କେବଳ କେନ୍ଦ୍ରାପଡ଼ା ନୁହେଁ, ଓଡ଼ିଶା ପାଇଁ କିଛି କରିବାକୁ ଇଚ୍ଛା: ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

କେବଳ କେନ୍ଦ୍ରାପଡ଼ା ନୁହେଁ, ଓଡ଼ିଶା ପାଇଁ କିଛି କରିବାକୁ ଇଚ୍ଛା: ବୈଜୟନ୍ତ

bjd-bai

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କର ଭବିଷ୍ୟତ ରାଜନୀତିକ କାର୍ଯ୍ୟକ୍ରମ ସଂପର୍କରେ ଗଣମାଧ୍ୟମରେ ନିଜର ମତ ରଖିଛନ୍ତି।

ଆଜି କଟକ ଜିଲ୍ଲାର ମାହାଙ୍ଗା ନିକଟସ୍ଥ ବ୍ରାହ୍ମଣମଣିଯୋରୀ ଗାଁ ଗସ୍ତ ଅବସରରେ ସେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି- “କେବଳ କେନ୍ଦ୍ରାପଡ଼ା ନୁହେଁ, ମୋର ଇଚ୍ଛା ସାରା ଓଡ଼ିଶା ପାଇଁ କିଛି କରିବାକୁ। ଆଗାମୀ ଦିନରେ କେଉଁ ଦଳରେ ସାମିଲ ହେବି, କିମ୍ବା ନୂଆ କିଛି ଆରମ୍ଭ କରିବି, ଏବେ ଏ ସଂପର୍କରେ ମୁଁ ଚିନ୍ତା କରୁଛି। ଏ ନେଇ ଲୋକଙ୍କ ମତ ନେଉଛି। ସବୁ କିଛି ବିଷୟରେ ଚିନ୍ତା କରୁଛି। ନିର୍ବାଚନରେ ଭାଗ ନେବାକୁ ହେଲେ ନିର୍ବାଚନ ପୂର୍ବରୁ ହିଁ କିଛି ନିଷ୍ପତ୍ତି ନେବି।”

ସେ ଆହୁରି ମଧ୍ୟ କହିଛନ୍ତି- “ଲୋକଙ୍କ ସେବା ପାଇଁ ରାଜନୀତି ଏକମାତ୍ର ମାଧ୍ୟମ ନୁହେଁ। ହେଲେ ଦୁଇଦଶନ୍ଧି ଧରି ଯେହେତୁ ରାଜନୀତି ଜରିଆରେ ଲୋକଙ୍କ ସେବା କରିଆସୁଛି, ତେଣୁ ରାଜନୀତି ଜରିଆରେ ତାହା କରିବା ମୋ ପାଇଁ ଉଚିତ ହେବ।”

 

 



from Odisha Reporter https://ift.tt/2LRkvel

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages