କ୍ୟାନସର୍ ରୋଗୀଙ୍କ ଶେଷ ଇଚ୍ଛା ଶୁଣି ଡାକ୍ତର ଚକିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

କ୍ୟାନସର୍ ରୋଗୀଙ୍କ ଶେଷ ଇଚ୍ଛା ଶୁଣି ଡାକ୍ତର ଚକିତ

puspa2

ଦୁବାଇ: ଫାଶୀ ଦେବା ପୂର୍ବରୁ ଜଲ୍ଲାଦ ଦୋଷୀଙ୍କୁ ଶେଷଇଚ୍ଛା ପଚାରିଥାଏ ଏବଂ ସେହି ଇଚ୍ଛା ପୂରଣ ହେବା ପରେ ହିଁ ଦୋଷୀକୁ ଫାଶୀ ଦିଆଯାଇଥାଏ। କିନ୍ତୁ ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁକୁ ଅପେକ୍ଷା କରୁଥିବା ଜଣେ ରୋଗୀଙ୍କର ଶେଷଇଚ୍ଛା ଶୁଣିଲେ ଆପଣ ଆଶ୍ଟର୍ଯ୍ୟ ହେବେ। ତାଙ୍କର ଶେଷଇଚ୍ଛାକୁ ଶୁଣିବା ପରେ ଡାକ୍ତର ମଧ୍ୟ ଚକିତ ହୋଇ ଯାଇଥିଲେ।

ସେହି ରୋଗୀ ଜଣକ ହେଉଛନ୍ତି, ଦୁବାଇର ଗୁଲାମ୍ ଅବାସ୍‌। ଗୁଲାମ୍‌ ବର୍ତ୍ତମାନ ପାକସ୍ଥଳୀ କ୍ୟାନସର୍‌ରେ ପୀଡ଼ିତ।

ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷାରୁ ଜଣାପଡ଼ିଥିଲା ଯେ, ଗୁଲାମ୍‌ଙ୍କ କ୍ୟାନସର୍‌ ତୃତୀୟ ସୋପାନରେ ପହଞ୍ଚିଛି। ଏଥିପାଇଁ ଡାକ୍ତର ଗୁଲାମଙ୍କ ପାକସ୍ଥଳୀ ବାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ।puspa1

ସର୍ଜରୀ କରାଯାଇ ଗୁଲାମ୍‌ଙ୍କ ପାକସ୍ଥଳୀ ବାହାର କରିବା ପୂର୍ବରୁ ଗୁଲାମ୍‌ ନିଜ ମନ ପସନ୍ଦର ଖାଦ୍ୟ ଖାଇବା ପରେ ସର୍ଜରୀ କରିବାକୁ ଡାକ୍ତରଙ୍କୁ କହିଥିଲେ। ଯେଉଁଥିରେ ସେ ବିରିୟାନୀ ଖାଇବା ପାଇଁ ଇଚ୍ଛା କରୁଛନ୍ତି ବୋଲି ଡାକ୍ତରଙ୍କୁ କହିଥିଲେ। ଏହା ଶୁଣିବା ପରେ ଡାକ୍ତର ଆଶ୍ଚର୍ଯ୍ୟ ହୋଇଥିଲେ ସୁଦ୍ଧା ଏହି ଇଚ୍ଛା ପୂରଣ କରିବାକୁ ରାଜି ହୋଇଥିଲେ।

ଗୁଲାମ୍‌ଙ୍କ ପତ୍ନୀ ତାଙ୍କୁ ନିଜ ହାତରେ ବିରିୟାନୀ ତିଆରି କରି ଖାଇବାକୁ ଦେଇଥିଲେ।puspa3

ଏହି ଖବରଟି ପଢ଼ି ସାରିବା ପରେ ଆପଣ ଭାବୁଥିବେ, ଯଦି ଗୁଲାମ୍‌ଙ୍କର ପାକସ୍ଥଳୀ ବାହାର କରି ଦିଆଯିବ, ତେବେ ସେ କିପରି ବଞ୍ଚିବେ। ବାସ୍ତବରେ ପାକସ୍ଥଳୀ ବାହାର କରିବାର ଅର୍ଥ ନୁହେଁ, ଗୁଲାମ୍‌ ଖାଇପାରିବେ ନାହିଁ। ସେ ଅଳ୍ପ ଏବଂ ବିନା ମସଲାଯୁକ୍ତ ଖାଦ୍ୟ ଖାଇ ପାରିବେ।

ଡାକ୍ତର ଅଲ୍‌ ମର୍ଜୋକିଙ୍କ କହିବା ଅନୁସାରେ ପାକସ୍ଥଳୀର ମୁଖ୍ୟ କାମ ହେଉଛି, ଖାଦ୍ୟକୁ ଗ୍ରହଣ କରି ଧୀରେ ଧୀରେ ଏହାକୁ ଛୋଟ ଖଣ୍ଡରେ ପରିଣତ କରିବା। ଯଦି କୌଣସି ବ୍ୟକ୍ତିର ପାକସ୍ଥଳୀ ରହିବ ନାହିଁ, ତେବେ ସେ ଗଳା ମଧ୍ୟ ଦେଇ ଅଳ୍ପ ଖାଇପାରିବ। ଯାହା ସିଧାସଳଖ ଯାଇ ତଳପେଟରେ ପହଞ୍ଚିବ।



from Odisha Reporter https://ift.tt/2ONS6YF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages