ପରକୀୟା ପ୍ରୀତିକୁ ନେଇ ସନ୍ଦେହ: ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ମଦୁଆ ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ପରକୀୟା ପ୍ରୀତିକୁ ନେଇ ସନ୍ଦେହ: ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ମଦୁଆ ସ୍ୱାମୀ

ହାଇଦ୍ରାବାଦ: ମଦ୍ୟପ ସ୍ୱାମୀର ଅମାନବୀୟ କାଣ୍ଡ। ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନାରକୀୟ କାଣ୍ଡ ଘଟାଇଲା ସ୍ୱାମୀ। ପରକୀୟା ପ୍ରୀତିକୁ କେନ୍ଦ୍ର କରି ସ୍ତ୍ରୀକୁ ନିଆଁରେ ଜାଳି ହତ୍ୟା କଲା ସ୍ୱାମୀ।

ଏମିତି ଏକ ବୀଭତ୍ସକାଣ୍ଢ ତେଲେଙ୍ଗାନାର ୱାରାଙ୍ଗଲ ଜିଲ୍ଲାରେ ଘଟିଛି। ପରକୀୟା ପ୍ରୀତିକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଘଟିଥିବା କଳହର କରୁଣ ପରିଣତି ସୂରୂପ ସ୍ତ୍ରୀର ଜୀବନ ଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଏନେଇ ଝିଅ ଘର ପରିବାର ପକ୍ଷରୁ ଥାନାରେ ଏକ ଏତଲା ଦିଆଯାଇଛି। ଅଭିଯୁକ୍ତ ଜଣକ ହେଲେ ବାଲୁ।

ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ବାଲୁ ଦୀର୍ଘଦିନ ଧରି ନିଜ ସ୍ତ୍ରୀକୁ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ଅନେକ ସମୟରେ ସ୍ତ୍ରୀକୁ ଅତି ନିଷ୍ଠୁର ଭାବେ ମାଡ଼ ମାରୁଥିଲେ। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଅକଥନୀୟ ନିର୍ଯାତନା ଦେଇ ଆସୁଥିଲେ ସ୍ୱାମୀ।

ତେବେ ଗତକାଲି ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଘଟିଥିବା କଳହ ବିସ୍ଫୋରକ ରୂପ ନେଇଥିଲା। ସ୍ତ୍ରୀ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିଥିବା ଅଭିଯୋଗ ଆଣି ସ୍ୱାମୀ ବାଲୁ ତାଙ୍କୁ ଗାଳିଗୁଲଜ କରିଥିଲେ। ସ୍ତ୍ରୀ ଜବାବ ଦେବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ତାଙ୍କ ସ୍ୱାମୀ ତାଙ୍କୁ ଜିଅନ୍ତା ଜାଳି ଦେଇଥିଲେ।

ଅର୍ଦ୍ଦଦଗ୍ଧ ଅବସ୍ଥାରେ ସ୍ତ୍ରୀକୁ ସ୍ଥାନୀୟ ମେଡିକାଲକୁ ଅଣାଯାଇଥିଲା। ସେଠାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ସମ୍ପୃକ୍ତ ମହିଳାଙ୍କ ଶରୀରରେ ୯୫ ପ୍ରତିଶତ ପୋଡ଼ି ଯାଇଥିଲା।

ସେହିପରି ସ୍ୱାମୀଙ୍କ ଶରୀର ମଧ୍ୟ ୩୦ ପ୍ରତିଶତ ପୋଡ଼ି ଯାଇଥିବାରୁ ସେ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ମଦ୍ୟପାନ କରି ସ୍ୱାମୀ ଏଭଳି ନୃଶଂସକାଣ୍ଡ ଘଟାଇଥିବା ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଯୁବତୀଙ୍କ ମା’ଙ୍କ କହିବା ଅନୁଯାୟୀ, ନିଜ ଝିଅ ନୁହଁ ତାଙ୍କ ଜ୍ୱାଇଁଙ୍କର ଅନ୍ୟ ସ୍ତ୍ରୀ ସହ ସମ୍ପର୍କ ଥିଲା। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।



from OdishaReporter https://ift.tt/2ncf9An

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages