ଦିନ ଦି’ପହରରେ ଫୁଟିଲା ଗୁଳି, ବାପ ଓ ପୁଅ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ଦିନ ଦି’ପହରରେ ଫୁଟିଲା ଗୁଳି, ବାପ ଓ ପୁଅ ଗୁରୁତର

ଜୟପୁର (ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା ଜୟପୁର ସହରରେ ଆଜି ଦିନ ଦି’ପହରରେ ଏକ ଗୁଳିକାଣ୍ଡ ଘଟିଯାଇଛି। ଏଥିରେ ବାପ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କୋରାପୁଟ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ଗତକାଲି ସନ୍ତୋଷ ନାୟକ ଓ ବିକାଶ ନାମକ ଦୁଇ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଥାନାରେ ଉଭୟ ପକ୍ଷରୁ ମାମଲା ମଧ୍ୟ ରୁଜୁ ହୋଇଥିଲା। ଆଜି ଥାନାରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ପରେ ସନ୍ତୋଷ ଓ ତାଙ୍କ ବାପା ଘରକୁ ଫେରିଥିଲେ।

ରାଜନଅର ଛକରେ ସେମାନଙ୍କ ଉପରେ ବିକାଶଙ୍କ ସମେତ ୫ରୁ ୬ ଜଣ ସଂଘବଦ୍ଧ ଆକ୍ରମଣ କରିଥିଲେ। ପ୍ରଥମେ ସେମାନେ ସନ୍ତୋଷଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ସନ୍ତୋଷଙ୍କ ଅଣ୍ଟା ଓ ପିଠିରେ ବାଜିଥିଲା। ଅନ୍ୟପକ୍ଷରେ ଆକ୍ରମଣରେ ସନ୍ତୋଷଙ୍କ ବାପା ମଧ୍ୟ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ଜୟପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା ପରେ ବଜାର ଶୂନ୍‌ଶାନ୍‌ ହୋଇଯାଇଛି।

ଅଭିଯୁକ୍ତ ବିକାଶ ଜୟପୁର ବିଜେଡିର ଯୁବନେତା ବୋଲି କୁହାଯାଉଛି।



from Odisha Reporter https://ift.tt/2Ds5aBJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages