କୋଟିପତି ହେବା ନିଶାରେ ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା କରିଦେଲା ସ୍ୱାମୀ: ପରାମର୍ଶ ଦେଇଥିଲା ତାନ୍ତ୍ରିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

କୋଟିପତି ହେବା ନିଶାରେ ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା କରିଦେଲା ସ୍ୱାମୀ: ପରାମର୍ଶ ଦେଇଥିଲା ତାନ୍ତ୍ରିକ

ପୁଡ଼ୁଚେରୀ: କୋଟିପତି ହେବା ନିଶାରେ ନିଜ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରାଦେଲା ସ୍ୱାମୀ। ତାନ୍ତ୍ରିକ କଥାରେ ପଡ଼ି ସମ୍ପୃକ୍ତ ସ୍ୱାମୀ ଜଣକ ଏମିତି ନାରକୀୟ କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ଏମିତି ଏକ ଚାଞ୍ଚଲ୍ୟକର ଖବର ପୁଡ଼ୁଚେରୀରୁ ଆସିଛି। ଯାହାକୁ ଜାଣିଲା ପରେ ଯେ କେହିବି ଚକିତ ହୋଇଯିବ। ୩୨ ବର୍ଷୀୟ ଅଶୋକ ରାଜ୍‌ ନାମକ ଜଣେ ଯୁବକ ନିଜ ଗର୍ଭବତୀ  ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ତେବେ ଏହି ହତ୍ୟାକାଣ୍ଡ ପଛରେ ସମ୍ପୃକ୍ତ ତାନ୍ତ୍ରିକ ବି ସାମିଲ ଥିବା ପୁଲିସ ଜାଣିବାକୁ ପାଇଛି। ତାନ୍ତ୍ରିକଙ୍କ କହିବା ଅନୁଯାୟୀ ପତ୍ନୀଙ୍କୁ ହତ୍ୟା କରିବା ପରେ ଅଶୋକ କୋଟିପତି ହୋଇ ପାରିବେ। ଆଉ ତାନ୍ତ୍ରିକଙ୍କ କଥାରେ ପଡ଼ି ସ୍ୱାମୀ ଏଭଳି ଅମାନବୀୟ କାଣ୍ଡ ଘଟାଇଛି। ହତ୍ୟାକାଣ୍ଡରେ ଶିକାର ହୋଇଥିବା ମହିଳା ଜଣକ ହେଲେ କୃଷ୍ଣାବେନୀ। ତାଙ୍କର ଦୁଇଟି ପିଲା ଥିବା ବେଳେ ସେ ତୃତୀୟଥର ପାଇଁ ଗର୍ଭବତୀ ଥିଲେ। ମହିଳାଙ୍କୁ ହତ୍ୟା ପଛରେ ଗୋବିନ୍ଦରାଜ ନାମକ ସମ୍ପୃକ୍ତ ତାନ୍ତ୍ରିକଙ୍କ ହାତ ଥିବା ଅଭିଯୋଗ ହୋଇଛି। Times Nowର ଖବର ମୁତାବକ ଗତ ସେପ୍ଟେମ୍ବର ୧୫ ତାରିଖରେ ସମ୍ପୃକ୍ତ ମହିଳାଙ୍କୁ ହତ୍ୟା କରାଯାଇଛି।

ଆଉ ସେପ୍ଟେମ୍ବର ୧୮ ତାରିଖରେ ମହିଳାଙ୍କ ସ୍ୱାମୀ ଥାନାରେ ମିଛ ଅଭିଯୋଗ କରିଥିଲେ। ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ତ୍ରୀ କେଉଁଆଡ଼େ ଫେରାର ହୋଇ ଯାଇଛନ୍ତି। ତେବେ ଏନେଇ ଯେତେବେଳେ ତଦନ୍ତ ଆରମ୍ଭ ହେଲା  ଗତ ୧୯ ତାରିଖରେ ସମ୍ପୃକ୍ତ ମହିଳାଙ୍କ ଶବ ଉଦ୍ଧାର କରିଥିଲା ପୁଲିସ। ପୁଡ଼ୁଚେରୀର ବିଲିୟୁନୁର ନିକଟସ୍ଥ ଏକ କାଳୀ ମନ୍ଦିର ପାଖରୁ ମହିଳାଙ୍କ ଶବ ଜବତ କରିଥିଲା ପୁଲିସ। ପୁଲିସ ମୃତଦେହ ନିକଟରୁ ଲେମ୍ବୁ, ଚପଲ, ଫୁଲ ଏବଂ ଅନେକ ଆପତ୍ତିଜନକ ଜିନିଷ ପାଇଥିଲା । ଯାହାକୁ ନେଇ ପୁଲିସର ସନ୍ଦେହ ବଢ଼ିଥିଲା। ମହିଳାଙ୍କୁ ହତ୍ୟା ପଛରେ ତନ୍ତ୍ରମନ୍ତ୍ର କରାଯାଇଥିବା ପୁଲିସ ସନ୍ଦେହ କରିଥିଲା।

ଏନେଇ ପୁଲିସ ଯେତେବଳେ ମହିଳାଙ୍କ ସ୍ୱାମୀ ଅଶୋକଙ୍କୁ ଜେରା କଲା ସେ ଏହି ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିଥିଲା। ତାନ୍ତ୍ରିକଙ୍କ କଥାରେ ସେ ଏମିତି କାଣ୍ଡ କରିଥିଲେ ବୋଲି ମାନିଛନ୍ତି।

ତେବେ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ଏବଂ ସ୍ୱାମୀ ଅଶୋକଙ୍କ ପାଖରୁ ପୁଲିସ ୪୦ ଗ୍ରାମର ସୁନା ଜବତ କରିଛି। ଏନେଇ ପୁଡ଼ୁଚେରୀ ଏସ୍‌ପି ରଙ୍ଗନାଥନ୍‌ ଏଭଳି ଭଣ୍ଡ ବାବାଙ୍କ ଠାରୁ ଲୋକେ ଦୂରେଇ ରହିବାକୁ ନିବେଦନ କରିଛନ୍ତି। କୌଣସି ତାନ୍ତ୍ରିକଙ୍କୁ ବିଶ୍ୱାସ କରି ଫସିଯାଆନ୍ତୁ ନାହିଁ। ଯଦି ଏମିତି କେହି ତନ୍ତ୍ରମନ୍ତ୍ର କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ତେବେ ତୁରନ୍ତ ସେମାନେ ଥାନାରେ ଅଭିଯୋଗ କରନ୍ତୁ  ବୋଲି ଏସ୍‌ପି କହିଛନ୍ତି।

ସୌଜନ୍ୟ:ଏନ୍‌ଡିଟିଭ

 



from Odisha Reporter https://ift.tt/2DyFRy6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages