ୍ୟା କରାଯାଇଛି। ସେମାନଙ୍କ ମଧ୍ୟରେ ମୁନ୍ନା ପତି, ଦୁର୍ଯୋଧନ ସ୍ୱାଇଁ, ମହେନ୍ଦ୍ର ସ୍ୱାଇଁ ପ୍ରମୁଖଙ୍କ ନାଁ ରହିଛି। ଏଥିରୁ ସ୍ପଷ୍ଟ ହେଉଛି, ପରାଦୀପର ଆଇନ୍‌ ଶୃଙ୍ଖଳା ଏକ ସଙ୍କଟଜନକ ସ୍ଥିତିରେ ଛିଡ଼ା ହୋଇଛି।’’

ଶ୍ରୀ ତରେଇ କହିଛନ୍ତି- ‘୪୪ ବର୍ଷ ବୟସରେ ରାଜନୀତି ଜୀବନ ଆରମ୍ଭ କରିଥିବା ବିଜେଡିର ବରିଷ୍ଠ ନେତା ଡା. ଦାମୋଦର ରାଉରଙ୍କ ଇଙ୍ଗିତରେ ଏବେ ଅପରାଧ ସଙ୍ଗଠିତ ହେଉଛି। ଏହି ୧୦ ବର୍ଷ ଭିତରେ ପାରାଦୀପରେ ଯେତେ ଅପରାଧୀ ସୃଷ୍ଟି ହୋଇଛନ୍ତି, ସେମାନେ ସମସ୍ତେ ଦାମବାବୁଙ୍କ ଦ୍ୱାରା ସୃଷ୍ଟି ହୋଇଛନ୍ତି। ଯେଉଁଥିପାଇଁ ପାରାଦୀପରେ ଶିଳ୍ପ ବାତାବରଣ ନଷ୍ଟ ହେବାକୁ ଯାଉଛି। ଏ ସବୁ ଘଟଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିଛନ୍ତି। ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଦେଇଥିବା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ମଙ୍ଗୋଲିଆନ୍‌ ଜାହାଜ ‘ବ୍ଲାକ୍‌ରୋଜ୍‌’ରେ କେମିତି କାର୍ଗୋ ହେଣ୍ଡ୍‌ଲିଂ ମାଧ୍ୟମରେ ଆଇରନ୍‌ ଓର୍‌ ଯାଉଥିଲା ଓ କିଏ ନେଉଥିଲା ତାହା କ୍ରାଇମ୍‌ବ୍ରାଞ୍ଚ କେମିତି ଜାଣିପାରିଲାନି? ଯେଉଁଥିପାଇଁ ଏବେ ସିବିଆଇ ଘଟଣାର ତଦନ୍ତ କରୁଛି। ଏଥିରୁ ଜଣାପଡ଼ୁଛି, ମୁଖ୍ୟମନ୍ତ୍ରୀ ସବୁ ଜାଣି ଲୋକ ଦେଖାଆଣି ଭାବେ ଶିଳ୍ପ ଉଦ୍ୟୋଗୀଙ୍କୁ ଆମନ୍ତ୍ରଣ ପାଇଁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ କରୁଛନ୍ତି।”

ସେ ଅହୁରି କହଛନ୍ତି- “ପାରାଦୀପ ବନ୍ଦରକୁ ନେଇ ପଣ୍ଡିତ ଜବାହର୍‌ ଲାଲ୍‌ ନେହରୁ, ଇନ୍ଦିରା ଗାନ୍ଧି, ଡ. ମନମୋହନ୍‌ ସିଂହ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରି ଜନନାୟକମାନେ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ଅନେକାଂଶରେ ପୂରଣ ହୋଇଛି। ମାତ୍ର ଗତ ୧୮ ବର୍ଷର ଶାସନ ଭିତରେ ରାଜ୍ୟ ସରକାର ପରାଦୀପରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ବିଶେଷ ଅବଦାନ କରିନାହାନ୍ତି। ବରଂ ଶିଳ୍ପ ପ୍ରତିଷ୍ଠା ପରିବେଶ ନଷ୍ଟ କରିବାରେ ଲାଗିଛନ୍ତି। ସବୁଠାରୁ ଦୁର୍ଭାଗ୍ୟର ବିଷୟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ ବିଭାଗ ଥିବା ସତ୍ତ୍ୱେ ସେ ଚୁପ୍‌ ବସିଛନ୍ତି।”

ବିଭୁ ଆହୁରି କହିଛନ୍ତି-“କିଛି ଦିନ ତଳେ ଏସ୍‌ଟିଏଫ୍‌ ପାରାଦୀପରୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ବାପୁ ପରିଡ଼ାଙ୍କୁ ଗିରଫ କରିଥିଲା। ଏହାକୁ ଦାମବାବୁ ବିରୋଧ କରିଥିଲେ। ପ୍ରକୃତରେ ମୁନ୍ନା ପତି ହତ୍ୟାକାଣ୍ଡରେ ବାପୁ ମୁଖ୍ୟ ଅପରାଧୀ ଭାବେ ଗିରଫ ହୋଇଥିଲା। ମୁନ୍ନା ପାରାଦୀପର ଜଣେ ଯୁବ ବିଜେଡି ନେତା ଥିଲେ। ଦାମଙ୍କ ପରମ ଅନୁଗତ। ଏହା ସତ୍ତ୍ୱେ ତାଙ୍କୁ ହତ୍ୟା କରାଗଲା। ମାତ୍ର କୋର୍ଟରେ ହତ୍ୟାକାଣ୍ଡ ପ୍ରମାଣିତ ହୋଇପାରିଲା ନାହିଁ। ଠିକ୍‌ ସେହିଭଳି ଦୁର୍ଯୋଧନ ସ୍ୱାଇଁଙ୍କୁ ହତ୍ୟା କରାଗଲା। ସେ ମଧ୍ୟ ଦାମଙ୍କ ଅନୁଗତ ଥିଲେ। ଏରସମା-ପରାଦୀପ ଶିଳ୍ପାଞ୍ଚଳ ବିକାଶ ପରିଷଦ ନେତୃତ୍ୱରେ କୋଷ୍ଟାଲ୍‌ ରୋଡ୍‌ ତିଆରି ପାଇଁ ଯାଉଥିବା ବେଳେ ହତ୍ୟାକାଣ୍ଡର ଶିକାର ହୋଇଥିଲେ। କିନ୍ତୁ ହତ୍ୟାକାଣ୍ଡ କିଏ କଲା ତାହା ଜଣାପଡ଼ିଲା ନାହିଁ? ସେହିପରି ମହେନ୍ଦ୍ର ସ୍ୱାଇଁଙ୍କୁ ମଧ୍ୟ ହତ୍ୟା କରାଗଲା।”

ସେ କହିଛନ୍ତି-“ପାରାଦୀପରେ ଦିନ ଦ୍ୱି’ପ୍ରହରରେ ବୋମା ଫୁଟୁଛି। ଅପରାଧୀମାନେ ବନ୍ଧୁକ ଧରି ଗ୍ରାମାଞ୍ଚଳରେ ବିଚରଣ କରୁଛନ୍ତି। ଏଥିରେ ପ୍ରଭାବଶାଳୀ ରାଜନେତା ଓ ବଡ଼ବଡ଼ିଆ ଲୋକମାନେ ସମ୍ପୃକ୍ତ ଅଛନ୍ତି। ଏହି ସବୁ ଘଟଣା ଉପରୁ ପର୍ଦ୍ଦା ଉଠାଇବାକୁ ହେଲେ ରାଜ୍ୟ ସରକାର ହାଇକୋର୍ଟଙ୍କ ଜରିଆରେ ଏକ ଏସ୍‌ଆଇଟି ଗଠନ କରି ତଦନ୍ତ କରନ୍ତୁ। ତା’ପରେ ଯାଇ ସତ ଘଟଣା ପଦାକୁ ଆସିପାରିବ।”



from OdishaReporter https://ift.tt/2OZi7Vy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages