ଆଜି ଏହି ସୁପର୍‌ଷ୍ଟାର୍‌ଙ୍କ ଜନ୍ମଦିନ: ଦିନେ, ବି ବି’ଙ୍କ ଠାରୁ ବି ଅଧିକ ଥିଲା ତାଙ୍କ ‘ଷ୍ଟାର୍‌ ଭାଲ୍ୟୁ’   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ଆଜି ଏହି ସୁପର୍‌ଷ୍ଟାର୍‌ଙ୍କ ଜନ୍ମଦିନ: ଦିନେ, ବି ବି’ଙ୍କ ଠାରୁ ବି ଅଧିକ ଥିଲା ତାଙ୍କ ‘ଷ୍ଟାର୍‌ ଭାଲ୍ୟୁ’  

chiranjivee

ମୁମ୍ବାଇ: ଅଭିନୟ ହେଉ କି ରାଜନୀତି, ସବୁକ୍ଷେତ୍ରରେ ସେ ଛାଡ଼ିଛନ୍ତି ନିଜ ସଫଳତାର ସ୍ୱତନ୍ତ୍ର ଛାପ। ତେବେ ଟଲିଉଡ୍ ଫିଲ୍ମ୍‌ ଇଣ୍ଡଷ୍ଟ୍ରି ପାଇଁ ତାଙ୍କ ଅବଦାନ ଚିର ସ୍ମରଣୀୟ। ନାଁ ଯେମିତି, କାମ୍ ବି ତା’ଠାରୁ ଢେର୍ ଅଧିକ ଦମ୍‌ଦାର୍‌।

ଆମେ କହୁଛୁ, ତେଲୁଗୁ ସୁପର୍‌ଷ୍ଟାର୍‌ ଚିରଞ୍ଜୀବୀଙ୍କ କଥା। ୧୯୫୫ ମସିହା ଆଜିର ତାରିଖ ଅର୍ଥାତ୍‌, ଅଗଷ୍ଟ ୨୨ରେ ହିଁ ତାଙ୍କର ଜନ୍ମ ହୋଇଥିଲା। ୧୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଏହି ମେଗାଷ୍ଟାର୍‌ଙ୍କୁ ମର୍ଯ୍ୟାଦାଜନକ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି।

୮୦ରୁ ୯୦ ଦଶକ ମଧ୍ୟରେ ତାଙ୍କର ଗୋଟିଏ ପରେ ଅନ୍ୟ ଏକ ହିଟ୍‌ ଫିଲ୍ମ ବକ୍ସ ଅଫିସ୍‌ରେ ହଙ୍ଗାମା କରି ରେକର୍ଡ ବ୍ୟବସାୟ ମଧ୍ୟ କରିଥିଲା। ଟଲିଉଡ୍‌ର ଏହି ମେଗାଷ୍ଟାର୍‌ ସେତେବେଳେ ଗୋଟିଏ ଫିଲ୍ମ୍‌ରେ ଅଭିନୟ କରିବା ପାଇଁ ବଲିଉଡ୍‌ର ଟପ୍‌ ଅଭିନେତା ଅମିତାଭ୍ ବଚ୍ଚନ୍‌ଙ୍କ ଠାରୁ ମଧ୍ୟ ଅଧିକ ପାରିଶ୍ରମିକ ନେଉଥିଲେ। ତେଲୁଗୁ ଫିଲ୍ମ୍‌ ସହ ତାମିଲ୍‌, କନ୍ନଡ଼ ଓ ହିନ୍ଦୀ ଫିଲ୍ମ୍‌ରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ପ୍ରଥମ ହିନ୍ଦୀ ଫିଲ୍ମ୍‌ ପ୍ରତିବଦ୍ଧ୍।

colage୨୦୦୮ ମସିହାରେ ସେ ପ୍ରଜା ରାଜ୍ୟମ୍‌ ପାର୍ଟି ନାଁରେ ନିଜର ଏକ ରାଜନୀତିକ ଦଳ ଗଢ଼ି ରାଜନୀତିରେ ପ୍ରବେଶ କରିଥିଲେ। ତେବେ ୨୦୧୧ରେ ତାଙ୍କ ଦଳ କଂଗ୍ରେସ୍‌ର ବିଲୟ ହୋଇଥିଲା ଏବଂ ପରେ ଚିରିଞ୍ଜୀବୀଙ୍କୁ କେନ୍ଦ୍ରରେ ପର୍ଯ୍ୟଟନ ବିଭାର ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ଦାୟିତ୍ୱ ମିଳିଥିଲା।

