
ଆଖିକୁ ନେଇ କୌଣସି ପ୍ରକାର ସମସ୍ୟା ଦେଖାଗଲେ ସେଗୁଡିକୁଅଣଦେଖା କରିବା ଅନୁଚିତ।କାରଣ ଟିକେ ଅସାବଧାନତା ଆପଣଙ୍କୁ ବଡ ବିପଦରେ ପକାଇପାରେ। ଏକ ଗବେଷଣା ଅନୁଯାୟୀ ଯଦି ଆପଣଙ୍କ ଆଖିରେ ହଳଦିଆ ରଙ୍ଗର ଦାଗ ଦେଖାଯାଉଛି ତେବେ ଏହା ଜିମେସିଆ(ପାଗଳାମୀ) ଆରମ୍ଭ ହେବାର ଲକ୍ଷଣ ମଧ୍ୟ ହୋଇପାରେ।ଏହି ଦାଗକୁ ହାର୍ଡ ଡ୍ରସେନ୍ କୁହାଯାଏ। ଏହା ଫ୍ୟାଟ୍ ଏବଂ କ୍ୟାଲ୍ସିୟମ୍ ଜମା ହେବାଦ୍ୱାରା ହୋଇଥାଏ। ଏହା ରେଟିନା ତଳ ଏକ ଲେୟାରରେ ହୋଇଥାଏ। ଏହାକୁ ସ୍କାନ୍ କରି ଦେଖିହୁଏ।
ଏହି ରୋଗ ବୟସ ବଢିବାର ଏକ ସଂକେତ ମଧ୍ୟ। ପୂର୍ବରୁ ଏହି ଦାଗକୁ କ୍ଷତିକାରକ ବୋଲି ଗ୍ରହଣ କରାଯାଉନଥିଲା ଏବେ ଗବେଷଣାରୁ ଏହି ରୋଗ ୨୫ଭାଗ ଲୋକଙ୍କ କ୍ଷେତ୍ରରେ ଆଲ୍ଝେମର୍ ରୋଗର ପ୍ରାକ୍ ସୂଚନା ବୋଲି ଜଣାପଡିଛି।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ ‘ଆମେ ଆଲ୍ଝେମର୍ ରୋଗରେ ଡ୍ରସେନ୍ ଜମା ହୋଇଥିବାର ଅଧିକାଶଂ ଅଶଂ ପାଇଛୁ।’
ଏଥିସହ ଆଲ୍ଝେମର ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କ କ୍ଷେତ୍ରରେ ମୋଟା ରକ୍ତ ବାହିକା ମିଳିଥାଏ। ସ୍ପଟ୍ ସ୍କାନିଂ ଏବଂ ରକ୍ତ ସ୍କ୍ରିନିଂ ଦ୍ୱାରା ଏହି ରୋଗର ନିରାକରଣ ହୋଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଆଲ୍ଝେମର ରୋଗ ହେବା ଦ୍ୱାରା ସ୍ମୃତିଶକ୍ତି ହ୍ରାସ ପାଇବା ସହ ଅନେକ ମାନସିକ ରୋଗ ହୋଇଥାଏ।
from OdishaReporter https://ift.tt/2OebwW8

No comments:
Post a Comment