ଦଳିତ ଯୁବକଙ୍କୁ ବିବାହ କରିବାରୁ ଝିଅର ମଦୁଆ ବାପା କ’ଣ କଲେ ଦେଖନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ଦଳିତ ଯୁବକଙ୍କୁ ବିବାହ କରିବାରୁ ଝିଅର ମଦୁଆ ବାପା କ’ଣ କଲେ ଦେଖନ୍ତୁ

ହାଇଦ୍ରାବାଦ୍‌: ପୁଣିଥରେ ଦଳିତ-ସବର୍ଣ୍ଣ ବିବାହକୁ ନେଇ ହାଇଦ୍ରାବାଦ୍‌ରେ ରକ୍ତପାତ ହୋଇଛି। ବାପାଙ୍କ ବିରୋଧ ସତ୍ତ୍ୱେ ଝିଅ ଭଲ ପାଉଥିବା ‘ଦଳିତ’ ପରିବାରର ପୁଅକୁ ବିବାହ କରିବାରୁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ମଦୁଆ ବାପା ଝିଅର ଏପରି ନିଷ୍ପତ୍ତିରେ କ୍ରୋଧିତ ହୋଇ ଝିଅ ଓ ଜ୍ୱାଇଁଙ୍କୁ ମରଣାନ୍ତକ ଆକ୍ରମଣ କରିଛି। ଆକ୍ରମଣରେ ଝିଅର ପାପୁଲି କଟି ଯାଇଥିବା ବେଳେ ଜ୍ୱାଇଁ ଗୁରୁତର ଆହତ ହୋଇଛନ୍ତି।

ପୂର୍ବରୁ ତେଲେଙ୍ଗାନାର ନାଲଗୋଣ୍ଡାରେ ଅନୁରୂପ ଘଟଣା ଘଟିଥିଲା। ଝିଅଘର ଲୋକଙ୍କ ଆକ୍ରମଣରେ ୨୩ ବର୍ଷୀୟ ପ୍ରଣୟଙ୍କ ମୃତ୍ୟୁ ଘଟିଥିଲା।

୨୨ ବର୍ଷୀୟ ବି ସନ୍ଦୀପ ଓ ୨୦ ବର୍ଷୀୟ ମାଧବୀ ଚାରିୟା ପରସ୍ପରକୁ ଭଲପାଉଥିଲେ। ତେବେ ମାଧବୀଙ୍କ ଘର ଲୋକ ବିବାହ ପାଇଁ ରାଜି ନ ହେବାରୁ ଉଭୟ ସେପ୍ଟେମ୍ବର ୧୨ରେ ବୋଲାରୁମ୍‌ଠାରେ ଥିବା ଏକ ମନ୍ଦିରରେ ବିବାହ କରିଥିଲେ।

ସନ୍ଦୀପ ଦଳିତ ବର୍ଗର ହୋଇଥିବା ବେଳେ ମାଧବୀ ଓବିସି ପରିବାରର ଝିଅ। ତେବେ ଏହି ଇଣ୍ଟର-କାଷ୍ଟ ବିବାହକୁ ମାଧବୀଙ୍କ ବାପା ମନୋହର ଘୋର ବିରୋଧ କରିବା ସଙ୍ଗେସଙ୍ଗେ ଝିଅ ଓ ଜ୍ୱାଇଁଙ୍କୁ ଜୀବନରୁ ମାରି ଦେବାକୁ ଯୋଜନା କରିଥିଲେ।

ଯୋଜନା ମୁତାବକ, ବୁଧବାର ମଧ୍ୟାହ୍ଣରେ ମନୋହର ଝିଅ ମାଧବୀଙ୍କୁ ଫୋନ୍‌ କରି ନିଜ ସ୍ୱାମୀଙ୍କ ସହ ଏରାଗାଡ୍ଡା ଅଞ୍ଚଳରେ ଥିବା ଗୋକୁଲ ଥିଏଟର୍‌ ନିକଟକୁ ଆସିବାକୁ କହିଥିଲେ। ବାପା ନିଜଆଡ଼ୁ ସେମାନଙ୍କୁ ଭଲମନରେ ଡାକିଥିବାରୁ ମାଧବୀ ସ୍ୱାମୀ ସନ୍ଦୀପଙ୍କ ସହ ସେଠାରେ ପହଞ୍ଚିଥିଲେ।

ପାଖାପାଖି ୩.୧୫ରେ ବାଇକ୍‌ ଯୋଗେ ମନୋହର ସେଠାରେ ପହଞ୍ଚି ଏକ ଧଳା ରଙ୍ଗର ସ୍କୁଟିରେ ବସିଥିବା ମାଧବୀ ଓ ସନ୍ଦୀପଙ୍କ ସହ କଥାବାର୍ତ୍ତା କରିବା ପରିବର୍ତ୍ତେ ହଠାତ ବ୍ୟାଗ୍‌ରେ ରଖିଥିବା ଏକ ଧାରୁଆ ଅସ୍ତ୍ରରେ ଦୁହିଁଙ୍କୁ ଆକ୍ରମଣ କରିଥିଲା। ତେବେ ସନ୍ଦୀପ କୌଶଳ କ୍ରମେ ସେଠାରୁ ଖସି ଯାଇଥିଲେ। ମାଧବୀଙ୍କୁ ଏକା ପାଇ ଉଗ୍ରମୂର୍ତ୍ତି ଧାରଣ କରିଥିବା ମନୋହର ଝିଅକୁ  ଧାରୁଆ ଅସ୍ତ୍ରରେ ଆକ୍ରମଣ କରିରିଚାଲିଥିଲା।

ବାପା ମନୋହର କେଉଁଭଳି ଭାବେ ନିଜ ଝିଅକୁ ଆକ୍ରମଣ କରୁଛନ୍ତି, ତା’ର ଦୃଶ୍ୟ ସିସିଟିଭିରେ କଏଦ ହୋଇ ରହିଛି।

ପ୍ରଥମେ ସେ ମାଧବୀଙ୍କୁ  ମାଡ଼ମାରି ତଳେ ପକାଇ ଦେବା ପରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବାମ ହାତ ପାପୁଲିକୁ ହାଣି ଦେଇଥିଲେ। ମାଧବୀ ଯନ୍ତ୍ରଣାରେ ବାପା(ନାନ୍ନା) ଛାଡ଼ି ଦିଅ ବୋଲି ଚିତ୍କାର କରିଥିଲେ ହେଁ ମନୋହର ଏଥିପ୍ରତି କର୍ଣ୍ଣପାତ କରି ନଥିଲେ।

ତେବେ ସେ ନିର୍ଦ୍ଦୟ ଭାବେ ମାଧବୀଙ୍କୁ ଆକ୍ରମଣ କରି ଚାଲିଥିବା ବେଳେ ପଛପଟୁ କେହି ଜଣେ ବ୍ୟକ୍ତି ତାଙ୍କୁ ଗୋଇଠା ମାରି ଏଥିରୁ ନିବୃତ୍ତ କରିଥିଲେ। ଲୋକମାନେ ଏକାଠି ହୋଇଯିବାରୁ ମନୋହର ଭୟରେ ସେଠାରୁ ଫେରାର୍‌ ହୋଇଯାଇଥିଲେ। ବଞ୍ଜାରା ହିଲ୍ସ ପୁଲିସ୍‌ ଅଭିଯୁକ୍ତ ଏହି ନିର୍ଦ୍ଦୟ ପିତାଙ୍କୁ ଆଜି ଗିରଫ କରିଛି।



from Odisha Reporter https://ift.tt/2pm5CYm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages