
ଓଭାଲ୍: ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ୍ ସିରିଜ୍କୁ ୩-୧ରେ ଆଗୁଆ ହାତଛଡ଼ା କରିଥିବା ଟିମ୍ ଇଣ୍ଡିଆ ଆଜି ସମ୍ମାନ ରକ୍ଷା ପାଇଁ ଓଭାଲ୍ ପଡ଼ିଆକୁ ଓହ୍ଲାଇଛି। ବ୍ୟାଟସ୍ମ୍ୟାନ୍ଙ୍କୁ ସୁହାଉଥିବା ଓଭାଲ୍ ଗ୍ରାଉଣ୍ଡରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ରେ ଦୁଇଟି ପରିବର୍ତ୍ତନ କରିଛି।
ଆହତ ରବିଚନ୍ଦ୍ରନ୍ ଅଶ୍ୱିନ୍ଙ୍କ ସ୍ଥାନରେ ନବାଗତ ହନୁମା ବିହାରୀଙ୍କୁ ସୁଯୋଗ ଦିଆଯାଇଛି। ଆଜି ହନୁମା ଭାରତ ପାଇଁ ଡେବ୍ୟୁ କରିଛନ୍ତି। ଆଜି ଖେଳ ଆରମ୍ଭରୁ ଅଧିନାୟକ ବିରାଟ୍ କୋହଲି ହନୁମାଙ୍କୁ ଦେଶର ୨୯୨ ତମ ଟେଷ୍ଟ୍ କ୍ୟାପ୍ ଦେଇଛନ୍ତି।
ସେହିପରି କ୍ରମାଗତ ବିଫଳ ହେଉଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ୪ଟି ଯାକ ମ୍ୟାଚ୍ରେ ବେଞ୍ଚରେ ବସିଥିବା ବାମହାତୀ ସ୍ପିନର୍-ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଉପରେ ଟିମ୍ ଇଣ୍ଡିଆ ମ୍ୟାନେଜ୍ମେଣ୍ଟ ଭରସା କରିଛି।
ଅନ୍ୟପକ୍ଷରେ ଟିମ୍ ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଓଭାଲ୍ ଟେଷ୍ଟ୍ଟି ଇଂଲିଶ ଓପନର୍ ଆଲିଷ୍ଟର କୁକ୍ଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ହୋଇଥିବାରୁ ଦଳ ତାଙ୍କୁ ବିଜୟ ଉପହାର ସହ ବିଦାୟ ଦେବାକୁ ଲକ୍ଷ୍ୟ ରଖିଛି।
from Odisha Reporter https://ift.tt/2Cuyqrg
No comments:
Post a Comment