
ନୂଆଦିଲ୍ଲୀ: ନାସାରେ କାମ କରୁଥିବା ବୈଜ୍ଞାନିକମାନେ ଏକ ନୂଆ ଆବିଷ୍କାର କରିଛନ୍ତି। ସେମାନଙ୍କ ମତରେ ସୌର ମଣ୍ଡଳ ଚାରିପଟେ ଏକ ବଳୟ ରହିଛି। ଯାହାକୁ ପୂର୍ବରୁ ପ୍ରମାଣିତ କରାଯାଇ ନ ଥିଲା। ଏବେ ଗବେଷଣାରୁ ଜଣାପଡିଛି ଯେ, ଉକ୍ତ ବଳୟଟି ହେଉଛି ଏକ ହାଇଡ୍ରୋଜେନ୍ ପ୍ରାଚୀର।
ବର୍ତ୍ତମାନ ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ନୂଆ ଦିଗ୍ବଳୟକୁ ଅନ୍ତରୀକ୍ଷ ଯାନ ସାହାଯ୍ୟରେ ଠାବ କରାଯାଇଛି। ଯାହାର ନାମ ରହିଛି ‘ହାଇଡ୍ରୋଜେନ୍ ୱାଲ୍’। ଏହି ବଳୟ ଆମ ସୌର ମଣ୍ଡଳରରେ ରହିଛି।
‘ହାଇଡ୍ରୋଜେନ୍ ୱାଲ୍’ର ସଂଜ୍ଞା ନିରୂପଣ କରି ବୈଜ୍ଞାନିକମାନେ କହିଛନ୍ତି, ଏହି ବଳୟଟି ସୌରମଣ୍ଡଳର ବାୟୁରେ ଥିବା bubblesକୁ ସଂଲଗ୍ନ କରି ରହିଛି। ଏହି bubblesଗୁଡ଼ିକ ଅତି ଛୋଟ ହୋଇଥିଲେ ମଧ୍ୟ ସୌରମଣ୍ଡଳରେ ଥିବା ବାୟୁକୁ ଭେଦ କରିବା ପାଇଁ ସମର୍ଥ। ଏହା ସୌରମଣ୍ଡଳରେ ଥିବା ବାୟୁକୁ ଭିତପଟୁ ଚପାଇରଖି କାନ୍ଥ ପରି କାର୍ଯ୍ୟ କରିଥାଏ। ଯାହା ଉପରେ ହାଇଡ୍ରୋଜେନ୍ ୱାଲ୍ ଅବସ୍ଥାପିତ ହୋଇଛି।
ମିଳିଥିବା ପ୍ରମାଣ ଅନୁସାରେ ସୌରମଣ୍ଡଳରେ ଥିବା ଶକ୍ତି ଏବଂ ପଦାର୍ଥ ବାୟୁ ରୂପରେ ସଂଗଠିତ ହୋଇ ହାଇଡ୍ରୋଜେନ୍ ୱାଲ୍କୁ ତିଆରି କରିବାରେ ସାହାଯ୍ୟ କରିଥାନ୍ତି। ହାଇଡ୍ରୋଜେନ୍ ୱାଲ୍ରେ ଥିବା ଶକ୍ତି ଜଳିବା ପରେ ହିଲିୟମ୍ ସୃଷ୍ଟି ହୋଇଥିବା ମଧ୍ୟ ସେମାନେ ଦାବି କରନ୍ତି।
from Odisha Reporter https://ift.tt/2NntybA
No comments:
Post a Comment