ଲଞ୍ଚ୍‌ ହେଲା Oppoର ଦୁଇ ନୂଆ ସ୍ମାର୍ଟ୍‌ଫୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ଲଞ୍ଚ୍‌ ହେଲା Oppoର ଦୁଇ ନୂଆ ସ୍ମାର୍ଟ୍‌ଫୋନ୍‌

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍): ଚାଇନିଜ୍‌ ସ୍ମାର୍ଟ୍‌ଫୋନ୍‌ କମ୍ପାନୀ Oppo, ଭାରତରେ ଦୁଇଟି ନୂଆ ସ୍ମାର୍ଟଫୋନ୍‌, Oppo F9 Pro ଓ Oppo F9 ଲଞ୍ଚ୍ କରିଛି। ନିକଟରେ ଏହି ଦୁଇ ନୂଆ ସ୍ମାର୍ଟ୍‌ଫୋନ୍‌ ଭିଏତ୍‌ନାମ୍‌ରେ ଲଞ୍ଚ୍ କରାଯାଇଥିଲା। ଗତକାଲି ଏହା ମୁମ୍ବାଇରେ ଲଞ୍ଚ୍ ହୋଇଛି। ସାଧାରଣତଃ Oppo ସ୍ମାର୍ଟ୍‌ଫୋନ୍‌ର ବିଶେଷତ୍ୱ ହେଉଛି ଏହାର ସେଲ୍‌ଫି କ୍ୟାମେରା ଏହି ଦୁଇଟି ନୂଆ ସ୍ମାର୍ଟ୍‌ଫୋନ୍‌ର ମଧ୍ୟ ବିଶେଷତ୍ୱ ସେଲ୍‌ଫି କ୍ୟାମେରା ହିଁ ରହିଛି।
ଏହି ଦୁଇ ନୂଆ ସ୍ମାର୍ଟ୍‌ଫୋନ୍‌ର ଅନ୍ୟ ଏକ ବିଶେଷତ୍ୱ ହେଉଛି, ଏଥିରେ ୱାଟର୍‌ ଡ୍ରପ୍‌ ଡିସ୍‌ପ୍ଲେ ନଚ୍‌ ଦିଆଯାଇଛି, ଯାହା iPhone X କିମ୍ବା ଅନ୍ୟ ସ୍ମାର୍ଟ୍‌ଫୋନ୍‌ରେ ଦିଆଯାଇଥିବା ଡିସ୍‌ପ୍ଲେ ନଚ୍‌ରୁ ଭିନ୍ନ। ଏହା ଦେଖିବାକୁ ଇଂରାଜୀ ଅକ୍ଷର ‘V’ ଭଳି।
Oppo F9ର ମୂଲ୍ୟ ୧୯,୯୯୦ ଟଙ୍କାରୁ ଆରମ୍ଭ ହେଉଥିବାବେଳେ Oppo F9 Proର ମୂଲ୍ୟ ୨୩,୯୯୦ଟଙ୍କା ରହିଛି। ଦୁଇଟିଯାକ ସ୍ମାର୍ଟ୍‌ଫୋନ୍‌ର ଇଣ୍ଟର୍‌ନାଲ ମେମୋରି ୬୪ ଜିବି ରହିଛି। କଲର୍ ଭ୍ୟାରିଆଣ୍ଟ୍‌ କଥା କହିଲେ, ଏହା ପର୍ପଲ୍, ସନ୍‌ରାଇଜ୍‌ ରେଡ୍ ଓ ଟ୍ୱିଲାଇଟ୍‌ ବ୍ଲୁରେ ଉପଲବ୍ଧ। Oppo F9 Proର ବିକ୍ରି ଫିଲିପ୍‌ କାର୍ଟ, ଆମାଜନ୍‌ ଓ ପେଟିଏମ୍‌ରେ ହେବ। ଅଗଷ୍ଟ ୩୧ ତାରିଖରୁ ଏହା ଅଫ୍‌ଲାଇନ୍‌ ରିଟେଲ ଷ୍ଟୋର୍‌ରେ ମଧ୍ୟ ମିଳିବ।
Oppo F9 Proରେ ୧୯.୫:୯ ଏସ୍ପେକ୍ଟ ରେସିଓ ସହ ୬.୩ ଇଞ୍ଚର ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ ଦିଆଯାଇଛି। ଏହା ଅକ୍ଟାକୋର୍‌ MediaTek Helio P60 ପ୍ରୋସେସର୍‌ରେ ଚାଲିଥାଏ। ଏହି ସ୍ମାର୍ଟ୍‌ଫୋନ୍‌ର ୨ଟି ଭ୍ୟାରିଆଣ୍ଟ୍‌ ରହିଛି। ଗୋଟିକରେ ୪ଜିବି ରାମ୍‌ ଓ ଅନ୍ୟଟିରେ ୬ଜିବି ରାମ୍‌ ଦିଆଯାଇଛି। ଏହାର ଇଣ୍ଟର୍‌ନାଲ୍‌ ମେମୋରି ୬୪ ଜିବି ରହିଛି, ଯାହାକୁ ଏସ୍‌ଡି କାର୍ଡ଼ ସାହାଯ୍ୟରେ ୨୫୬ଜିବି ଯାଏ ବଢ଼ା ଯାଇପାରିବ। ଏଥିରେ Android 8.1 Oreo ବେସ୍‌ଡ୍ ସଫ୍ଟୱେୟାର ଦିଆଯାଇଛି। ଫଟୋଗ୍ରାଫି ପାଇଁ ଏଥିରେ ଡୁଆଲ୍‌ ରିୟର୍‌ କ୍ୟାମେରା ସେଟ୍‌ଅପ୍ ମଧ୍ୟ ରହିଛି। ଗୋଟିଏ ୧୬ ମେଗାପିକ୍ସେଲ୍ ହୋଇଥବାବେଳେ ଅନ୍ୟଟି ୨ ମେଗାପିକ୍ସେଲ୍‌ ରହିଛି। ସେଲ୍‌ଫି ପାଇଁ ଏଥିରେ ୨୫ ମେଗାପିକ୍ସେଲ୍‌ କ୍ୟାମେରା ସହ ଏଲିଇଡି ଫ୍ଲାସ୍‌ ମଧ୍ୟ ଦିଆଯାଇଛି। ଫୋନ୍‌ଟିର ବ୍ୟାଟେରୀ 3,500mAhର ହୋଇଥିବାବେଳେ ଏହାସହ VOOC ଫାଷ୍ଟ୍‌ ଚାର୍ଜର୍‌ ମଧ୍ୟ ଦିଆଯାଇଛି।



from Odisha Reporter https://ift.tt/2BGRaTM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages