ରେକର୍ଡ ଭାଙ୍ଗିଲା ତୈଳଦର, ଆମେରିକା ଉପରେ ଦୋଷ ଦେଇ ହାତ ଟେକିଦେଲେ ମନ୍ତ୍ରୀ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ରେକର୍ଡ ଭାଙ୍ଗିଲା ତୈଳଦର, ଆମେରିକା ଉପରେ ଦୋଷ ଦେଇ ହାତ ଟେକିଦେଲେ ମନ୍ତ୍ରୀ 

ନୂଆଦିଲ୍ଲୀ: ଦୀର୍ଘ ୪ ମାସ ପରେ ପୁଣିଥରେ ସାଧାରଣ ଲୋକଙ୍କୁ କନ୍ଦେଇଛି ପେଟ୍ରୋଲ୍ ଓ ଡିଜେଲ୍‌ ଦର।

ଆଜି ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର୍‌ ପିଛା ୩୧ ପଇସା ବଢ଼ିଥିବା ବେଳେ ଡିଜେଲ୍‌ର ଲିଟର୍‌ ପିଛା ଦର ୩୯ ପଇସା ବଢ଼ିଛି। ଫଳରେ ପେଟ୍ରୋଲ ଦର ଲିଟର ପିଛା ୭୯.୧୫ ଟଙ୍କାରେ ପହଞ୍ଚି ସବୁ ପୂର୍ବ ରେକର୍ଡ ଭାଙ୍ଗିଛି। ମୁମ୍ବାଇରେ ତୈଳ ଦର ସର୍ବାଧିକ ରହିଛି। ଏଠାରେ ପେଟ୍ରୋଲ ଲିଟର୍‌ ପିଛା ୮୬.୫୬ ଟଙ୍କା ଓ ଡିଜେଲ୍‌ ଲିଟର୍‌ ପିଛା ୭୫.୫୪ ଟଙ୍କା ରହିଛି।

ସେହିପରି କୋଲକାତାରେ ପେଟ୍ରୋଲ ଲିଟର୍‌ ପିଛା ଦର ୮୨.୦୬ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ଏହା ୮୨.୨୪ ଟଙ୍କା ରହିଛି।

 ବର୍ଦ୍ଧିତ ତୈଳ ଦରକୁ ନେଇ ସାଧାରଣ ଲୋକ ସମସ୍ୟା ଭୋଗୁଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ଆମେରିକାକୁ ଦୋଷ ଦେଇ ହାତ ଟେକି ଦେଇଛନ୍ତି। ସେ କହିଛନ୍ତି, ଆମେରିକାର ଏକଚାଟିଆ ନୀତି ଯୋଗୁ ଅନ୍ତର୍ଜାତୀୟ ବଜାରରେ

ଡଲାର ତୁଳନାରେ ଅନ୍ୟ ଦେଶର ମୁଦ୍ରାର ବିନିମୟ ମୂଲ୍ୟ ହ୍ରାସ ପାଉଛି। ଭାରତରେ ମଧ୍ୟ ଡଲାର୍ ତୁଳନାରେ ଟଙ୍କାର ମୂଲ୍ୟ ରେକର୍ଡ ହ୍ରାସ ଘଟିଛି। ଏଥିସହ ଅଶୋଧିତ ତୈଳଦରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ତେଣୁ ପେଟ୍ରୋଲ ଓ ଡିଜେଲ୍‌ ଦର ଏଭଳି ଦ୍ରୁତ ଗତିରେ ବଢୁଛି ବୋଲି ସେ କହିଛନ୍ତି।

ଅଗଷ୍ଟ ୧୬ରୁ ଦେଶରେ କ୍ରମାଗତ ଭାବେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି। ସେବେଠାରୁ ଆଜି ସୁଦ୍ଧା ପେଟ୍ରୋଲ ଦରରେ ୨ ଟଙ୍କା ବୃଦ୍ଧି ଘଟିଥିବା ବେଳେ ଡିଜେଲ୍‌ ଦର ୨.୪୨ ଟଙ୍କା ବଢିଛି।

ଅନ୍ୟପକ୍ଷରେ, ତୈଳଦରରେ ବୃଦ୍ଧି ଘଟୁଥିବାରୁ ଏହାର ପ୍ରତିବାଦରେ ଆଜି ତାମିଲନାଡୁର ୭୫ ହଜାର ଧୀବର ମାଛ ଧରିବାକୁ ସମୁଦ୍ରକୁ ଯାଇ ନାହାନ୍ତି। ସେମାନେ ରାଜ୍ୟ ସରକାର ତୈଳଦର ଉପରେ ଲାଗୁ କରୁଥିବା ଭ୍ୟାଟ୍‌କୁ ହ୍ରାସ କରନ୍ତୁ ବୋଲି ଦାବି କରିଛନ୍ତି।

ସେହିପରି ବିଭିନ୍ନ ରାଜ୍ୟର ସାଧାରଣ ଲୋକ ମଧ୍ୟ ସମାନ ଦାବି କରିଛନ୍ତି।



from Odisha Reporter https://ift.tt/2LOtj4A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages