ଯାହାକୁ ଜେଲ୍‌ ପଠେଇବାକୁ ଚାହୁଁଥିଲି, ସେ ତା ଗଡ୍‌ ଫାଦର ପାଖରେ ପହଞ୍ଚିଗଲା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ଯାହାକୁ ଜେଲ୍‌ ପଠେଇବାକୁ ଚାହୁଁଥିଲି, ସେ ତା ଗଡ୍‌ ଫାଦର ପାଖରେ ପହଞ୍ଚିଗଲା…

dam

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ରାଜ୍ୟ ସରକାରଙ୍କୁ ଲକ୍ଷ୍ୟ କରି ପୁଣିଏକ ବାଣ ମାରିଛନ୍ତି। ୧୭ କୋଟି ଟଙ୍କା ନୁହେଁ, ୧୦୦ କୋଟି ଟଙ୍କାର ଚାରା ଘୋଟାଲା ହୋଇଥିବା ସେ ଅଭିଯୋଗ କରିଛନ୍ତି।

ଗତକାଲି ଗୃହରେ କୃଷିମନ୍ତ୍ରୀଙ୍କ ଉତ୍ତର ଉପରେ ଆଜି ଦାମୋଦର ପ୍ରତିକ୍ରିୟା ଦେଇ କହିଛନ୍ତି- “ଚାରା କିଣାରେ ୧୭ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସରକାର ସ୍ୱୀକାର କରିଛନ୍ତି। କିନ୍ତୁ ଏହା ୧୭ କୋଟି ଟଙ୍କା ନୁହେଁ, ୧୦୦ କୋଟି ଟଙ୍କାର ଘୋଟାଲା। ମୟୂରଭଂଜ ଜିଲ୍ଲା ପାଇଁ ୫୯ କୋଟିର ଅର୍ଗାନିକ୍ ବା ଜୈବିକ ସାର ଆସିଥିଲା। ଗଛ ମୂଳରେ ସାର ଦିଆଯାଇଥାନ୍ତା, କିନ୍ତୁ ଗଛ ଲାଗି ନଥିଲା।”

ସେ ଆହୁରି କହିଛନ୍ତି- “ଚାରା ଘୋଟାଲାର ତଦନ୍ତ ପାଇଁ ମୁଁ ଏକ ୪ ଜଣିଆ କମିଟି ଗଠନ କରିଥିଲି। ଏହି ଘଟଣାର ତଦନ୍ତ କରାଇଥିଲି। ଦୁର୍ନୀତିରେ ସଂପୃକ୍ତ ଜଣେ ଭଦ୍ରଲୋକଙ୍କୁ ନିଲମ୍ବିତ କରିଥିଲି। ପରେ ଭଦ୍ରଲୋକ ମୋତେ ଉତ୍କୋଚ ଦେଇ ଖଲାସ ହେବା ପାଇଁ ଚାହିଁଥିଲେ। ହେଲେ ତାଙ୍କୁ ନିଲମ୍ବିତ କରାଯିବା ସହ ଜେଲ୍ ପଠାଇବାକୁ ମୁଁ ଚାହିଁଥିଲି। ଏହାପରେ ସଂପୃକ୍ତ ବ୍ୟକ୍ତି ଜଣକ ତାଙ୍କ ‘ଗଡ୍ ଫାଦର’ ପାଖରେ ପହଞ୍ଚିଥିଲେ। ତାଙ୍କଠାରୁ ଅଭୟବାଣୀ ମଧ୍ୟ ପାଇଥିଲେ।

ଦାମ କହିଥିଲେ ଯେ-“ଗଡ୍ ଫାଦର କହିଥିଲେ, ମନ୍ତ୍ରୀ ନେଲାନି ତ ! ହଉ, ଅପେକ୍ଷା କର। ସେ ଯେଉଁ ଅଭିଯୋଗ ଆଣିଛନ୍ତି, ତାକୁ ଚାର୍ଜସିଟ୍‌ କଲାବେଳକୁ ମାସେ ଦେଢ଼ମାସ ସମୟ ଲାଗିଯିବ। ୧୫/୨୦ ଦିନ ଅପେକ୍ଷା କର। ସେ ପର୍ଯ୍ୟନ୍ତ ତାଙ୍କ ମନ୍ତ୍ରିପଦ ରହିଲେ ତ !’’

ହେଲେ ଏହି ଗଡ୍‌ ଫାଦର ଜଣକ କିଏ, ସେ ସରକାରଙ୍କ କେଉଁ ପୋଷ୍ଟରେ ଅଛନ୍ତି, ସେ ଜଣେ ନେତା ନା ସରକାରୀ ଅଫିସର ସେ ସଂପର୍କରେ ଦାମୋଦର କିଚି କହିନାହାଁନ୍ତି। କିନ୍ତୁ ସେ ଯେ ରାଜ୍ୟ ସରକାର ଓ ତୃତୀୟ ମହଲାକୁ ଲକ୍ଷ୍ୟ କରି ଏହା କହିଛନ୍ତି ତାହା ସ୍ପଷ୍ଟ ହୋଇଯାଇଛି।

ଦାମୋଦର ଆହୁରି ମଧ୍ୟ କହିଛନ୍ତି- “ଖାଲି ମୟୂରଭଂଜ ଜିଲ୍ଲା ନୁହେଁ, ଓଡ଼ିଶାର ଅନେକ ଜିଲ୍ଲାରେ ଚାରା ଦୁର୍ନୀତି ହୋଇଛି।”

 



from Odisha Reporter https://ift.tt/2LYwbMp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages