ବିରାଟ୍‌ଙ୍କ ପ୍ରଶଂସାରେ ଶତମୁଖ ଏହି ପାକ୍ ବୋଲର୍, ଜାଣନ୍ତୁ ଏସିଆ କପ୍‌କୁ ନେଇ କ’ଣ କହିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

ବିରାଟ୍‌ଙ୍କ ପ୍ରଶଂସାରେ ଶତମୁଖ ଏହି ପାକ୍ ବୋଲର୍, ଜାଣନ୍ତୁ ଏସିଆ କପ୍‌କୁ ନେଇ କ’ଣ କହିଲେ

ଦୁବାଇ: ଭାରତ-ପାକିସ୍ତାନ ମଧ୍ୟରେ ନିୟମିତ କ୍ରିକେଟ୍‌ ମ୍ୟାଚ୍‌ ହେଉନାହିଁ। କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ୍‌ରେ ଉଭୟ ଦଳ ଯଦି ଏକାଠି ହୁଅନ୍ତି, ତେବେ ଉକ୍ତ ମ୍ୟାଚ୍‌ ଉପରେ ବିଶ୍ୱର ନଜର ରହିଥାଏ। ଆସନ୍ତା ୧୫ ତାରିଖରୁ ଦୁବାଇରେ ଆରମ୍ଭ ହେଉଥିବା ଏସିଆ କପ୍‌  ବେଳେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ। ସେପ୍ଟେମ୍ବର ୧୯ରେ ଉଭୟ ଦେଶ ପଡ଼ିଆକୁ ଓହ୍ଲାଇବେ। 
କିନ୍ତୁ ଚଳିତ ଏସିଆ କପ୍‌ରେ ଟିମ୍‌ ଇଣ୍ଡିଆର ରନ୍‌ ମେସିନ୍‌ ତଥା ନିୟମିତ ଅଧିନାୟକ ବିରାଟ୍‌ କୋହଲିଙ୍କ ଅନୁପସ୍ଥିତି ଦର୍ଶକ ନିଶ୍ଚିତ ଭାବେ ଅନୁଭବ କରିବେ। ଏପରି କି ପାକିସ୍ତାନର ଦ୍ରୁତ ବୋଲର ହାସନ୍ ଅଲ୍ଲୀ ବିରାଟ୍‌ଙ୍କ ଅନୁପସ୍ଥିତିକୁ ସେ ମଧ୍ୟ ଅନୁଭବ କରିବେ ବୋଲି କହିଛନ୍ତି। ତେବେ ବିରାଟ୍‌ଙ୍କ ଅନୁପସ୍ଥିତି ପାକିସ୍ତାନକୁ ଫାଇଦା ଦେବ ବୋଲି ସେ କହିଛନ୍ତି।
ହାସନ୍‌ କହିଛନ୍ତି, “ବିରାଟ୍‌ ଜଣେ ଦକ୍ଷ ବ୍ୟାଟସ୍‌ମ୍ୟାନ୍‌। ସେ ଜଣେ କିମ୍ବଦନ୍ତୀ କ୍ରିକେଟର୍। ତେଣୁ ବିରାଟ୍‌ଙ୍କ ସହ କେବେ ହେଲେ କାହାକୁ ତୁଳନା କରାଯାଇ ପାରିବ ନାହିଁ। ସେ ମୋଠାରୁ ସବୁ କ୍ଷେତ୍ରରେ ବଡ଼। ମୁଁ ଏବେ କେବଳ ମୋ ଫିଟ୍‌ନେସ୍‌ ଉପରେ ଗୁରୁତ୍ୱ ଦେଉଛି। ମୁଁ ଯେତେ ଫିଟ୍‌ ରହିବି, ସେତେ ଭଲ ବୋଲିଂ କରିପାରିବି।”
ବିରାଟ୍‌ଙ୍କ ଅନୁପସ୍ଥିତି ସମ୍ପର୍କରେ ପ୍ରତିକ୍ରିୟା ଦେଇ ହାସନ କହିଛନ୍ତି, ନିଶ୍ଚିତ ଭାବେ ବିରାଟ୍‌ଙ୍କ ଅନୁପସ୍ଥିତି ଟିମ୍‌ ଇଣ୍ଡିଆ ଅନୁଭବ କରିବ। ବିରାଟ୍‌ଙ୍କ ଅନୁପସ୍ଥିତିରୁ ଆମେ ଫାଇଦା ଉଠାଇବା ଲକ୍ଷ୍ୟରେ ରହିବୁ। ବିରାଟ୍‌ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ଜାଣିଛନ୍ତି। କିନ୍ତୁ ତାଙ୍କ ବଦଳରେ ଯିଏ ବି ଆସନ୍ତୁ, ସେ ସେତେଟା ପ୍ରଭାବଶାଳୀ ହୋଇପାରିବେ ନାହିଁ। ତେବେ ଭାରତୀୟ ଦଳରେ ମ୍ୟାଚ ଜିଟାଇବାର କ୍ଷମତା ଏକାଧିକ ଖେଳାଳିଙ୍କ ପାଖରେ ରହିଛି ବୋଲି ସେ ସ୍ୱୀକାର କରିଛନ୍ତି।
ଶେଷଥର ପାଇଁ ଭାରତ ଓ ପାକିସ୍ତାନ ଆଇସିସି ଚାମ୍ପିୟନ୍ସ ଲିଗ୍‌ ଫାଇନାଲ୍‌ରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ପାକିସ୍ତାନ ଟିମ୍‌ ଇଣ୍ଡିଆକୁ ପରାସ୍ତ କରି ଟାଇଟଲ୍‌ ଦଖଲ କରିଥିଲା।
ହାସନ ଅଲ୍ଲୀ ପାକିସ୍ତାନ ପାଇଁ ୩୩ଟି ଦିନିକିଆ ଖେଳି ୬୮ଟି ୱିକେଟ୍‌ ନେଇଛନ୍ତି। ଏବେ ସେ ବିଶ୍ୱ ଦିନିକିଆ ଓ ଟି-20 ଶେଷ୍ଠ ବୋଲିଂ ତାଲିକାରେ ୩ନଂ ସ୍ଥାନରେ ରହିଛନ୍ତି।


from Odisha Reporter https://ift.tt/2NuVbje

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages