ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି ଦୁଇ ମୁଣ୍ଡିଆ ଅଜଗରର ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି ଦୁଇ ମୁଣ୍ଡିଆ ଅଜଗରର ଭିଡିଓ

puspa7

ନୂଆଦିଲ୍ଲୀ: ଦୁଇଟି ମୁଣ୍ଡ ଥିବା ଏକ ଅଜଗର ସାପର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।
ସୂଚନା ଅନୁସାରେ, ଏହି ଦୁଇ ମୁଣ୍ଡିଆ ସାପଟି ଆମେରିକାର ଉତ୍ତର ଭର୍ଜିନିଆରେ ଦେଖିବାକୁ ମିଳିଛି। ସାପଟିକୁ ରେଡିଓଗ୍ରାଫି ପାଇଁ ଭର୍ଜିନିଆର ବନ୍ୟପ୍ରାଣୀ କେନ୍ଦ୍ରକୁ ପଠାଯାଇଛି।

ଭର୍ଜିନିଆ ବନ୍ୟପ୍ରାଣୀ କେନ୍ଦ୍ରର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ସାପଟିକୁ ଦେଖିବା ପରେ ଜଣାପଡ଼ୁଛି, ଏହାର ବାମପଟ ମୁଣ୍ଡ ଅଧିକ ସକ୍ରିୟ ରହିଛି। ଯାହା ସାଧାରଣତଃ ପ୍ରାୟ ସାପମାନଙ୍କର ରହିଥାଏ। ତେବେ ଏହାର ସମ୍ପୂର୍ଣ୍ଣ ଯାଞ୍ଚ ପରେ ଜଣାପଡ଼ିବ ଯେ, ଗୋଟିଏ ଶରୀରରେ ଦୁଇଟି ମୁଣ୍ଡ କିପରି କାର୍ଯ୍ୟକ୍ଷମ ହେଉଛି।
ସାପର ପରୀକ୍ଷଣ କରୁଥିବା ବନ୍ୟପ୍ରାଣୀ ବିଶେଷଜ୍ଞ ଜେ.ଡି ଲିୟୋଫର୍‌ ଏହି ଦୁଇ ମୁଣ୍ଡିଆ ସାପର ଭିଡିଓକୁ ଫେସ୍‌ବୁକ୍‌ରେ ଅପ୍‌ଲୋଡ୍ କରିଥିଲେ। ତାଙ୍କର କହିବା ଅନୁସାରେ, ଏଭଳି ସାପ କମ୍‌ ଦେଖିବାକୁ ମିଳିଥା’ନ୍ତି ଏବଂ ଏଭଳି ଦୁଇ ମୁଣ୍ଡିଆ ସାପ ଅଧିକ ଦିନ ଧରି ବଞ୍ଚି ରହିପାରିବେ ନାହିଁ।

୬ରୁ ୮ ଇଞ୍ଚ୍‌ ଲମ୍ୱା ଥିବା ଏହି ସାପଟି ପାଖାପାଖି ତିନି ସପ୍ତାହର ବୋଲି ଅନୁମାନ କରଯାଉଛି।



from Odisha Reporter https://ift.tt/2Q3gqpC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages