ୟୁଏସ୍ ଓପନ୍: ସେମିଫାଇନାଲ୍‌ ଅଧାରୁ ମ୍ୟାଚ୍‌ ଛାଡ଼ିଲେ ନାଡାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ୟୁଏସ୍ ଓପନ୍: ସେମିଫାଇନାଲ୍‌ ଅଧାରୁ ମ୍ୟାଚ୍‌ ଛାଡ଼ିଲେ ନାଡାଲ

ନ୍ୟୁୟର୍କ: ୟୁଏସ୍‌ ଓପନ୍‌ ସେମିଫାଇନାଲ୍‌ର ଅଧାରୁ ମ୍ୟାଚ୍‌ ଛାଡ଼ି ଦେଇଛନ୍ତି ସ୍ପେନ୍‌ର ଟେନିସ୍‌ ତାରକା ରାଫେଲ୍‌ ନାଡାଲ୍‌। ୟୁଏସ୍‌ ଓପନ୍‌ରୁ ୫ଥରର ବିଜେତା ରୋଜର ଫେଡ୍‌ର୍‌ର ରାଉଣ୍ଡ ୧୬ରୁ ବିଦା ହୋଇଥିବାରୁ ସମସ୍ତଙ୍କ ନଜର ନାଡାଲଙ୍କ ଉପରେ ଥିଲା, କିନ୍ତୁ ସେ ମ୍ୟାଚ୍‌ ଅଧାରୁ ହିଁ ଟୁର୍ଣ୍ଣାମେଣ୍ଟ୍‌ ଛାଡ଼ିଛନ୍ତି। ଆହତ ସମସ୍ୟା ଯୋଗୁ ନାଡାଲ୍‌ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି।
 
୨୦୦୯ର ଚାମ୍ପିୟନ୍ ତଥା ତୃତୀୟ ସିଡ୍ ଡେଲ୍ ପୋଟ୍ରୋ ଓ ନାଡାଲ୍‌ଙ୍କ ମଧ୍ୟରେ ପ୍ରଥମ ସେମିଫାଇନାଲ୍‌ ଲଢ଼େଇ ହୋଇଥିଲା।  ପୋଟ୍ରୋଙ୍କ ବିପକ୍ଷରେ ୭-୬ (୭/୩), ୬-୨ରେ ନାଡାଲ୍‌ ପଛୁଆ ଥିବା ବେଳେ ମ୍ୟାଚ୍‌ରୁ ରିଟାୟର ନେଇଥିଲେ।
 
ବିଶ୍ୱର ଏକ ନମ୍ବର ଖେଳାଳି ନାଡାଲ ପୂର୍ବରୁ ମଧ୍ୟ ଆଣ୍ଠୁ ଜନିତ ସମସ୍ୟା ଦେଇ ଗତି କରୁଥିଲେ। କ୍ୱାର୍ଟର ଫାଇନାଲ୍‌ ବେଳେ ସେ ଯନ୍ତ୍ରଣା ଅନୁଭବ କରୁଥିଲେ ମଧ୍ୟ ମ୍ୟାଚ୍‌ ଖେଳି ଏଥିରେ ବିଜୟୀ ହୋଇଥିଲେ। ଆଜିର ସେମିଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ନାଡାଲ୍‌ ଫିଟ୍‌ ଥିବା କଥା ଘୋଷଣା କରିଥିଲେ। ତେବେ ପୋଟ୍ରୋ ଯେତେବେଳେ ଆଜିର ମ୍ୟାଚ୍‌ର ପ୍ରଥମ ସେଟ୍‌ରେ ୪-୩ରେ ଆଗୁଆ ଥିଲେ ହଠାତ୍‌ ନାଡାଲ୍‌ ପ୍ରଥମଥର ଡାହାଣ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିଥିଲେ। କିଛି ସମୟ ପାଇଁ ବିଶ୍ରାମ ନେବା ପରେ ଆଣ୍ଠୁରେ ପଟି ବାନ୍ଧି ସେ କୋର୍ଟକୁ ଓହ୍ଲାଇଥିଲେ।  ପରେ ସୁସ୍ଥ ଅନୁଭବ କରିବାରୁ ସେ ଏହାକୁ ଖୋଲି ଦେଇଥିଲେ।
 
ହେଲେ ନାଡାଲ ପ୍ରଥମ ସେଟ୍ ୬-୭ରେ ହାରିଯାଇଥିଲେ । ଦ୍ୱିତୀୟ ସେଟ୍‌ରେ ତାଙ୍କ ଅହତ ସମସ୍ୟା ଧୀରେଧୀରେ ବଢ଼ିବାରେ ଲାଗିଥିଲା।  ଫଳରେ ଦ୍ୱିତୀୟ ସେଟ୍‌କୁ ମଧ୍ୟ ୨-୬ରେ ହାରିଯାଇଥିଲେ। ତେବେ ଆଉ ସେ ନ ଖେଳି ମ୍ୟାଚ୍‌ରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ପୋଟ୍ରୋ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।
ସେହିପରି ଦ୍ୱିତୀୟ ସେମିଫାଇନାଲ୍‌ରେ ଅଭିଜ୍ଞ ନୋଭାକ୍ ଜୋକୋଭିଚ୍  ଜାପାନର କେଇ ନିଶିକୋରୀଙ୍କୁ ହରାଇ ଫାଇନାଲ୍‌ ପାଇଁ ଟିକେଟ୍‌ ହାସଲ କରିଛନ୍ତି। ଏହାଦ୍ୱାରା ସର୍ବିୟା ଷ୍ଟାର୍ ଜୋକୋଭିଚ୍ କ୍ୟାରିୟରର ୨୩ତମ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍‌ରେ  ପ୍ରବେଶ କରିଛନ୍ତି । ଜୋକୋଭିଚ୍ ନିଶିକୋରୀଙ୍କୁ ସିଧାସଳଖ ୬-୩, ୬-୪, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି ।
 
ଫାଇନାଲ୍‌ରେ ଜୋକୋଭିଚ୍‌ ଓ ଡେଲ୍ ପୋଟ୍ରୋ ମୁହାଁମୁହିଁ ହେବେ।
 
ଦୁହିଁଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୧୮ଟି ମୁକାବିଲା ହୋଇଛି, ଯେଉଁଥିରେ ଜୋକୋଭିଚ୍ ୧୪ ଏବଂ ଡେଲ୍ ପୋଟ୍ରୋ ୪ଟି ମ୍ୟାଚ୍ ଜିତିଛନ୍ତି ।


from Odisha Reporter https://ift.tt/2wUhvIw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages