ଗର୍ଭବତୀ ହେବା ଯୋଗୁ ଚାଲିଗଲା ଚାକିରି, ଜାଣନ୍ତୁ ପରେ କ’ଣ ହେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ଗର୍ଭବତୀ ହେବା ଯୋଗୁ ଚାଲିଗଲା ଚାକିରି, ଜାଣନ୍ତୁ ପରେ କ’ଣ ହେଲା

pregnancy-5

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗର୍ଭବତୀ ହେବା ପରେ ଛୁଟି ମାଗିଥିବା ଜଣେ ମହିଳାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି। ଏଭଳି ଘଟଣାଟି ୱାଶିଂଟନ୍‌ରେ ଘଟିଛି। ଚାକିରି ହରାଇବା ପରେ ସଂପୃକ୍ତ ମହିଳା ନିଜ ଫେସ୍‌ବୁକ୍‌ ପୋଷ୍ଟ୍‌ରେ ଏହି ସୂଚନା ଦେଇଛନ୍ତି।

ସଂପୃକ୍ତ ମହିଳା ତାଙ୍କ ଫେସ୍‌ବୁକ୍‌ରେ ଏହା ପୋଷ୍ଟିଂ କରି ପଚାରିଛନ୍ତି, “କ’ଣ ଏପରି କରିବା ଆଇନ୍‌ ଅନୁଯାୟୀ ଠିକ୍‌?”  ମହିଳାଙ୍କ ଏହି ପୋଷ୍ଟିଂକୁ ସୋଶାଲ୍ ମିଡିଆରେ ବହୁ ୟୁଜର୍ସ ଶେୟାର୍ କରିଥିବା ଦେଖିବାକୁ ମିଳିଛି।

ୱାଶିଂଟନ୍ ଡିସିରେ ‘ଜର୍ସି ମାଇକ୍‌ସ ସବ୍‌ ଚେନ୍‌’ର ଏକ ରେସ୍ତୁରାଁରେ କାମିଶା ଡେନ୍‌ଟନ୍‌ ନାମକ ଜଣେ ମହିଳା ଚାକିରି କରୁଥିଲେ। ଗର୍ଭବତୀ ହେବା ପରେ କାମିଶା ରେସ୍ତୁରାଁ ମ୍ୟାନେଜର୍‌ଙ୍କୁ ଛୁଟି ମାଗିଥିଲେ। ତେବେ ସଂପୃକ୍ତ ମ୍ୟାନେଜର୍‌ କାମିଶାଙ୍କୁ ଛୁଟି ଦେବା ବଦଳରେ ଚାକିରିରୁ ବହିଷ୍କାର କରିଥିଲେ।

pregnancy1

ନିଜ ଫେସ୍‌ବୁକ୍‌ ପୋଷ୍ଟ୍‌ରେ କାମିଶା ରେସ୍ତୁରାଁ ମ୍ୟାନେଜର୍‌ଙ୍କ ସହ ହୋଇଥିବା କଥାବାର୍ତ୍ତାକୁ ଶେୟାର୍ ମଧ୍ୟ କରିଛନ୍ତି। ସେ ଛୁଟି ମାଗିବା ପରେ ରେସ୍ତୁରାଁ ମ୍ୟାନେଜର୍ ତାଙ୍କୁ
ଇଣ୍ଟରଭ୍ୟୁ ସମୟରେ ସେ ଗର୍ଭବତୀ ଥିବା କାହିଁକି କହିନଥିଲେ ବୋଲି ପଚାରିବା ସହ ଏନେଇ ତାଙ୍କୁ ଗାଳି ମଧ୍ୟ କରିଥିଲେ।

ଏହା ପରେ ରେସ୍ତୁରାଁର ୱାର୍କ୍‌ ସିଡ୍ୟୁଲ୍‌ରେ ତାଙ୍କର ସିଫ୍ଟ୍‌ ହୋଇ ନଥିବା ଜାଣି କାମିଶା ମ୍ୟାନେଜର୍‌ଙ୍କୁ ଅପ୍‌ଡେଟ୍‌ ସିଡ୍ୟୁଲ୍‌ ମାଗିଥିଲେ। କିନ୍ତୁ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିବା ମ୍ୟାନେଜର୍‌ ସୂଚନା ଦେଇଥିଲେ।

କାମିଶାଙ୍କୁ ଏନେଇ ସଂପୃକ୍ତ ମ୍ୟାନେଜର୍‌ ଦେଇଥିବା ମେସେଜ୍‌ରେ କହିଥିଲେ, ‘ଗର୍ଭଗତୀ ଥିବା ଯୋଗୁ ତୁମକୁ ଚାକିରିରୁ ବହିଷ୍କାର କରାଯାଇଛି।”

pregnancy2

ରେସ୍ତୁରାଁ ମ୍ୟାନେଜର୍‌ ତାଙ୍କ ମେସେଜ୍‌ରେ କହିଛନ୍ତି, “ତାଙ୍କ ସପ୍‌ ପାଇଁ କର୍ମଚାରୀଙ୍କର ଆବଶ୍ୟକତା ରହିଛି। କିନ୍ତୁ ଏମିତି କର୍ମଚାରୀଙ୍କର ଆବଶ୍ୟକତା ନାହିଁ, ଯାହାଙ୍କୁ ପିଲା ଜନ୍ମ ଦେବା ପାଇଁ ଛୁଟି ଦରକାର।”
ତେବେ ଏହି ଘଟଣା ଜାଣିବା ପରେ ‘ଜର୍ସି ମାଇକ୍‌ସ ସବ୍‌ ଚେନ୍‌’ର ମାଲିକ କହିଛନ୍ତି ଯେ କମ୍ପାନୀର ନିୟମ ବାହାରକୁ ଯାଇ ଏପରି କାର୍ଯ୍ୟ କରାଯାଇଛି। ସମସ୍ତଙ୍କ ସହିତ ସମାନ ବ୍ୟବହାର କରିବା କମ୍ପାନୀର ନିୟମ। ଅନ୍ୟପକ୍ଷରେ କାମିଶାଙ୍କୁ ଚାକିରିରୁ ବାହାର କରିଥିବା ମ୍ୟାନେଜର୍‌ଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡ଼ିଛି ଏବଂ କାମିଶାଙ୍କୁ ପୁଣି ଥରେ କମ୍ପାନୀ  ପକ୍ଷରୁ ଚାକିରିର ଅଫର୍‌ ଦିଆଯାଇଛି। କିନ୍ତୁ କାମିଶା ଧନ୍ୟବାଦ ଜଣାଇ ସେଠାରେ ଆଉ ଚାକିରି କରିବାକୁ ମନା କରିଛନ୍ତି।
ଫେସ୍‌ବୁକ୍‌ରେ କାମିଶାଙ୍କ ପୋଷ୍ଟ ଭାଇରାଲ୍‌ ହେବା ପରେ ତାଙ୍କୁ ବିଭିନ୍ନ ସଂସ୍ଥାରୁ ମଧ୍ୟ ଚାକିରିର ଅଫର୍‌ ମିଳିସାରିଛି।

 

 

 



from Odisha Reporter https://ift.tt/2N2e5NS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages