
ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆଜି ଓ ଆସନ୍ତାକାଲି ବଲାଙ୍ଗିର ସହରରେ ବନ୍ଦ ଡାକରା ଦିଆଯାଇଛି। ବାଇପାସ୍ ନିର୍ମାଣ ଦାବିରେ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ସହରର ସମସ୍ତ ଦୋକାନ ବନ୍ଦ ରହିଛି। ଏହାସହ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିଛି।
ଆନ୍ଦୋଳକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନଗୁଡ଼ିକୁ ବନ୍ଦ କରିଛନ୍ତି। ମିଳିତ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାକୁ ବିଜେପି ଓ କଂଗ୍ରେସ ଦଳ ସମର୍ଥନ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଗତକାଲି ବଲାଙ୍ଗିର-ସମ୍ବଲପୁର ରାଜରାସ୍ତାର ଲକ୍ଷ୍ମୀଜୋର ନିକଟରେ ଟ୍ରକ୍ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଉତ୍ତ୍ୟକ୍ତ ଲୋକେ ଶବକୁ ରାସ୍ତା ଉପରେ ରଖି ଚାରି ଘଣ୍ଟା ରାସ୍ତାରୋକ କରିଥିଲେ। ଏହି ରାସ୍ତାରେ ପ୍ରାୟ ପ୍ରତିଦିନ ଦୁର୍ଘଟଣା ଘଟୁଥିବାରୁ ବାଇପାସ୍ ନିର୍ମାଣ କରିବାକୁ ଲୋକେ ଦାବି କରିଥିଲେ।
from OdishaReporter https://ift.tt/2OUH6cs

No comments:
Post a Comment