ନିରଞ୍ଜନଙ୍କ ନାଁରେ ସୋଶାଲ୍ ମିଡିଆରେ ବୁଲୁଛି ଏମିତି କବିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ନିରଞ୍ଜନଙ୍କ ନାଁରେ ସୋଶାଲ୍ ମିଡିଆରେ ବୁଲୁଛି ଏମିତି କବିତା

ଭୁବନେଶ୍ୱର (ମିହିର ପଟ୍ଟନାୟକ): ହାତ ହଲେଇ ନ ହେଲେ ଯୋଡ଼ିଦେଇ ଭୋଟ୍ ମାଗିବା ଆମ ଭାରତୀୟ ନେତାଙ୍କ ପ୍ରଚାର ତରିକା। ଏ କଥା ଆପଣ ଦେଖିଥିବେ। ଖାଲି ଆପଣ କାହିଁକି, ଆପଣଙ୍କ ବାପା ଆଉ ବାପାଙ୍କ ବାପା ବି ଏ କଥା ଦେଖିଥିବେ। କାରଣ ଗଣତନ୍ତ୍ରରେ ହାତ ନ ଯୋଡ଼ିଲେ ଆଉ ମୁହଁ ଖୋଲି ନିଜ ପ୍ରଚାର ନିଜେ ନ କଲେ ଯେ ଭୋଟ୍ ମିଳିବନି, ଏ କଥା ସମସ୍ତଙ୍କୁ ଜଣା।

ଏଣୁ ଏହି ଧାରା ଆଜି ବି ବଳବତ୍ତର ରହିଛି। ହେଲେ ଏହି ପ୍ରଚାର ତରିକା ଏବେ ଡିଜିଟାଲ୍ ରୂପ ଧାରଣ କରିସାରିଲାଣି। ଫେସବୁକ୍‌, ହ୍ୱାଟସ୍‌ଆପ୍‌ ଆଉ ଟ୍ୱିଟର୍‌ରେ ନିଜ ବଦାନ୍ୟତାକୁ ପ୍ରଚାର କରି ନେତାଏ ଜନତାଙ୍କୁ ଭୋଟ୍ ପାଇଁ ଥୋପ ପକାଉଛନ୍ତି।

ପ୍ରଧାନମନ୍ତ୍ରୀଙ୍କଠାରୁ ମୁଖ୍ୟମନ୍ତ୍ରୀ ଆଉ ବଡ଼ ଛୋଟ, କୁଜି, ସବୁ ପ୍ରଜାତିର ନେତା ଏବେ ଡିଜିଟାଲ ପ୍ରଚାରରେ ସାମିଲ ହୋଇଗଲେଣି।

ଆମ ରାଜ୍ୟ କଂଗ୍ରେସ ମଙ୍ଗୁଆଳ ବାବୁ ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏ ମାମଲାରେ ଏବେ ଭାରି ଆକ୍ଟିଭ୍‌। ତାଙ୍କ ସବୁ କଥା ଏବେ ପାର୍ଟି ଅଫିସରୁ ବାହାରିବା ଆଗରୁ ସୋଶାଲ୍ ମିଡିଆରେ ହଇଚଇ କରୁଛି।

ଦିନେ କି ଦି’ ଦିନ ହେଲାଣି, ବାବୁ ନିରଞ୍ଜନଙ୍କ ଫଟୋ ଥାଇ କବିତାଟିଏ ଭାଇରାଲ ହେଉଛି। ଯାହାକୁ ଦେଖି ଆମକୁ ଟିକେ ଅବାଗିଆ ଲାଗିଲା। କବିତା ପଢ଼ି ଜାଣିଲୁ, ବାବୁ କୁଆଡ଼େ କେରଳ ବନ୍ୟା ବିପନ୍ନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଦାନ ଦେଇଛନ୍ତି। ହେଲେ ଏ କଥା ହ୍ୱାଟସ୍‌ଆପ୍‌, ଟୁଇଟର୍ ଅଥବା ଫେସ୍‌ବୁକ୍‌ରେ ସେ ପ୍ରଚାର କରି ନାହାନ୍ତି।

କିନ୍ତୁ ତାଙ୍କର କେହି ଜଣେ ଭକ୍ତ ବାବୁ ନିରଞ୍ଜନଙ୍କ ଏହି ଅଣ ପ୍ରଚାରିଆ ଗୁଣକୁ ଚିହ୍ନି ଭାରି ମନ୍ତ୍ରମୁଗ୍ଧ ହେବା ପରେ କବିତା ପଦକ ଲେଖି ଦେଇଛନ୍ତି। ଯାହାକୁ ପଢ଼ି ଲାଗିବ, ନିରଞ୍ଜନ ବାବୁ ଆଦୌ ପ୍ରଚାରପ୍ରିୟ ନୁହନ୍ତି। ସେଇଥିପାଇଁ ସୋଶାଲ ମିଡିଆରେ ପ୍ରଚାର ନ କରି ନିରବତାର ସହ ୧୦ ଲକ୍ଷ ଟଙ୍କା ଦାନ କରି ନିଜ ବଦାନ୍ୟତା ଦେଖେଇଛନ୍ତି।

ଯଦି କଥାଟା ସତ ତା ହେଲେ ଆମେ ନିରଞ୍ଜନ ବାବୁଙ୍କୁ ନିଶ୍ଚିତ ଭାବେ ପ୍ରଣିପାତ କରିବୁ। ହେଲେ କବିବରଙ୍କୁ କଥାଟିଏ କହିବୁ, ନିରଞ୍ଜନଙ୍କ ଏ ମହାନ୍‌ କାମଟି ଆପଣ ପାଣିଚିଆ କରିଦେଲେ। ଯୋଉ ଧର୍ମ କରିବାକୁ ନିରଞ୍ଜନ ନିରବତା ଅବଲମ୍ବନ କଲେ ଆପଣ କବିତା ଲେଖି ତାଙ୍କ ଏ ନିରବତାକୁ ଭାଇରାଲ କରିଦେଇ ଆପଣ କ’ଣ ଠିକ୍‌ କଲେ ?



from Odisha Reporter https://ift.tt/2MGlC4T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages