ଦିନେ ରାମ ନ ଥିଲେ, ଆଜି ନାହାନ୍ତି କରୁଣାନିଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ଦିନେ ରାମ ନ ଥିଲେ, ଆଜି ନାହାନ୍ତି କରୁଣାନିଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏମ୍‌.କରୁଣାନିଧି, ଭାରତର ଜଣେ ତୁଙ୍ଗ ଦିବଂଗତ ରାଜନେତା। ଜଣେ ହେତୁବାଦୀ ଭାବେ ଜନମାନସରେ ଜଣାଶୁଣା ଏହି ବ୍ୟକ୍ତିତ୍ବ  
ଜଣକ ନିକଟରେ ଇହଲୀଳା ସମ୍ବରଣ କରିଛନ୍ତି। ଜଣେ ନାସ୍ତିକ ହୋଇଥିବାରୁ ହିନ୍ଦୁ ହୋଇ ମଧ୍ୟ ତାଙ୍କୁ ଦାହ କରା ନ ଯାଇ କବର ଦିଆଯାଇଛି। ନିକଟରେ କିଛି ଗଣମାଧ୍ୟମ ଏହି କଥା ଉପରେ ଟିପ୍ପଣୀ କରିଛନ୍ତି।
 
କରୁଣାନିଧିଙ୍କୁ କର୍ଣ୍ଣାଟକ ରାଜନୀତିର ଦ୍ରୋଣାଚାର୍ଯ୍ୟ କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ। କାରଣ ସେ ତାଙ୍କ ଜୀବଦ୍ଦଶାରେ ଦୀର୍ଘ ସମୟ ଧରି ରାଜ୍ୟ ରାଜନୀତିରେ ସକ୍ରିୟ ଥିଲେ। ଅନେକ ଜନହିତକର କାର୍ଯ୍ୟ ମଧ୍ୟ ସେ କରିଛନ୍ତି। ଯେଉଁଥିପାଇଁ କେବଳ ରାଜ୍ୟର ନୁହେଁ, ଜାତୀୟ ସ୍ତରର ଜଣେ ପ୍ରଭାବଶାଳୀ ନେତା ଭାବେ ତାଙ୍କ ନାଁ ରହିଛି।
 
ଏହି ଦିବଂଗତ ବ୍ୟକ୍ତିତ୍ବଙ୍କର ନିଧନ ପରେ ଦେଶ ଜଣେ ପ୍ରଭାବୀ ରାଜନେତାଙ୍କୁ ହରାଇଛି, ଏ କଥା ସତ। କିନ୍ତୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଇଶ୍ୱରଙ୍କୁ ବିଶ୍ୱାସ କରୁ ନ ଥିବା କଥାକୁ ନେଇ ଏବେ ସୋଶାଲ ମିଡିଆରେ ଏକ ଲେଖା ବୁଲୁଛି। ଯେଉଁଥିରେ ପ୍ରଭୁ ଶ୍ରୀରାମ ଓ କରୁଣାନିଧିଙ୍କ ଚିତ୍ର ରହିଛି। ଆଉ ଲେଖାଯାଇଛି “ There is no Ram- There is no Karunanidhi”।
 
ଏହି ଲେଖା ପଛରେ ଥିବା କଥାଟି କ’ଣ, ଆସନ୍ତୁ ଜାଣିବା। 
 
୨୦୦୭ରେ ରାମସେତୁକୁ ନେଇ ବିବାଦ ସମୟରେ ଦେଶରେ ଏକ ରାଜନୈତିକ ବିବାଦ ଦେଖିବାକୁ ମିଳିଥିଲା। ଆମେରିକୀୟ ମହାକାଶ ସଂସ୍ଥା ‘ନାସା’ ଦେଇଥିବା ରିପୋର୍ଟକୁ ଆଧାର କରି କିଛି ରାଜନୈତିକ ଦଳ କହିଥିଲେ ଯେ, ରାମ ସେତୁ ମନୁଷ୍ୟକୃତ। ଏଣୁ ଏହା ରାମାୟଣଯୁଗୀୟ। 
 
ଭଗବାନ ରାମ ଲଙ୍କାଧିପତି ରାବଣ ସହ ଯୁଦ୍ଧ କରିବା ପାଇଁ ବାନରମାନଙ୍କ ଦ୍ୱାରା ଏହି ସେତୁର ନିର୍ମାଣ କରାଇଥିଲେ।
 
କଥାଟି ରାମାୟଣ କାହାଣୀ ଉପରେ ପର୍ଯ୍ୟବସିତ, କିନ୍ତୁ ଏହି ବିବୃତିକୁ ହାସ୍ୟାସ୍ପଦ ଓ ମିଥ୍ୟା ବୋଲି କହି ଚର୍ଚ୍ଚାକୁ ଆସିଥିଲେ କରୁଣାନିଧି। ‘ରାମ’ ନାମକ ଐତିହାସିକ ଚରିତ୍ରର କୌଣସି ଅସ୍ତିତ୍ବ  ନ ଥିବା କଥା ସେ କହିଥିଲେ। ଯାହାକୁ ସେତେବେଳେ ବିଜେପି ତଥା ଆରଏସ୍‌ଏସ୍‌ ପକ୍ଷରୁ ଘୋର ନିନ୍ଦା କରାଯାଇଥିଲା।
 
କରୁଣାନିଧିଙ୍କ ମନ୍ତବ୍ୟ ପରେ ଅନେକଙ୍କ ଭାବାବେଗକୁ ମଧ୍ୟ ସେ ସମୟରେ ଆଘାତ ଲାଗିଥିଲା। ଏଣୁ ଏବେ କରୁଣାନିଧିଙ୍କ ମୃତ୍ୟୁ ପରେ, ସୋସିଆଲ ମିଡିଆରେ ଏହି କଥାଟିକୁ ନେଇ ଟ୍ରଲ କରୁଛନ୍ତି କିଛି ବ୍ୟକ୍ତି। 
 
ରାମ ଏକ ଐତିହାସିକ ଚରିତ୍ର କି ନୁହେଁ, ସେ କଥା ଭିନ୍ନ। କିନ୍ତୁ ତାଙ୍କ ପ୍ରଦତ୍ତ ଶିକ୍ଷା ମାଧ୍ୟମରେ ସେ ଆଜି ମଧ୍ୟ ଆମ ଉପାସ୍ୟ ହୋଇ ରହିଛନ୍ତି। 
 
ଏଣୁ ସେତେବେଳେ ଯେପରି କରୁଣାନିଧିଙ୍କ ପାଇଁ ରାମ ନ ଥିଲେ ଆଜି ସେମିତି ଦୁନିଆରୁ କରୁଣାନିଧି ବିଦାୟ ନେଇଥିବାରୁ ସେ ମଧ୍ୟ କେବେ ନଥିଲେ ବା ନାହାନ୍ତି ବୋଲି କେହି କେହି କହିପାରନ୍ତି. 
 
ହେଲେ ଭଗବାନ ରାମଙ୍କ ଭଳି ସେ ମଧ୍ୟ ନିଜ ଉଚିତ୍‌ କର୍ମ ଲାଗି ଅନେକଙ୍କ ଭିତରେ ବଞ୍ଚି ରହିବେ ବୋଲି ସୋଶାଲ ମିଡିଆରେ ଆସୁଥିବା କମେନ୍ଟରୁ ପଢିବାକୁ ମିଳୁଛି।


from OdishaReporter https://ift.tt/2OTajVc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages