
ଆବଶ୍ୟକ ସାମଗ୍ରୀ: ସାଗୁଦାନା, ଆଳୁ, କଞ୍ଚାଲଙ୍କା, ଲୁଣ, ଚିନା ବାଦାମ୍ ପାଉଡର, ଜିରା, ତେଲ ଓ ବେକିଂ ସୋଡ଼ା।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସାଗୁଦାନାକୁ ଭିଜାଇ କିଛି ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ଦାନା ଫୁଲିଯିବା ପରେ ତାକୁ ଛାଣି ଏକ ପାତ୍ରରେ କାଢ଼ି ରଖନ୍ତୁ। ତା’ପରେ ଚୁଲି ଲଗାଇ ପ୍ରେସର କୁକରରେ ଆଳୁ ସିଝାନ୍ତୁ। ଆଳୁ ସିଝିଯିବା ପରେ ତାର ଚୋପା ଛଡ଼ାଇ ତାକୁ ଏକ ପାତ୍ରରେ ରଖି ଚକଟି ଦିଅନ୍ତୁ। ସେହି ଚକଟା ଆଳୁରେ ଛୋଟ ଛୋଟ ହୋଇ କଟା ଯାଇଥିବା କଞ୍ଚାଲଙ୍କା, ଅଳ୍ପ ଜିରା, ଚିନା ବାଦାମ ପାଉଡର, ସ୍ୱାଦ ଅନୁସାରେ ଲୁଣ, ବେକିଂ ସୋଡ଼ା ଓ ଭିଜା ହୋଇ ରଖାଯାଇଥିବା ସାବୁଦାନା ପକାଇ ଭଲ ଭାବେ ମିକ୍ସ କରିଦିଅନ୍ତୁ। ଏହା ପରେ ତାକୁ ବରାର ଆକାର ଦେଇ ଏକ ପ୍ଲେଟ୍ରେ ରଖନ୍ତୁ।

ତା’ପରେ ଚୁଲିରେ ଅନ୍ୟ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ସେହି ବରାକୁ ପକାଇ ଏପଟ ସେପଟ କରି ଛାଣନ୍ତୁ। ଅଳ୍ପ ବାଦାମୀ ରଙ୍ଗ ହୋଇ ଆସିଲେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସାଗୁଦାନା ବରା। ତାକୁ ଆପଣ ଚାହିଁଲେ ଦହି କିମ୍ବା ଅନ୍ୟ କୌଣସି ଚଟଣି ସହ ଖାଇପାରିବେ।

from Odisha Reporter https://ift.tt/2PVZ2E6
No comments:
Post a Comment