ଆଜି ହିଁ ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ଆଳୁ ପନିର କୋପ୍ତା କରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ଆଜି ହିଁ ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ଆଳୁ ପନିର କୋପ୍ତା କରି

ଆବଶ୍ୟକ ସାମଗ୍ରୀ: ସିଝା ଆଳୁ, ପନିର, ପୋସ୍ତୋ, ଟମାଟୋ ପେଷ୍ଟ, କର୍ଣ୍ଣଫ୍ଲୋର୍‌, ଧଣିଆ ପତ୍ର, କାଜୁ, କିସ୍‌ମିସ୍‌, ଅଦାପେଷ୍ଟ, କଞ୍ଚା ଲଙ୍କା, ଜିରା, ହଳଦୀ ଗୁଣ୍ଡ, ଧଣିଆ ଗୁଣ୍ଡ, ଲଙ୍କାଗୁଣ୍ଡ, ଗରମ ମସଲା, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ

  • ପ୍ରଥମେ ଏକ ପାତ୍ରରେ ସିଝା ଆଳୁ ଓ ପନିରକୁ କଦୁକସ୍‌ କରିଦିଅନ୍ତୁ।
  • ଏବେ ଏଥିରେ ଲୁଣ, କର୍ଣ୍ଣପ୍ଲୋର, କଞ୍ଚା ଲଙ୍କା, କଟା ଧଣିଆପତ୍ର ଓ କାଜୁକିସ୍‌ମିସ୍‌ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।
  • ଏବେ ଏହି ମିଶ୍ରଣକୁ ଚୋଟ ଚୋଟ ଗୋଳା କରି ରଖନ୍ତୁ।
  • ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରନ୍ତୁ।
  • ତେଲ ଭଲଭାବେ ଗରମ ହୋଇଗଲେ ଏଥିରେ ଏହି ଛୋଟ ଆଳୁ ଓ ପନିର ଗୋଳାକୁ ପକାଇ ଛାଣନ୍ତୁ।
  • ବର୍ତ୍ତମାନ ଆଉଏକ ପାତ୍ରେ ତେଲ ଗରମ କରନ୍ତୁ।
  • ଗରମ ତେଲରେ ଜିରା, ହଳଦୀ ଗୁଣ୍ଡ, ଧଣିଆ ଗୁଣ୍ଡ ଓ ଅଦା ପେଷ୍ଟ ପକାଇ ମସଲା କଷନ୍ତୁ।
  • କିଛି ସମୟ ମସଲା କଷି ହେବା ପରେ ଏଥିରେ ଟମାଟୋ ପୋସ୍ତ ଓ କଞ୍ଚା ଲଙ୍କା ପେଷ୍ଟ ପକାଇ କଷନ୍ତୁ।
  • ମସଲା କଷି ହୋଇଗଲେ ଏଥିରେ ପାଣି, ଲୁଣ, ଗରମ ସମଲା ପକାଇ କିଛି ସମୟ ପାଇଁ ଗୋଡ଼ାଇ ଦିଅନ୍ତୁ।
  • ମସଲା ଫଟିଗଲା ପରେ ଛଣା ଯାଇଥିବା କୋଫ୍ତାଗୁଡ଼ିକୁ ଏଥରେ ପକାଇ ଦିଅନ୍ତୁ।
  • କିଥଛି ସମୟ ଏହାକୁ ପୁଣି ଘୋଡ଼ାଇ ଦିଅନ୍ତୁ।
  • କୋଫ୍ତା ନରମ ହୋଇଗଲେ ଚୁଲି ବନ୍ଦ କରିଦିଅନ୍ତୁ।
  • ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ଆଳୁ ପନିର କୋପ୍ତା କରି’। ଏହାକୁ ଆପଣ ରୁଟି, ପରଟା, ନାନ୍‌ କିମ୍ବା ଭାତ ସହ ଖାଇ ପାରିବେ।


from Odisha Reporter https://ift.tt/2Lw4Rot

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages