
ନୂଆଦିଲ୍ଲୀ: ନକ୍ସଲଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ମହାରାଷ୍ଟ୍ର ପୁଲିସ୍ ଗିରଫ କରିଥିବା ୫ ଜଣ ସାମାଜିକ କର୍ମୀଙ୍କ ଗୃହବନ୍ଦୀ ଅବଧିକୁ ଆଜି ସୁପ୍ରିମକୋର୍ଟ ୧୨ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଏଥିସହ ସାମାଜିକ କର୍ମୀଙ୍କ ଗିରଫଦାରୀ ବିରୋଧରେ ଆଗତ ଏକାଧିକ ଆବେଦନର ଶୁଣାଣିକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ୧୨ ଯାଏ ଘୁଞ୍ଚାଇ ଦେଇଛନ୍ତି।
ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ମହାରାଷ୍ଟ୍ର ପୁଲିସ୍ ସାମାଜିକ କର୍ମୀ ସୁଧା ଭରଦ୍ୱାଜ, ଗୌତମ ନଭଲଖା, ଅରୁଣ ଫେରିୟାର, ଭେରନ୍ ଗନ୍ସାଲଭେସ୍ ଓ ପି ଭର୍ଭରା ରାଓଙ୍କୁ ବିଭିନ୍ନ ଦଫା ଲଗାଇ ଗିରଫ କରିଥିଲା। ଗିରଫ ବ୍ୟକ୍ତିମାନଙ୍କ ସମ୍ପର୍କ ଜାନୁଆରୀରେ ସଂଘଟିତ ଭୀମା କୋରେଗାଓଁ ହିଂସା ସହ ରହିଥିଲା ବୋଲି ପୁଲିସ୍ କହିଛି।
ଗିରଫଦାରୀର ଗୋଟିଏ ଦିନ ପରେ ସୁପ୍ରିମକୋର୍ଟ ଏହି ସାମାଜିକ କର୍ମୀଙ୍କୁ ଜେଲ୍ ପଠାଇବା ଉପରେ ରୋକ ଲଗାଇବା ସହ ଗଣତନ୍ତ୍ରର କଣ୍ଠରୋଧ କରିବାକୁ କେହି ଚେଷ୍ଟା କରନ୍ତୁ ନାହିଁ ବୋଲି କହିଥିଲେ।
from Odisha Reporter https://ift.tt/2CpxmF1
No comments:
Post a Comment