
ଇସଲାମାବାଦ୍: ପାକିସ୍ତାନ ନିର୍ବାଚନରେ କୋଡ୍ ଅଫ୍ କଣ୍ଡ୍କ୍ଟ ଉଲ୍ଲଙ୍ଘନ କରିଥିବାରୁ ଆଜି ଦେଶର ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଲିଖିତ ଭାବେ ନିର୍ବାଚନ କମିଶନଙ୍କ ନିକଟରେ ନିଃସର୍ତ୍ତ କ୍ଷମା ମାଗିଛନ୍ତି।
ଜୁଲାଇ ୨୫ ତାରିଖରେ ଇମ୍ରାନ୍ ଖାନ୍ ଭୋଟ୍ ଦେବା ବେଳେ ନିଜର ଭୋଟ କାଗଜକୁ ସମସ୍ତଙ୍କ ଆଗରେ ପ୍ରଦର୍ଶନ କରିଥିଲେ। ଏନେଇ ନିର୍ବାଚନ କମିଶନ ଇମ୍ରାନ୍ଙ୍କୁ ଲିଖିତ ଭାବେ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଥିଲେ।
ନିର୍ବାଚନ କମିଶନର୍ ସର୍ଦ୍ଦାର ମହମ୍ମଦ ରାଜାଙ୍କ ଅଧ୍ୟକ୍ଷତାରେ ଗଠିତ ୪ ଜଣିଆ ଟିମ୍ ଆଜି ଏହି ମାମଲାର ଶୁଣାଣି କରିଥିଲେ। ଏହି ସମୟରେ ଇମ୍ରାନ୍ ଉଭୟ ଲିଖିତ ଓ ସତ୍ୟପାଠ ଜରିଆରେ କ୍ଷମା ମାଗିଥିଲେ। ନିର୍ବାଚନ କମିଶନ ଆଜି ରାୟ ସଂରକ୍ଷିତ ରଖିଛନ୍ତି।
ଗତକାଲି ଇମ୍ରାନ୍ଙ୍କ ଓକିଲ ବାବର ଆୱନ୍ କହିଥିଲେ, ତାଙ୍କ ମହକିଲ ଜାଣିଶୁଣି ସମସ୍ତ ଆଗରେ ଭୋଟ୍ଦାନ କରି ନଥିଲେ। ତେଣୁ ଏହି ମାମଲାକୁ ଏଠାରେ ବନ୍ଦ କରି ଇମ୍ରାନ୍ଙ୍କୁ ଇସ୍ଲାମାବାଦ୍ ନିର୍ବାଚନ ମଣ୍ଡଳୀର ଏନ୍ଏ-୫୩ରେ ବିଜୟୀ ଘୋଷଣା କରନ୍ତୁ। ତେବେ ଏହାକୁ ନିର୍ବାଚନ କମିଶନ ଅଗ୍ରାହ୍ୟ କରିଥିଲେ।
ଇମ୍ରାନ୍ ଖାନ୍ ଏହି ଆସନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶାହିଦ୍ ଖାକ୍କନ ଆବ୍ବାସୀଙ୍କୁ ବିପୁଳ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ହେଲେ ବିଧିବଦ୍ଧ ଭାବ ତାଙ୍କର ଫଳାଫଳ ଘୋଷଣା ହୋଇନାହିଁ।
ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଭୋଟ୍ଦାନ ବେଳେ ଗୋପନୀୟତା ରକ୍ଷା ନ କଲେ, ତାଙ୍କୁ ୬ ମାସ୍ ଜେଲ୍ କିମ୍ବା ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିଥାଏ।
from OdishaReporter https://ift.tt/2vZ1jVQ
No comments:
Post a Comment