ରେକର୍ଡ ବୁକ୍‌ରେ ସ୍ଥାନ ପାଇଲେ ଶିଖର ଧୱନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ରେକର୍ଡ ବୁକ୍‌ରେ ସ୍ଥାନ ପାଇଲେ ଶିଖର ଧୱନ୍‌

ଦୁବାଇ: ଟିମ୍‌ ଇଣ୍ଡିଆର ‘ଗବର୍’ ତଥା ଓପନର୍‌ ବ୍ୟାଟସ୍‌ମ୍ୟାନ୍‌ ଶିଖର ଧୱନ୍‌ ଏସିଆ କପ୍‌ରେ ନିଜର ଚମକ ଦେଖାଇ ଚାଲିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଧୱନଙ୍କୁ ସୋଶାଲ୍‌ ମିଡିଆରେ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ତେବେ ଧଳା ଡ୍ରେସ୍‌ ଛାଡ଼ି ବ୍ଲୁ ଡ୍ରେସ୍‌ ପିନ୍ଧିବା ପରେ ଧୱନ୍‌ ଏବେ ଲୟକୁ ଫେରିଛନ୍ତି। ବର୍ତ୍ତମାନ ଏସିଆ କପ୍‌ରେ ୩ଟି ମ୍ୟାଚ୍‌ ଖେଳି ଧୱନ୍‌ ଟୁର୍ଣ୍ଣାମେଣ୍ଟର୍‌ ସର୍ବାଧିକ ରନ୍‌ ସ୍କୋରର ହୋଇଛନ୍ତି। ଏଥିରେ ଗୋଟିଏ ଶତକୀୟ ପାଳି ମଧ୍ୟ ରହିଛି। ତେବେ ସୁପର ଫୋର୍‌ର ବାଂଲାଦେଶ ବିପକ୍ଷ ମୁକାବିଲା ପରେ ଧୱନ ରେକର୍ଡ ବୁକ୍‌ରେ ନିଜର ନାଁକୁ ସାମିଲ କରିପାରିଛନ୍ତି।

ଦିନିକିଆ ମ୍ୟାଚ୍‌ର ଗୋଟିଏ ଇନିଂସ୍‌ରେ ୪ଟି କ୍ୟାଚ୍‌ ଧରିବାରେ ଧୱନ୍‌ ୭ମ ଭାରତୀୟ ହେବାର ଗୌରବ ହାସଲ କରିଛନ୍ତି। ଧୱନ୍‌ ଗତକାଲି ମ୍ୟାଚ୍‌ରେ ନଜମୁଲ ହୋସେନ୍‌, ସାକିବ-ଅଲ-ହାସନ, ମେହେଦି ହାସନ ଓ ଶେଷରେ ମୁସ୍ତାଫିଜୁର ରହମନଙ୍କ କ୍ୟାଚ୍‌ ଧରି ଏହି ରେକର୍ଡ ବୁକ୍‌ରେ ସ୍ଥାନ ପାଇଛନ୍ତି।

ପୂର୍ବରୁ ଏହି ତାଲିକାରେ ସୁନୀଲ ଗାଭାସ୍କର(ବନାମ ପାକିସ୍ତାନ ୧୯୮୫), ମହମ୍ମଦ ଆଝାରୁଦ୍ଦିନ(ବନାମ ପାକିସ୍ତାନ ୧୯୯୭), ସଚିନ୍‌ ତେନ୍ଦୁଲକର(ବନାମ ପାକିସ୍ତାନ ୧୯୯୮), ରାହୁଲ ଡ୍ରାଭିଡ୍‌(ବନାମ ୱେଷ୍ଟଇଣ୍ଡିଜ୍‌ ୧୯୯୯), ମହମ୍ମଦ କୈଫ୍‌(ବନାମ ଶ୍ରୀଲଙ୍କା ୨୦୦୩) ଓ ଭିଭିଏସ୍‌ ଲକ୍ଷ୍ମଣ(ବନାମ ଜିମ୍ବାୱେ,୨୦୦୪) ସ୍ଥାନ ପାଇଥିଲେ।

୧୯୯୩ରେ ଜଣ୍ଟି ରୋଡସ୍‌ କିନ୍ତୁ ଦିନିକିଆ ମ୍ୟାଚ୍‌ର ଗୋଟିଏ ଇନିଂସ୍‌ରେ ୫ଟି କ୍ୟାଚ୍‌ ନେଇ ବିଶ୍ୱ ରେକର୍ଡ ନିଜ ନାଁରେ ରଖିଛନ୍ତି। ମୁମ୍ବାଇଠାରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ଜଣ୍ଟି ଏଭଳି ରେକର୍ଡ ସୃଷ୍ଟି କରିଥିଲେ।



from Odisha Reporter https://ift.tt/2xwbkLK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages