
ନୂଆଦିଲ୍ଲୀ: ଦିବଂଗତ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଭସ୍ମ କଳସ ଏବେ କୁଆଡ଼େ ଅନ୍ଲାଇନ୍ରେ ମିଳୁଛି। ଆପଣ ଚାହିଁଲେ ଏହାକୁ ଅନ୍ଲାଇନ୍ ମାର୍କେଟିଂ ସଂସ୍ଥା amazonରେ ପାଇପାରିବେ ବୋଲି ଚର୍ଚ୍ଚା ହେଉଛି। ତେବେ ଏଭଳି ଖବରକୁ ଖଣ୍ଡନ କରିଛନ୍ତି ଅନ୍ ଲାଇନ୍ ସପିଂ ସାଇଟ୍ amazon କର୍ତ୍ତୃପକ୍ଷ।
ବାସ୍ତବରେ ‘ବହୁଜନ ସମାଜ ପାର୍ଟି’ ନେତା ଦେବାଶିଷ ଜାରାରୀୟା ନିକଟରେ ଏକ ଟ୍ୱିଟ୍ କରିଥିଲେ। ସେଥିରେ ସେ ଦର୍ଶାଇଥିଲେ ଯେ, ଆମାଜୋନ୍ରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ଭସ୍ମ କଳସ ବିକ୍ରି ହେଉଛି। ଯାହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଜଣେ ମହାନ୍ ରାଜନେତାଙ୍କ ମୃତ୍ୟୁ ପରେ ତାଙ୍କ ଭସ୍ମକୁ ନେଇ ଏଭଳି ହୀନ ରାଜନୀତି କରିବାକୁ ନେଇ ଅନେକ ସାଧାରଣ ଲୋକ ଓ ରାଜନେତା ନାପସନ୍ଦ କରିଥିଲେ।
ଜରାରୀୟା ନିଜର ଏହି ପୋଷ୍ଟ ସହିତ ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ଯାହାକି amazon ୱେବସାଇଟ୍ର ସ୍କ୍ରିନ୍ଶଟ୍ ଭଳି ଲାଗୁଥିଲା। ଏଥିରେ ଲେଖାଯାଇଥିଲା ଏକ ତମ୍ୱା କଳସରେ ବାଜପେୟୀଙ୍କ ଅସ୍ତି ସହିତ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଏକ ପୁସ୍ତକ ମିଳୁଛି। ଯାହାକି ୧୦% ଶସ୍ତାରେ ଦିଆଯାଉଛି।
ହେଲେ ପରବର୍ତ୍ତୀ ସମୟରେ ଆମାଜୋନ୍ରେ ଏହାକୁ ସର୍ଚ୍ଚ କଲା ପରେ ଜଣାପଡ଼ିଲା ଯେ ସେମିତି କୌଣସି ପ୍ରଡକ୍ଟ ଏଠାରେ ଉପଲବ୍ଧ ନାହିଁ। ହେଲେ ବାସ୍ତବରେ ଏହି ଘଟଣାଟି ମିଛ ବୋଲି ଜଣେ ଟ୍ୱିଟର ଆକାଉଣ୍ଟଧାରୀ ‘ୟୋ ୟୋ ମୋଦି’ ସ୍ପଷ୍ଟ କରିଥିଲେ। ଏଥିସହିତ ସେ ନିଜେ ଏହି ଫଟୋଟି ପ୍ରସ୍ତୁତ କରିଥିଲେ ବୋଲି ସ୍ୱୀକାର କରିଥିଲେ।
from Odisha Reporter https://ift.tt/2CaFY22
No comments:
Post a Comment