ଧରାପଡ଼ିଲା ନବୀନଙ୍କ ଚାଲାକି, କେନ୍ଦ୍ର ଅର୍ଥରେ ଗୁରୁବାର ପାଳୁଛନ୍ତି ରାଜ୍ୟ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ଧରାପଡ଼ିଲା ନବୀନଙ୍କ ଚାଲାକି, କେନ୍ଦ୍ର ଅର୍ଥରେ ଗୁରୁବାର ପାଳୁଛନ୍ତି ରାଜ୍ୟ ସରକାର

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଅର୍ଥ ସଚିବ ଶ୍ରୀ ପାଣ୍ଡେ କହିଛନ୍ତି ଯେ, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ହେଉଛି ଏକ ଅମ୍ବ୍ରେଲା ଯୋଜନା। ଏଥିରେ ‘ନିରାମୟ’, ‘ନିଦାନ’ ଓ ‘ସହାୟ’ ଯୋଜନାକୁ ସାମିଲ କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ଚଳିତବର୍ଷ ମୋଟ ୨୦୭୫ କୋଟି ଟଙ୍କା ବ୍ୟୟ ହେବ। ଏଥିରେ ୧୩୭୫ କୋଟି ଟଙ୍କା ରାଜ୍ୟ ସରକାର ଓ ୭୦୦ କୋଟି ଟଙ୍କା କେନ୍ଦ୍ର ସରକାର ବହନ କରିବେ।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ’ ଯୋଜନାକୁ ବିରୋଧ କରି ରାଜ୍ୟ ସରକାର ଅଗଷ୍ଟ ୧୫ ତାରିଖରୁ ଲାଗୁ କରିଥିବା ନିଜସ୍ୱ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ର ବାସ୍ତବତା ପଦାରେ ପଡ଼ିଯାଇଛି। କେନ୍ଦ୍ର ସରକାରଙ୍କ ପାଣ୍ଠି ସହଯୋଗରେ ରାଜ୍ୟ ସରକାର ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଓ ଏଥିପାଇଁ କେନ୍ଦ୍ର ସରକାର ୭୦୦ କୋଟି ଟଙ୍କା ଦେବେ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୨,୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌କୁ ଆଜି ବିଧାନସଭାରେ ଉପସ୍ଥାପନ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ ଏହି ଗୁମର ଖୋଲିଛନ୍ତି।

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଅର୍ଥ ସଚିବ ଶ୍ରୀ ପାଣ୍ଡେ କହିଛନ୍ତି ଯେ, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ହେଉଛି ଏକ ଅମ୍ବ୍ରେଲା ଯୋଜନା। ଏଥିରେ ‘ନିରାମୟ’, ‘ନିଦାନ’ ଓ ‘ସହାୟ’ ଯୋଜନାକୁ ସାମିଲ କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ଚଳିତବର୍ଷ ମୋଟ ୨୦୭୫ କୋଟି ଟଙ୍କା ବ୍ୟୟ ହେବ। ଏଥିରେ ୧୩୭୫ କୋଟି ଟଙ୍କା ରାଜ୍ୟ ସରକାର ଓ ୭୦୦ କୋଟି ଟଙ୍କା କେନ୍ଦ୍ର ସରକାର ବହନ କରିବେ।

ରାଜ୍ୟ ଅର୍ଥ ସଚିବଙ୍କ ଏହି ସ୍ପଷ୍ଟୀକରଣ ପରେ କେନ୍ଦ୍ରର ସରକାରଙ୍କ ‘ଆୟୁଷ୍ମାନ ଯୋଜନା’କୁ ବିରୋଧ କରୁଥିବା ବିଜେଡି ସରକାରର ପ୍ରକୃତ ଚେହେରା ପଦାରେ ପଡ଼ିଯାଇଛି। ସାର୍ବଜନୀନ ସ୍ୱାସ୍ଥ୍ୟ ବୀମା ଯୋଜନା ‘ଆୟୁଷ୍ମାନ’ର ସମାନ୍ତରାଳ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନା କାର୍ଯ୍ୟକାରୀର ବାହାବାଃ ନେଉଥିବା ବିଜେଡି ସରକାର କେନ୍ଦ୍ର ଅର୍ଥରେ ‘ଗୁରୁବାର’ କରୁଥିବା ସ୍ପଷ୍ଟ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଅତିରିକ୍ତ ବଜେଟକୁ ଆଗତ କରିଥିଲେ। ଏହି ଅତିରିକ୍ତ ବଜେଟ୍ ସହ ୨୦୧୮-୧୯ ଆର୍ଥିକ ବର୍ଷର ମୋଟ ବଜେଟ ୧,୩୨,୮୧୮କୋଟି ଟଙ୍କାକୁ ଛୁଇଁଛି। ଅତିରିକ୍ତ ବଜେଟ୍‌ରେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୯୬୧୧ କୋଟି ଟଙ୍କା, ପ୍ରଶାସନିକ ବ୍ୟୟ ପାଇଁ ୧୮୦୦ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାଦରେ ୧୩୬୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

