ଏମ୍‌ସରେ ଯଲିଉଡ୍‌ର ଚର୍ଚ୍ଚିତ ଖଳନାୟକ ଦାମ ପଣ୍ଡା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ଏମ୍‌ସରେ ଯଲିଉଡ୍‌ର ଚର୍ଚ୍ଚିତ ଖଳନାୟକ ଦାମ ପଣ୍ଡା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଞ୍ଚରେ କେବେ ଦର୍ଶକଙ୍କୁ ଡ଼ରାଉଥିଲେ ତ ଆଉ କେବେ ହସାଉଥିଲେ ଓ କନ୍ଦାଉଥିଲେ ସେ। ଓଡ଼ିଆ ଯାତ୍ରା ଜଗତର ଏହି ଚର୍ଚ୍ଚିତ ଖଳନାୟକ ତଥା ଚରିତ୍ର ଅଭିନେତା ଦାମ ପଣ୍ଡା ଏମ୍‌ସରେ ଚିକିତ୍ସାଧୀନ। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

୧୯୭୭ ମସିହାରେ ଯାତ୍ରା ଦୁନିଆକୁ ଆସିଥିବା ଦାମ ପଣ୍ଡା ତାଙ୍କ ଦୀର୍ଘ ୪୦ ବର୍ଷ ଯାତ୍ରା କ୍ୟାରିଅର୍‌ରେ ‘ତୁଳସୀ ଗଣନାଟ୍ୟ’ର ‘ସୁର ସାର୍‌ଙ୍କ ସାନ ଝିଅ’ ନାଟକରେ ହାତଖଣ୍ଡି ତାପସୀ ମହାପାତ୍ର ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଭିତରେ ବସା ବାନ୍ଧିଥିଲେ। ଗତ ୪ ବର୍ଷ ଧରି ସେ ‘ଯାତ୍ରା ସଚ୍ଚିଦାନନ୍ଦମ୍‌’ରେ ଖଳନାୟକ ଓ ଚରିତ୍ର ଅଭିନେତା ଭାବେ ଅଭିନୟ କରୁଥିଲେ। ‘ମହାଭାରତର ଅର୍ଜୁନ ରାନୀ’ ନାଟକରେ ଶକୁନି ଚରିତ୍ର ତାଙ୍କୁ ମଞ୍ଚ ନାଟକରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।

ଜଲିଉଡ୍‌ରେ ଏହି ମେଗାଷ୍ଟାର ଏବେ ଫୁସ୍‌ଫୁସ୍‌ରେ କ୍ୟାନସରରେ ପୀଡ଼ିତ ଅଛନ୍ତି। ଭୁବନେଶ୍ୱର ଏମ୍‌ସରେ ତାଙ୍କର ଚିକିତ୍ସା ଚାଲିଛି। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ତେବେ ତାଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଅର୍ଥ।

କିଛି ଦିନ ତଳେ ଦାମଙ୍କୁ ଫୁସ୍‌ଫୁସ୍‌ରେ କ୍ୟାନସର ହୋଇଥିବା କଟକ ବଡ଼ଡାକ୍ତରଖାନାରେ ପରୀକ୍ଷାରୁ ଜଣାପଡ଼ିଥିଲା। ପରେ ପରିବାର ଲୋକେ ତାଙ୍କୁ ପ୍ରଥମେ ସମ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ଗତ ସୋମବାର ଏମ୍‌ସକୁ  ସ୍ଥାନାନ୍ତରିତ କରାଯାଇଛି। କ୍ୟାନସର୍‌ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଥିବାରୁ ଉନ୍ନତ ମାନର ଚିକିତ୍ସା ଜରୁରୀ ଥିବାରୁ ଦାମଙ୍କ ପାଇଁ ଆର୍ଥିକ ସହାୟତା ନିତାନ୍ତ ଆବଶ୍ୟକ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାଏଁ କୌଣସି ସହାୟତା ଦିଆଯାଇନାହିଁ। ଏଭଳି ସ୍ଥିତିରେ ଆଗ୍ରହୀ ବ୍ୟକ୍ତିମାନେ ୯୯୩୭୫୬୮୫୦୪ ନମ୍ୱରରେ ଯୋଗାଯୋଗ କରି ସହାୟତାର ହାତ ବଢ଼ାଇବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି।

ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଶ୍ରୀରାମପୁର ପଞ୍ଚାୟତର କଣ୍ଟାବଣିଆ ଗାଁରେ ଜନ୍ମ ହୋଇଥିବା ଦାମ ପଣ୍ଡା ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ପାସ୍‌ କରିଛନ୍ତି। ଏହି ଉଚ୍ଚ ଶିକ୍ଷିତ କଳାକାର ଜଲଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଖଳନାୟକ ଦୈତାରୀ ପଣ୍ଡାଙ୍କ ଭିଣୋଇ।



from Odisha Reporter https://ift.tt/2MH8MU1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages