
ଏହି ସମୟରେ ୬୦ରୁ ୮୦ କିମି ବେଗରେ ପବନ ବହିବ। ଝଡ଼ବାତ୍ୟା ଯୋଗୁ ଗଜପତି, ଗଂଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିବାର ସମ୍ଭାବନା ରହିଛି। କଚ୍ଚା ଘର ଭାଙ୍ଗିବା ସହ ଗଛ ଉପୁଡ଼ି ପଡ଼ିବ। ବିଦ୍ୟୁତ ବିଚ୍ଛିନ୍ନ ମଧ୍ୟ ହେବାର ସମ୍ଭାବନା ରହିଛି।
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନ୍ରେ ପରିଣତ ହୋଇଛି। ଧୀରେ ଧୀରେ ଏହା ଝଡ଼ବାତ୍ୟାରେ ରୂପ ନେଉଛି। ଆଜି ମଧ୍ୟରାତ୍ରରେ ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଓ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ତେଣୁ ଏଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଏହାର ପ୍ରଭାବର ଝଡ଼ବାତ୍ୟା ହେବ। ଏହି ସମୟରେ ୬୦ରୁ ୮୦ କିମି ବେଗରେ ପବନ ବହିବ। ଝଡ଼ବାତ୍ୟା ଯୋଗୁ ଗଜପତି, ଗଂଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିବାର ସମ୍ଭାବନା ରହିଛି। କଚ୍ଚା ଘର ଭାଙ୍ଗିବା ସହ ଗଛ ଉପୁଡ଼ି ପଡ଼ିବ। ବିଦ୍ୟୁତ ବିଚ୍ଛିନ୍ନ ମଧ୍ୟ ହେବାର ସମ୍ଭାବନା ରହିଛି।
ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି। ଓଡ଼ିଶାର ସବୁ ବନ୍ଦରରେ ୩ ନମ୍ବର ସତର୍କ ସଂକେତ ଜାରି କରାଯାଇଛି।
ଆଜି କେତେକ ଜିଲ୍ଲାରେ ବର୍ଷା ଲାଗି ରହିଛି। ଯାହାଫଳରେ ଲୋକେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି। ଲୋକେ ଘରୁ ବାହାରି ପାରୁ ନାହାନ୍ତି। ବର୍ଷାରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛି ରାଜଧାନୀ ଭୁବନେଶ୍ୱର। ବର୍ଷା ପାଣି ରାସ୍ତାରେ ପ୍ରବାହିତ ହେଉଛି।
from Odisha Reporter https://ift.tt/2De8obX
No comments:
Post a Comment