ରିଲିଜ୍‌ ହେଲା ‘ଠଗ୍‌ସ୍‌ ଅଫ୍ ହିନ୍ଦୁସ୍ତାନ’ର ଆଉ ଏକ ପୋଷ୍ଟର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ରିଲିଜ୍‌ ହେଲା ‘ଠଗ୍‌ସ୍‌ ଅଫ୍ ହିନ୍ଦୁସ୍ତାନ’ର ଆଉ ଏକ ପୋଷ୍ଟର୍‌

ମୁମ୍ବାଇ: ୟଶ୍‌ରାଜ୍‌ ଫିଲ୍ମ୍‌ସ ବ୍ୟାନର୍‌ରେ ନିର୍ମିତ ବହୁ ପ୍ରତୀକ୍ଷିତ ବଲିଉଡ୍‌ ଫିଲ୍ମ୍‌ ‘ଠଗ୍‌ସ୍‌ ଅଫ୍ ହିନ୍ଦୁସ୍ତାନ୍‌’ର ଆଉ ଏକ ପୋଷ୍ଟର୍‌ ରିଲିଜ୍ ହୋଇଛି। ଏହି ପୋଷ୍ଟର୍‌ରେ ଫିଲ୍ମର ଟାଇଟଲ ଉଲ୍ଲେଖ ରହିଛି। ପୂର୍ବରୁ ଫିଲ୍ମର ନାୟିକା କ୍ୟାଟ୍ରିନା କୈଫ୍‌ ଓ ଖଳନାୟକ ଭୂମିକାରେ ଆସିଥିବା ଜନ୍ କ୍ଲାଇବଙ୍କ ମୋସନ୍‌ ପୋଷ୍ଟର୍‌ ରିଲିଜ ହୋଇଥିଲା। ଏହା ସହ ଅମିତାଭ ବଚ୍ଚନ ଓ ଆମିର ଖାନ୍‌ଙ୍କ ମୋସନ ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଛି। ସେପ୍ଟେମ୍ବର ୨୭ ତାରିଖରେ ୟଶ୍‌ରାଜ୍‌ଙ୍କ ଜନ୍ମଦିନରେ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।


ଆସନ୍ତା ଦିପାବଳୀରେ ଫିଲ୍ମଟି ମୁକ୍ତିଲାଭ କରିବ। ତେବେ ରିଲିଜ୍ ନହେବା ପୂର୍ବରୁ ଏହି ଫିଲ୍ମକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି ହୋଇଛି। ଆଦତ୍ୟ ଚୋପ୍ରା ପ୍ରଯୋଜିତ ଏହି ଫିଲ୍ମରେ ବିଗ୍ ବି ଅମିତାଭ ବଚ୍ଚନ(ଖୁଦାବକ୍ସ) ଏବଂ ମିଷ୍ଟର୍‌ ପରଫେକ୍ସନିଷ୍ଟ୍‌ ‌ଆମିର୍ ଖାନ୍(ଫିରଙ୍ଗି) ପ୍ରମୁଖ ଚରିତ୍ରରେ ନଜରକୁ ଆସିବେ। ଏହାସହ କ୍ୟାଟ୍ରିନା କୈଫ(ସୁରେୟା) ଓ ଫାତିମା ସାନା ସେଖ(ଜାଫେରା)ଙ୍କୁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ କ୍ରିଷ୍ଣା ଆଚାର୍ଯ୍ୟ।

ସୂଚନାଯୋଗ୍ୟ, ଏହି ଫିଲ୍ମ Philip Meadows Taylorଙ୍କ ଲିଖିତ Confessions of a Thugକୁ ଆଧାର କରି ପ୍ରସ୍ତୁତ ହୋଇଛି।



from Odisha Reporter https://ift.tt/2Q6lz0h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages