ବିବାଦ ବଢ଼ାଇଲେ ମନ୍ତ୍ରୀ ମହାରଥୀ: କହିଲେ କ୍ଷମା ମାଗିବିନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ବିବାଦ ବଢ଼ାଇଲେ ମନ୍ତ୍ରୀ ମହାରଥୀ: କହିଲେ କ୍ଷମା ମାଗିବିନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହିଳାଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦୀୟ ହୋଇପଡ଼ିଥିବା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ନିଜର ମନ୍ତବ୍ୟ ପାଇଁ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି ରୋକଠୋକ୍ ମନା କରିଦେଇଛନ୍ତି।

‘୩୦ ହଜାର ମହିଳାଙ୍କ ୬୦ ହଜାର ସ୍ୱାମୀ’ ବୋଲି ମନ୍ତବ୍ୟ ଦେବା ପ୍ରସଙ୍ଗରେ ଶ୍ରୀ ମହାରଥୀଙ୍କ ବିରୋଧରେ ବିରୋଧୀ ଦଳ ପକ୍ଷରୁ ଚାପ ପଡ଼ୁଥିଲେ ମଧ୍ୟ ତାଙ୍କର କଥାକୁ ଗଣମାଧ୍ୟମରେ କଦର୍ଥ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ବ୍ରାହ୍ମଣଙ୍କ ସମ୍ପର୍କରେ ଟିପ୍ପଣୀ ଦେଇ ଡାକ୍ତର ଦାମୋଦର ରାଉତ ମନ୍ତ୍ରୀପଦ ହରାଇଥିବାବେଳେ ଶ୍ରୀ ମହାରଥୀଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେଉଛି ତାକୁ ନେଇ ରାଜନୀତିକ ଉଷ୍ମତା ଲାଗି ରହିଛି। ଅବଶ୍ୟ ମହିଳାଙ୍କ ପ୍ରତି ମହାରଥୀଙ୍କ ଆପତ୍ତିଜନକ ମନ୍ତବ୍ୟ ନୂଆ କଥା ନୁହେଁ।

ମହିଳାଙ୍କୁ ଅସମ୍ମାନ କରିବା ଭଳି ମନ୍ତବ୍ୟ ଦେଇଥିବାରୁ ମନ୍ତ୍ରୀ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ବିଜେପି ଓ କଂଗ୍ରେସ ଦାବି କରିଛନ୍ତି। ତେବେ ଆଜି ଗଣମାଧ୍ୟମରେ ସଫେଇ ଦେଇ ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି ଯେ ଗୋଟିଏ କୌଣସି କାରଣ ନଥାଇ ତାଙ୍କର ବକ୍ତବ୍ୟକୁ ଗଣମାଧ୍ୟମରେ କଦର୍ଥ କରାଯାଇଛି। ଯେଉଁଥିପାଇଁ ସେ ମର୍ମାହତ।

ସେ କହିଛନ୍ତି, ମା’ଙ୍କୁ ସମ୍ମାନ ଓ ସେମାନଙ୍କର ଅଭିଯୋଗ ଶୁଣୁଥିବାରୁ ସେମାନଙ୍କର ଆଶୀର୍ବାଦରେ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ତାଙ୍କର କହିବା ପଛରେ ସେଭଳି କିଛି ଉଦ୍ଦେଶ୍ୟ ନଥିଲା। ତାଙ୍କର ବକ୍ତବ୍ୟକୁ କଦର୍ଥ କରାଯାଇଛି । ଯେହେତୁ ତାଙ୍କର କଥାରେ କୌଣସି ତ୍ରୁଟି ନାହିଁ, ତେଣୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି ଶ୍ରୀ ମହାରଥୀ ସ୍ପଷ୍ଟ କରିଛନ୍ତି।

୨୦୧୪ ନଭେମ୍ବର ୨୦ ତାରିଖରେ ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଶ୍ରୀ ମହାରଥୀ ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ମହିଳା ବିଜେପି ସେତେବେଳେ ବିକ୍ଷୋଭ କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା। ଅବଶ୍ୟ ଶ୍ରୀ ମହାରଥୀ ବ୍ୟକ୍ତିଗତ ଭାବେ ଶ୍ରୀମତୀ ପଣ୍ଡାଙ୍କୁ ଭେଟି କ୍ଷମା ପ୍ରାର୍ଥନା କରିବା ପରେ ମାମଲା ଶାନ୍ତ ପଡ଼ିଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ଦିନରେ ସତ୍ୟବାଦୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବେ। ତାଙ୍କୁ ସ୍ୱାଗତ ପାଇଁ ଉତ୍ତରାରୁ ସାତଶଙ୍ଖ ପର୍ଯ୍ୟନ୍ତ ୩୦ହଜାର ମହିଳା ଆସିବେ। ଏକଥା ପରିପ୍ରେକ୍ଷୀରେ ସେ କହିଥିଲେ ଯେ ୩୦ ହଜାର ମହିଳା ଆସିଲେ ସେମାନଙ୍କର ସ୍ୱାମୀମାନେ ଆସିବେ।ତେଣୁ ମହିଳା ଓ ସେମାନଙ୍କ ସ୍ୱାମୀ ମିଶିଲେ ୬୦ହଜାର ହେବ। କିନ୍ତୁ ତାଙ୍କର ଏହି କଥାକୁ କଦର୍ଥ କରାଗଲା। ସେ ଗଣମାଧ୍ୟମକୁ ଦୋଷ ଦେଇ ତାଙ୍କର କଥାକୁ ଏଭଳି କଦର୍ଥ କରାନଯାଉ ବୋଲି ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ମହାରଥୀଙ୍କ ଏଭଳି ମନ୍ତବ୍ୟ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବା ପାଇଁ ଦାବି ହୋଇଛି।ସୋଶାଲ ମିଡିଆରେ ମନ୍ତ୍ରୀଙ୍କ ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।ଯଦି ବ୍ରାହ୍ମଣ ବିରୁଦ୍ଧ ମନ୍ତବ୍ୟ ପାଇଁ ଡାକ୍ତର ଦାମୋଦର ରାଉତଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଛି ତା’ହେଲେ ମହିଳାଙ୍କ ପ୍ରତି ଅସମ୍ମାନସୂଚକ ମନ୍ତବ୍ୟ ପାଇଁ ମହାରଥୀଙ୍କ ମନ୍ତ୍ରୀ ପଦ କିଭଳି ରହିଛି ବୋଲି ପ୍ରଶ୍ନ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ୨୦୧୪ ନଭେମ୍ବର ୨୦ ତାରିଖରେ ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଶ୍ରୀ ମହାରଥୀ ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ମହିଳା ବିଜେପି ସେତେବେଳେ ବିକ୍ଷୋଭ କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା। ଅବଶ୍ୟ ଶ୍ରୀ ମହାରଥୀ ବ୍ୟକ୍ତିଗତ ଭାବେ ଶ୍ରୀମତୀ ପଣ୍ଡାଙ୍କୁ ଭେଟି କ୍ଷମା ପ୍ରାର୍ଥନା କରିବା ପରେ ମାମଲା ଶାନ୍ତ ପଡ଼ିଥିଲା।

ସେହିପରି ୨୦୧୭ ଏପ୍ରିଲ ୨୩ ତାରିଖରେ ମନ୍ତ୍ରୀ ଶ୍ରୀ ମହାରଥୀ କହିଥିଲେ ଯେ, ଯେତେବେଳେ ବିଧାନସଭା ଅଧିବେଶନ ଆରମ୍ଭ ହୁଏ, ସେତେବେଳେ ରାଜ୍ୟରେ ଚାଷୀ ଆତ୍ମହତ୍ୟା କରନ୍ତି। ତାଙ୍କର ଏହି ମନ୍ତବ୍ୟକୁ ନେଇ ବିରୋଧୀ ଦଳ ସେତେବେଳେ ପ୍ରବଳ ହଟ୍ଟଗୋଳ କରିଥିଲା ଓ ଚାରିଆଡ଼େ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିଲା।

୨୦୧୭ ଜାନୁୟାରୀ ମାସରେ ମନ୍ତ୍ରୀ ଶ୍ରୀ ମହାରଥୀ ନିଜର ଓ ପତ୍ନୀଙ୍କ ନାଁରେ ଓୟୁଏଟି ଦ୍ୱାରା ବିକଶିତ ଦୁଇଟି ବିହନର ନାମକରଣ ‘ପ୍ରଦୀପ ଓ ପ୍ରତିଭା’ କରି ବିବାଦୀୟ ହୋଇଥିଲେ।

ତା’ପୂର୍ବରୁ ବେବିନା ଗଣଦୁଷ୍କର୍ମ ମାମଲାରେ ବିବାଦୀୟ ହୋଇ ୨୦୧୨ ଜାନୁୟାରୀ ମାସରେ ନିଜର ମନ୍ତ୍ରୀ ପଦ ଛାଡ଼ିଥିଲେ।

ଶୁଣନ୍ତୁ ଭାଇରାଲ୍ ହୋଇଥିବା ଭିଡିଓରେ କ’ଣ କହିଥିଲେ ମନ୍ତ୍ରୀ ପ୍ରଦୀପ ମହାରଥୀ।

 



from Odisha Reporter https://ift.tt/2ObvOTF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages