୩ଥର ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି ହଲିଉଡ୍‌ ଅଭିନେତ୍ରୀ ପଦ୍ମା ଲକ୍ଷ୍ମୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

୩ଥର ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି ହଲିଉଡ୍‌ ଅଭିନେତ୍ରୀ ପଦ୍ମା ଲକ୍ଷ୍ମୀ!

ନ୍ୟୁୟର୍କ: ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ମଡେଲ, ଅଭିନେତ୍ରୀ ଓ ଲେଖିକା ପଦ୍ମା ଲକ୍ଷ୍ମୀ ନିକଟରେ ନିଜ ସହ ହୋଇଥିବା ଯୌନ ଉତ୍ପୀଡ଼ନ ସଂପର୍କରେ ଏକ ବଡ଼ ଖୁଲାସା କରିଛନ୍ତି। ମଙ୍ଗଳବାର ନ୍ୟୁୟର୍କ ଟାଇମ୍‌ସ୍‌ରେ ପଦ୍ମା ଲେଖିଛନ୍ତି ଯେ ପ୍ରଥମଥର ପାଇଁ ସେ ମାତ୍ର ୭ ବର୍ଷ ବୟସରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ।

ତାଙ୍କ ମା’ଙ୍କ ଦ୍ୱିତୀୟ ସ୍ୱାମୀଙ୍କର କେହି ଜଣେ ସମ୍ପର୍କୀୟ ତାଙ୍କ ସହ ସେତେବେଳେ ଏଭଳି କାଣ୍ଡ ଭିଆଇଥିଲା। ଏହାପରେ ସେ ୧୬ ବର୍ଷ ବୟସରେ ଦ୍ୱିତୀୟଥର ପାଇଁ ଏହାର ଶିକାର ହୋଇଥିଲେ, ଯେତେବେଳେ ତାଙ୍କ ବୟଫ୍ରେଣ୍ଡ୍‌ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ୨୩ ବର୍ଷ ବୟସରେ ତାଙ୍କୁ ପୁଣିଥରେ ଯୌନ ଉତ୍ପୀଡ଼ନର ଶିକାର ହେବାକୁ ପଡ଼ିଥିଲା।

ପଦ୍ମା ଏହିସବୁ ଘଟଣାକ୍ରମକୁ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ମଧ୍ୟ ଶେୟାର୍‌ କରିଛନ୍ତି। ଏଥିରେ ପଦ୍ମା କହିଛନ୍ତି ଯେ ସେ ଏବେ ଆମେରିକୀୟ ସୁପ୍ରିମ୍‌ କୋର୍ଟ ଜଜ୍‌ ପଦ ପ୍ରାର୍ଥୀ ବ୍ରେଟ୍ କ୍ୟାଭାନଗ୍‌ଙ୍କ ବିରୋଧରେ ଘଟଣାର ଦୀର୍ଘ ଦିନ ପରେ ହୋଇଥିବା ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିବା ପରେ ନିଜ ସହ ଘଟିଥିବା ଘଟଣା ଉପରୁ ପରଦା ଉଠାଇବାର ନିଷ୍ପତ୍ତି ନେବାକୁ ସାହସ ଜୁଟାଇ ପାରିଛନ୍ତି।

ଉଲ୍ଲେଖଯୋଗ୍ୟ, ଆମେରିକା ସୁପ୍ରିମ୍‌ କୋର୍ଟ ଜଜ୍‌ ପଦ ପ୍ରାର୍ଥୀ ବ୍ରେଟ୍ କ୍ୟାଭାନଗ୍‌ଙ୍କ ବିରୋଧରେ କିଛି ଦିନ ତଳେ ଡକ୍ଟର କ୍ରିଷ୍ଟାଇନ୍‌ ଫର୍ଡ ନାମକ ଜଣେ ପ୍ରଫେସର୍‌ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଫର୍ଡଙ୍କ କହିବା ଅନୁସାରେ, ୩୬ ବର୍ଷ ତଳେ କ୍ୟାଭାନଗ୍‌ ତାଙ୍କ ସହ ଦୁଷ୍କର୍ମ କରିଥିଲେ। 

ତେବେ କ୍ୟାଭାନଗ୍‌ଙ୍କ ବିରୋଧରେ ଡକ୍ଟର ଫର୍ଡଙ୍କ ଏଭଳି ସଙ୍ଗୀନ୍‌ ଅଭିଯୋଗ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ମତାମତ ଦେଇ ପ୍ରଶ୍ନ କରିଥିଲେ ଯେ ଯଦି ଫର୍ଡ କହୁଥିବା ଘଟଣା ସତ, ତେବେ ଯେତେବେଳେ ଏହି ସବୁ କାଣ୍ଡ ହୋଇଥିଲା, ସେତେବେଳେ ସେ ତତ୍‌କ୍ଷଣାତ୍‌ କାହିଁକି ଏସମ୍ପର୍କରେ ଅଭିଯୋଗ କରି ନଥିଲେ? ଟ୍ରମ୍ପଙ୍କ ଏହି ଟିପ୍ପଣୀକୁ ନେଇ ସୋଶାଲ୍‌ ମିଡିଆରେ #WhyIDidntReport ନାଁରେ ଏକ ଟ୍ରେଣ୍ଡ୍‌ ଜୋର୍‌ ଧରିଛି। ବିଭିନ୍ନ ବର୍ଗର ମହିଳା ଟ୍ରମ୍ପ୍‌ଙ୍କ ଟିପ୍ପଣୀର ରିକାଉଣ୍ଟର୍‌ରେ #WhyIDidntReport ଲେଖି ଟ୍ୱିଟ୍‌ କରିଛନ୍ତି। ଟ୍ରମ୍ପକୁ ଟିପ୍ପଣୀକୁ ଏମିତି ସମାଲୋଚନା କରିଥିବା ୟୁଜର୍ସଙ୍କ ସଂଖ୍ୟା ରବିବାର ସୁଦ୍ଧା ସୋଶାଲ୍‌ ମିଡିଆରେ ୬ ଲକ୍ଷ ୭୫ ହଜାର ଛୁଇଁଛି। ଏଥିରେ ଅନେକ ସେଲେବ୍ରିଟି ଓ ସମାଜସେବୀ ମଧ୍ୟ ସାମିଲ ହୋଇଛନ୍ତି।

ଏହି ଟ୍ରେଣ୍ଡ୍‌ ଜୋର୍ ଧରିବା ଦେଖି ନିଜ ସହ ହୋଇଥିବା ଦୁଷ୍କର୍ମ ସମ୍ପର୍କରେ କାହିଁକି ସେ ସେତେବେଳେ ଅଭିଯୋଗ କରି ନଥିଲେ ବୋଲି ପ୍ରଶ୍ନର ଜବାବରେ ପଦ୍ମା ଲକ୍ଷ୍ମୀ ଲେଖିଛନ୍ତି, ‘ମୁଁ ୩୨ବର୍ଷ ଏଥିପାଇଁ ଚୁପ୍‌ ଥିଲି, କାରଣ ମୋ ଉପରେ ଆଖପାଖ ସମାଜର ଅଙ୍ଗୁଳି ଉଠିବାର ଭୟ ମୋତେ ଥିଲା। କାରଣ ଯଦି କାହା ସହ ଏଭଳି କିଛି ହୁଏ, ତାହାକୁ ସମାଜ ଗ୍ରହଣ କରିବାକୁ ଢେର୍‌ ସମୟ ଲାଗିଥାଏ। ଏଭଳି ଘଟଣାରେ ପୀଡ଼ିତାଙ୍କୁ ଦୋଷୀ ବୋଲି ମାନୁଥିବା ଆମ ସମାଜ ଆଗରେ ମୁହଁ ଖୋଲି ସତ କହିବା ପାଇଁ ଅଦମ୍ୟ ସାହସ ଦରକାର। ’ ପଦ୍ମା ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଯଦି ଏଭଳି ଯୌନ ଉତ୍ପୀଡ଼ନ ବିଷୟରେ ସତ କହିବା ଉପରେ ସମୟ ସୀମା ଲଗାଇଦେବା, ତେବେ ଆମକୁ ବହୁତ କିଛି ହରାଇବାକୁ ପଡ଼ିବ।



from Odisha Reporter https://ift.tt/2Og9fgC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages