ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ

dead,,,,

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଗୋହିଟାଙ୍ଗିରି ଗାଁରେ ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ ଘଟିଛି। ମୃତକ ହେଲେ ରବି ନାଏକ।

ପୁଅ ରସାନନ୍ଦ ନାଏକ ଓ ସହଯୋଗୀ ଦୁର୍ଲଭ ନାଏକଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ରସାନନ୍ଦ ଓ ତାଙ୍କ ସାଙ୍ଗ ଦୁର୍ଲଭ ମଦ ପିଇ ଘରକୁ ଫେରିଥିଲେ। ଘରର କୌଣସି କଥାକୁ ରବି ଓ ରସାନନ୍ଦଙ୍କ ମଧ୍ୟରେ ଝଗଡ଼ା ହୋଇଥିଲେ। ପାଟିତୁଣ୍ଡ ଚାଲିଥିବା ବେଳେ ରସାନନ୍ଦ ଏକ ଠେଙ୍ଗାରେ ତାଙ୍କ ବାପାଙ୍କୁ ପିଟି ଥିଲେ। ଏହି ଠେଙ୍ଗାଟିକୁ ଦୁର୍ଲଭ ତାଙ୍କ ହାତକୁ ବଢ଼ାଇ ଦେଇଥିଲେ।

ଆଜି ସକାଳେ ଗ୍ରାମବାସୀ ଏହି ଘଟଣା ସମ୍ପର୍କରେ ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।



from Odisha Reporter https://ift.tt/2LeeXdj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages