
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ପଳାତକ ଅଭିଯୁକ୍ତ ତଥା ସୁନା ବ୍ୟବସାୟୀ ନୀରବ ମୋଦିଙ୍କୁ ଲଣ୍ଡନରୁ ଭାରତ ଆଣିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ନୀରବ ମୋଦିଙ୍କୁ ପ୍ରତ୍ୟର୍ପଣ ପାଇଁ ୟୁକେ ସରକାରଙ୍କୁ ଭାରତ ସରକାର ପୂର୍ବରୁ ଚିଠି ଲେଖି ସାରିଛନ୍ତି ।
ୟୁକେ ସରକାରଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ଏଥିସହ ନିରବ ମୋଦି ଲଣ୍ଡନରେ ଥିବା ନେଇ ୟୁକେ ସରକାର ମଧ୍ୟ ନିଶ୍ଚିତ କରିଛନ୍ତି । ନୀରବ ମୋଦିଙ୍କୁ ମଧ୍ୟ ଲଣ୍ଡନରେ ଅଟକ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ମାଧ୍ୟମରେ ସିବିଆଇ ୟୁକେ ସରକାରଙ୍କୁ ଜଣାଇଛି ।
ଏହା ପୂର୍ବରୁ ମଧ୍ୟ ନିରବଙ୍କ ବିରୋଧରେ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଜାରି କରିଛି। ଏଲଓୟୁ ଏବଂ ଏଫଏଲସି ମାଧ୍ୟମରେ ବ୍ୟାଙ୍କରୁ ନୀରବ ମୋଦି କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ରହିଛି। ନୀରବ ମୋଦି, ତାଙ୍କ ମାମୁଁ ମେହୁଲ ଚୋକସି ସହ ଅନ୍ୟମାନେ ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ଚଞ୍ଚକତା କରି ୧୩ ହଜାର କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ମାମଲାର ଏବେ ସିବିଆଇ ପକ୍ଷରୁ ତଦନ୍ତ କରାଯାଉଛି।
from Odisha Reporter https://ift.tt/2OOfIMs
No comments:
Post a Comment