
ହାଇଦ୍ରାବାଦ୍: ଦୀର୍ଘ ୮ ବର୍ଷ ତଳର ଏକ ମାମଲା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ ଆଜି ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ମାମଲାରେ ଆଜି ମହାରାଷ୍ଟ୍ରର ଏକ କୋର୍ଟ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ଜାମିନ୍ ବିହୀନ ଗିରଫ ପରୱାନା ଜାରି କରିଛନ୍ତି।
ଚନ୍ଦ୍ରବାବୁଙ୍କ ବ୍ୟତୀତ ଅନ୍ୟ ୧୪ ଜଣଙ୍କ ମଧ୍ୟରେ ମଧ୍ୟ ସମାନ ୱାରେଣ୍ଟ ଜାରି କରାଯାଇଛି। ଚନ୍ଦ୍ରବାବୁ ଓ ତାଙ୍କ ସହଯୋଗୀମାନେ ୨୦୧୦ ମସିହାରେ ଗୋଦାବରୀ ନଦୀ ଉପରେ ଥିବା ବବଲୀ ବ୍ୟାରେଜ୍ ବିରୋଧରେ ଲୋକଙ୍କୁ ଆନ୍ଦୋଳନ କରିବାକୁ ଉସକାଇବା କାର୍ଯ୍ୟରେ ଲିପ୍ତ ଥିଲେ। ଧର୍ମାବାଦ କୋର୍ଟର ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଏନ୍ଆର୍ ଗଜଭିୟେ ଆଜି ଏହି ମାମଲାର ଶୁଣାଣି କରିଥିଲେ।
ଶୁଣାଣି ବେଳେ ମାଜିଷ୍ଟ୍ରେଟ୍ ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ କ୍ୟାବିନେଟ୍ ସହଯୋଗୀ ତଥା ରାଜ୍ୟ କୃଷି ମନ୍ତ୍ରୀ ଡିୟୁ ରାଓ ଏବଂ ସାମାଜିକ କଲ୍ୟାଣ ମନ୍ତ୍ରୀ ଜି କମଲାକର ଓ ଅନ୍ୟ ୧୨ ଜଣଙ୍କୁ ତୁରନ୍ତ ଗିରଫ କରିବାକୁ କହିଛନ୍ତି। ଏମାନଙ୍କୁ ଗିରଫ କରି ସେପ୍ଟେମ୍ବର ୨୧ ସୁଦ୍ଧା କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ୨୧ ତାରିଖରେ କରାଯିବ।
ମହାରାଷ୍ଟ୍ର ସରକାର ବେଆଇନ୍ ଭାବେ ବବଲୀ ବ୍ୟାରେଜ୍ ନିର୍ମାଣ କରୁଥିବା ଅଭିଯୋଗ କରି ତେଲୁଗୁ ଦେଶମ ପାର୍ଟି ଏକ ବିଶାଳ ଆନ୍ଦୋଳନ କରିଥିଲା। ଏହି ବ୍ୟାରେଜ୍ ଦ୍ୱାରା ଅବିଭକ୍ତ ଆନ୍ଧ୍ର ପ୍ରଦେଶକୁ ଜଳ ଆସିବ ନାହିଁ ବୋଲି ଦଳ ପକ୍ଷରୁ ଦାବି କରାଯାଇଥିଲା। ସେତେବେଳେ ଚନ୍ଦ୍ରବାବୁ ନାଇଡୁ ବିରୋଧୀଦଳର ନେତା ଭାବେ କାର୍ଯ୍ୟ କରୁଥିଲେ। ନିଷେଧାଦେଶ ସତ୍ତ୍ୱେ ଆନ୍ଦୋଳନକାରୀମାନେ ବ୍ୟାରେଜ୍ ମଧ୍ୟରେ ବଳପୂର୍ବକ ପ୍ରବେଶ କରିଥିଲେ।
from Odisha Reporter https://ift.tt/2Ne3UXm
No comments:
Post a Comment