ଏବେ ଆସନ୍ତୁ ଜାଣିବା, ସୁପର୍‌ଷ୍ଟାର୍‌ ଚିରଞ୍ଜୀବୀଙ୍କ ସମ୍ପର୍କରେ ଆଉ କିଛି କଥା।

– ଚିରଞ୍ଜିବୀଙ୍କ ବାପା ଜଣେ କନଷ୍ଟେବଲ୍‌ ଥିଲେ। ଚିରଞ୍ଜିବ୍‌ଙ୍କ ପିଲାଦିନ ଗାଁରେ କଟିଥିଲା ଏବଂ ପିଲାଦିନରୁ ହିଁ ତାଙ୍କର ଅଭିନୟ ପ୍ରତି ରୁଚି ଥିଲା।

– ଚିରଞ୍ଜୀବୀଙ୍କର ପ୍ରକୃତ ନାଁ କୋନିଡେଲା ଶିବଶଙ୍କର ବରପ୍ରସାଦ ଥିଲା। କିନ୍ତୁ ତାଙ୍କ ମା’ଙ୍କୁ ଏହି ନାଁ ବଦଳାଇବାକୁ କୁହାଯିବାରୁ ମା’ ରଖିଥିଲେ ଚିରଞ୍ଜୀବୀ। ତାଙ୍କ ପୂରା ପରିବାର ହନୁମାନଙ୍କ ଭକ୍ତ ଥିଲେ।

– ୧୯୭୮ରେ ତେଲୁଗୁ ଫିଲ୍ମ ‘ପୁନାଧିରଲ୍ଲୁ’ରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। କିନ୍ତୁ ଏହି ଫିଲ୍ମ୍‌ଟି ମୁକ୍ତିଲାଭ କରିବା ପୂର୍ବରୁ ତାଙ୍କ ଅଭିନୀତ ଅନ୍ୟଏକ ଫିଲ୍ମ ‘ପ୍ରଣମ ଖାରିଡୁ’ ରିଲିଜ୍‌ ହୋଇଥିଲା।

– ସେ ନିଜ ଡ୍ୟାନ୍ସ୍‌ ପାଇଁ ଖୁବ୍‌ ଲେକପ୍ରିୟତା ହାସଲ କରିଛନ୍ତି।

amitavchiru– ଚିରଞ୍ଜୀବୀ ଟଲିଉଡ୍‌ର ଜଣେ ମାତ୍ର କଳାକାର, ଯାହାଙ୍କର ସିଙ୍ଗଲ୍‌, ଡବଲ୍‌, ଏପରିକି ଟ୍ରିପଲ୍‌ ରୋଲ୍‌ ଥିବା ଫିଲ୍ମ୍‌ ୧୦୦ ଦିନ ଯାଏ ହଲ୍‌ରେ ଚାଲି ବକ୍ସ୍‌ ଅଫିସ୍‌ରେ ରେକର୍ଡ ବ୍ୟବସାୟ କରିଛି।

–  ଚିରଞ୍ଜୀବୀ ୧୦ ଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି।

– ଚିରଞ୍ଜିବ୍‌ ନିଜର ଏକ ୱେବ୍‌ସାଇଟ୍‌ ଆରମ୍ଭ କରିଥିଲେ।  ଆଉ ଏହା ଜରିଆରେ ସେ ନିଜ ଇଭେଣ୍ଟ୍‌ ଓ ଫିଲ୍ମର ପ୍ରମୋସନ୍‌ କରୁଥିଲେ।

– ଗୋଟିଏ ସମୟରେ ଚିରଞ୍ଜୀବୀଙ୍କ ଷ୍ଟାର୍‌ଡମ୍ ଏମିତି ଥିଲା ଯେ ସେ ବିଗ୍ ବି’ ଅମିତାଭ୍‌ ବଚ୍ଚନ୍‌ଙ୍କ ତୁଳନାରେ ଗୋଟିଏ ଫିଲ୍ମ୍‌ ପାଇଁ ଅଧିକ ପାରିଶ୍ରମିକ ନେଉଥିଲେ। ସେତେବେଳେ ଅମିତାଭ୍‌ ଗୋଟିଏ ଫିଲ୍ମ ପାଇଁ କୋଟିଏ ଟଙ୍କା ନେଉଥିବାବେଳେ ଚିରଞ୍ଜୀବୀ ନେଉଥିଲେ ୧.୫ କୋଟି ।

– ଚିରଞ୍ଜୀବୀଙ୍କ ଫିଲ୍ମ୍‌ର ଗୀତ ମଧ୍ୟ ଖୁବ୍ ଲୋକପ୍ରିୟତା ଲାଭ କରିଛି । ଏହି ଗୀତଗୁଡ଼ିକ ୟୁଟ୍ୟୁବ୍‌ରେ ହାଇଏଷ୍ଟ ଭ୍ୟୁର ରେକର୍ଡ କରିଛି। ଚିରଞ୍ଜୀବୀଙ୍କ ଗୀତକୁ ୧ ଘଣ୍ଟାରେ ପ୍ରାୟ ୩୦ ହଜାର ଲୋକ ଲାଇକ୍‌ କରୁଛନ୍ତି।



from Odisha Reporter https://ift.tt/2OSxcY7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages