
ଶିମଲା: ହିମାଚଳ ପ୍ରଦେଶର ଶିମଲାରେ ପୁଣି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଛୋଟ ଯାତ୍ରୀବାହୀ ଗାଡ଼ି ଭାରସାମ୍ୟ ହରାଇ ଏକ ଗଭୀର ଖାତକୁ ଖସି ପଡ଼ିବାରୁ ଏଥିରେ ଥିବା ସମସ୍ତ ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ତିନି ଦମ୍ପତି ଥିବା ବେଳେ ୩ଟି ପରିବାରର ୮ ଜଣ ସଦସ୍ୟ ରହିଛନ୍ତି।
ଏହି ଯାତ୍ରୀମାନେ ଫୋର୍ସ ଟ୍ରାକ୍ସ କ୍ରୁଜର୍ରେ ସ୍ୱରଠାରୁ ଟିୟୁନି ଯାଉଥିବା ବେଳେ ସନାଲିଠାରେ ଏଭଳି ଦୁର୍ଘଟଣା ଘଟିଛି। ପ୍ରଥମେ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବା ପରେ ରାସ୍ତା କାଡ଼ରେ ଥିବା ଖାତକୁ ଖସି ପଡ଼ିଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା।
ଅନ୍ୟମାନଙ୍କୁ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଶିମଲା ଏସ୍ପି ଓମ୍ପାତି ଜମ୍ୱାଲ କହିଛନ୍ତି। ସେ କହିଛନ୍ତି, ମୃତକଙ୍କମାନେ ସମସ୍ତ ପ୍ରାପ୍ତ ବୟସ୍କ ଏବଂ ଶବ ବ୍ୟବଚ୍ଛେଦ ପରେ ସବୁ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
from Odisha Reporter https://ift.tt/2NYRrXr
No comments:
Post a Comment