ନିର୍ବାଚନର ସମ୍ଭାବନାକୁ ଦୃଷ୍ଟିରେ ରଖି ୪୧ କୋଟି ଟଙ୍କା, ବସୁଧା ଯୋଜନାରେ ୪୦୦ କୋଟି, ଆମ ଘର ଏଲ୍‌ଇଡି ଯୋଜନାରେ ୧୦୦ କୋଟି, ସ୍ୱଚ୍ଛ ଭାରତ ମିଶନରେ ୧୦୦୦ କୋଟି ଟଙ୍କା, ଶିକ୍ଷା ସହାୟକଙ୍କୁ ସ୍ଥାୟୀ ନିଯୁକ୍ତି ବାବଦରେ ୭୫୦ କୋଟି ଟଙ୍କାର ବନ୍ଦୋବସ୍ତ କରିଛନ୍ତି। ଋଣ ପାଇଁ ସୁଧ ପରିଶୋଧ ବାବଦରେ ୩୫୦ କୋଟି ଟଙ୍କା ମଧ୍ୟ ବ୍ୟୟବରାଦ କରିଛନ୍ତି। ନିଜସ୍ୱ ଖାଦ୍ୟ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନିମନ୍ତେ ମଧ୍ୟ ଅର୍ଥବରାଦ ହୋଇଛି।

ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସହରାଂଚଳ ବସ୍ତିବାସିନ୍ଦାଙ୍କ ଭୋଟକୁ ହାତେଇବା ପାଇଁ ଆରମ୍ଭ କରିଥିବା ‘ଜାଗା ମିଶନ’ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରିଥିବା ବେଳେ, ନୂଆ ଯୋଜନା ‘ବିଜୁ ଗ୍ରାମ ଯୋଜନା’ରେ ୭୫ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି।

ଗ୍ରାମାଂଚଳରେ ଭିତ୍ତିଭୂମି ସୁଧାର ପାଇଁ ୫୨୭୬ କୋଟି ଟଙ୍କାର ବ୍ୟୟବରାଦ କରିଥିବା ବେଳେ, ଏଥିରେ ‘ବସୁଧା’ ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁ ୪୦୦ କୋଟି ଟଙ୍କା, ‘ବିଜୁ ପକ୍କାଘର’ ପାଇଁ ୧୫୦୦ କୋଟି ଓ ‘ସ୍ୱଚ୍ଛ ଭାରତ ମିଶନ’ ପାଇଁ ୧୦୦ କୋଟି, ଏନ୍‌ଆରଜିଏସ୍ ପାଇଁ ୨୧୧ କୋଟି, ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ୫୦ କୋଟି ଓ ଗ୍ରାମାଂଚଳର ସଡ଼କ ଓ ପୋଲ ଉନ୍ନତିକର ପାଇଁ ୫୦ କୋଟି ଟଙ୍କା ସାମିଲ ରହିଛି।

ସେହିପରି ଏକକ ନିର୍ବାଚନର ସମ୍ଭାବନାକୁ ଦୃଷ୍ଟିରେ ରଖି ୪୧ କୋଟି ଟଙ୍କା, ବସୁଧା ଯୋଜନାରେ ୪୦୦ କୋଟି, ଆମ ଘର ଏଲ୍‌ଇଡି ଯୋଜନାରେ ୧୦୦ କୋଟି, ସ୍ୱଚ୍ଛ ଭାରତ ମିଶନରେ ୧୦୦୦ କୋଟି ଟଙ୍କା, ଶିକ୍ଷା ସହାୟକଙ୍କୁ ସ୍ଥାୟୀ ନିଯୁକ୍ତି ବାବଦରେ ୭୫୦ କୋଟି ଟଙ୍କାର ବନ୍ଦୋବସ୍ତ କରିଛନ୍ତି। ଋଣ ପାଇଁ ସୁଧ ପରିଶୋଧ ବାବଦରେ ୩୫୦ କୋଟି ଟଙ୍କା ମଧ୍ୟ ବ୍ୟୟବରାଦ କରିଛନ୍ତି। ନିଜସ୍ୱ ଖାଦ୍ୟ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନିମନ୍ତେ ମଧ୍ୟ ଅର୍ଥବରାଦ ହୋଇଛି।



from Odisha Reporter https://ift.tt/2MR5puq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages