ଦୁଃଖ ଆଣିଲା ବୈତରଣୀ, ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ଦୁଃଖ ଆଣିଲା ବୈତରଣୀ, ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ

flood
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଡ଼ି ଚାଲିଛି ବୈତରଣୀର ବନ୍ୟା ପାଣି। କେଉଁଠି ଲହଡ଼ି ଭାଙ୍ଗୁଛି ତ ଆଉ କେଉଁଠି ଭଉଁରୀ ଖେଳୁଛି ପାଣି। ରାସ୍ତାଘାଟ, ଗାଁ ଦାଣ୍ଡ, ପଞ୍ଚାୟତ ଅଫିସ, ମନ୍ଦିର ସବୁଠି ପାଣି ଜମି ରହିଛି। ସେଥିପାଇଁ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।
 
ବୈତରଣୀ ନଦୀର ଉଛୁଳା ବନ୍ୟାପାଣି ମାଡ଼ରେ ସାଂଘାତିକ ହୋଇଛି ଭଦ୍ରକ। ଜିଲ୍ଲା- ବିଶେଷ କରି ଭଦ୍ରକ ସମେତ ଚାନ୍ଦବାଲି, ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକର ୧୨୦ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି। ଶହ ଶହ ଗାଁ ଓ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। 
ବୈତରଣୀର ଆଖୁଆପଦା ନିକଟରେ ଜଳସ୍ତର କମୁଥିଲେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆରଡ଼ି -ଭଦ୍ରକ ମୁଖ୍ୟରାସ୍ତାରେ ବନ୍ୟାଜଳ ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
 
ସେପଟେ ବୈତରଣୀ ନଦୀର ବନ୍ୟା ପାଣି ମାଡ଼ିଯାଇଛି ଯାଜପୁର ଜିଲ୍ଲାର ଶହ ଶହ ଗାଁକୁ। ବିଶେଷ କରି କୋରେଇ, ଦଶରଥପୁର, ବିଞ୍ଝାରପୁର ଓ ଯାଜପୁର ବ୍ଲକର ଶହେରୁ ଅଧିକ ଗାଁର ୯୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି। ଦଶରଥପୁର ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ହେଲେ ବନ୍ୟା ପ୍ରଭାବିତ ଅଞ୍ଚଳରେ କୌଣସି ସରକାରୀ ଅଧିକାରୀଙ୍କ ଦେଖାଦର୍ଶନ ମିଳୁନଥିବା ଅଭିଯୋଗ ହୋଇଛି।
ଏସଆର୍‌ସିଙ୍କ କାର୍ଯ୍ୟଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଓଡ୍ରାଫ୍ ଓ ଏନ୍‌ଡିଆର୍‌ଏଫ୍‌ ମୁତୟନ କରାଯାଇଛି। ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଛନ୍ତି। ଯାଜପୁର ଓ ଭଦ୍ରକରେ ୬ଟି ଲେଖାଁଏ ପାୱାର ବୋଟ୍‌ ରଖାଯାଇଛି। ଯାଜପୁର ଓ ଭଦ୍ରକକୁ ଶହେ ଟନ୍ ଲେଖାଁଏ ଗୋ’ଖାଦ୍ୟ ପଠାଯାଇଥିବା ବେଳେ ବିଂଝାରପୁର ବ୍ଲକର ୩ ହଜାର ୪୦ ଜଣଙ୍କୁ ସ୍ଥାନାନ୍ତରଣ କରାଯାଇଛି।


from Odisha Reporter https://ift.tt/2Qf2x8M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages