ମଶାଣିରୁ ଶବ ଉଠାଇ ନେଲା ପୁଲିସ୍‌, ହେଲେ ପଚାରିଲେ କିଛି କହୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

ମଶାଣିରୁ ଶବ ଉଠାଇ ନେଲା ପୁଲିସ୍‌, ହେଲେ ପଚାରିଲେ କିଛି କହୁନି

କୋରାପୁଟ(ଚିତ୍ତରଞ୍ଜନ ଚୌଧୁରୀ): ଆଉ କେଇ ମିନିଟ୍‌ ପରେ ଜୁଇରେ ଜଳି ଯାଇଥାନ୍ତା ରେବତୀର(ଛଦ୍ମନାମ) ଶରୀର। ହେଲେ ପୁଲିସ୍‌ ଜୁଇ ଉପରୁ ଉଠାଇ ନେଲା ତା’ ଶବକୁ। କୁଆଡେ ନେଉଛ ବୋଲି ପଚାରିବାରୁ କିଛି କହିଲାନି। ସମସ୍ତେ ଭାବିଲେ ଶବ ବ୍ୟବଚ୍ଛେଦ ପାଇଁ ଯାଉଛି। ହେଲେ ପାଖ ଡାକ୍ତରଖାନାରେ ଡାକ୍ତର ବି ଫେରାଇ ଦେଲେ ରେବତୀର ଶବକୁ ! ହେଲେ କ’ଣ ପାଇଁ ?

କୋରାପୁଟ ଜିଲା ଦଶମନ୍ତପୁରରେ ଏମିତି କାଣ୍ଡ ଘଟିଛି ଆଜି ସକାଳୁ ସକାଳୁ। ବୁଝୁ ବୁଝୁ ଯାହା ଜଣାପଡ଼ିଲା, ରେବତୀ କୁଆଁରୀ ମା’ ବନି ଯାଇଥିଲା। ପେଟରେ କାଳେ ତାର ୫ମାସର ଛୁଆ ଥିଲା। ହେଲେ କାଲି ରାତିରେ କ’ଣ ହେଲା କେଜାଣି, ରେବତୀ ହଠାତ୍‌ ଆଖି ବୁଜିଦେଲା।

ଏ ବାବଦରେ ପୁଲିସ୍‌ କିଛି କହିବାକୁ ମନା କରିଦେଇଛି। ହେଲେ ସକାଳେ ଶବ ଜବତ ଘଟଣା ସମସ୍ତେ ଦେଖିଛନ୍ତି। ଶୁଣିବାକୁ ମିଳୁଛି ଅସଲ କଥାଟା କୁଆଡେ ଏମିତି।

ରେବତୀ ପାଖ ଗାଁର ଗୋଟେ ପୁଅକୁ ଭଲ ପାଉଥିଲା। ପ୍ରେମ ଆଗକୁ ବଢିଥିଲା। ଏମିତିକି ଉଭୟଙ୍କ ମଧ୍ୟରେ ଦୈହିକ ସମ୍ପର୍କ ମଧ୍ୟ ଥିଲା। ରେବତୀ ଗର୍ଭବତୀ ହୋଇପଡିବାରୁ ଜିଦ୍‌ ଧରିଥିଲା ବାହା ହେବାକୁ। ହେଲେ ପ୍ରତାରକ ପ୍ରେମିକ ବାହା ହେବାକୁ ମନା କରିଦେଲା। ଲୋକ ଲଜ୍ଜାକୁ ମୁଣ୍ଡରେ ମୁଣ୍ଡେଇ ଆଗକୁ ଚାଲିବା କଷ୍ଟକର ବୋଲି ହୃଦ୍‌ବୋଧ କରିବା ପରେ ଘର ଲୋକେ ତା’ର ଗର୍ଭପାତ କରିବାକୁ ଡାକ୍ତରଖାନାରେ ପହଞ୍ଚିଲେ।

ସେହିଦିନ ସନ୍ଧ୍ୟାରେ ସ୍ଥାନୀୟ ଡାକ୍ତରଖାନାରେ ପରିବାର ଲୋକଙ୍କ ସହ ରେବତୀ ପହଞ୍ଚିଥିବା ପୁଲିସ୍‌ କୁଆଡୁ ଖବର ପାଇଥିଲା। ଆଉ ପୁଲିସ୍‌ ଆସୁଥିବା ଜାଣିପାରି ରେବତୀକୁ ନେଇ ଘରଲୋକ ଘରକୁ ଫେରି ଆସିଥିଲେ।

କିଛି ଦିନ ଯିବା ପରେ କାଲି ରାତିରେ ହଠାତ୍‌ ରେବତୀ ପ୍ରାଣ ହରାଇଥିଲା। ଗାଁ ଲୋକେ ଭାବିଲେ ସେ ଆତ୍ମହତ୍ୟା କରିଛି।

ଆଉ ଆଜି ରାତି ପାହି  ସକାଳ ହେଲା ବେଳକୁ ଘର ଲୋକେ ଝିଅର ଦାହ ସଂସ୍କାର କରିବାକୁ ବାହାରିଲେ। ହେଲେ ତା ମୃତ୍ୟୁକୁ ନେଇ ଘର ଲୋକେ ପୁଲିସ୍‌କୁ ନ ଜଣାଇ ଦାହ କରିବାକୁ ବାହାରିଥିଲେ। ତରବରିଆ ଭାବେ ଶବ ପୋଡିବାକୁ ଯାଉଥିବା ବେଳେ ପୁଲିସ୍‌ ପହଞ୍ଚି ଉଠେଇ ନେଇଥିଲା ଶବ।

ଏବେ ପ୍ରଶ୍ନ, ରେବତୀ ଆତ୍ମହତ୍ୟା କରିଛି ନା ତାକୁ କେହି ହତ୍ୟା କରିଛି? କୋଉଠି ଅଛି ତା’ର ପ୍ରତାରକ ପ୍ରେମିକ? ଘଟଣା ବାବଦରେ ପୁଲିସ୍‌କୁ ପଚାରିବାରୁ କିଛି କହିବାକୁ ମନା କରି ଦେଇଛନ୍ତି ସ୍ଥାନୀୟ ଥାନାଧିକାରୀ।

 



from OdishaReporter https://ift.tt/2KOEKbX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages