ସରକାରଙ୍କର ଏମିତି ଜନଜାତି ପ୍ରୀତି: ହଷ୍ଟେଲ୍‌ର ପୂତିଗନ୍ଧମୟ ପରିବେଶରେ ରହୁଛନ୍ତି ଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

ସରକାରଙ୍କର ଏମିତି ଜନଜାତି ପ୍ରୀତି: ହଷ୍ଟେଲ୍‌ର ପୂତିଗନ୍ଧମୟ ପରିବେଶରେ ରହୁଛନ୍ତି ଛାତ୍ରୀ

girl-students-here-live-in-a-hostel-that-has-a-leaking-septic-tank-and-no-dining-space 
ଲମତାପୁଟ (ଜଗତ ଜୀବନ କୋଚିମ): ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ପ୍ରଶାସନିକ ଅଧିକାରୀଙ୍କ ଖାମ୍‌ଖିଆଲ୍‌ ମନୋଭାବ ପାଇଁ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନି। 
ଯାହାଫଳରେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସେବାଶ୍ରମ ହଷ୍ଟେଲ୍‌ରେ ରହୁଥିବା ଛାତ୍ରୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
ଛାତ୍ରୀମାନେ ସ୍କୁଲରେ ରହି ପାଠ ପଢ଼ିବା ପାଇଁ ନନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ୧୧୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ କରାଯାଇଥିଲା। 
ହେଲେ ହଷ୍ଟେଲ୍‌ର ଲାଟ୍ରିନ ଟାଙ୍କି ଫାଟି ଯାଇଥିବାରୁ ଛାତ୍ରୀମାନେ ନାନା ଅସୁବିଧାରେ ପଡ଼ୁଛନ୍ତି। ପୂତିଗନ୍ଧମୟ ପରିବେଶରେ ଛାତ୍ରୀ ରହିବା ପାଇଁ ବାଧ୍ୟ ହେଉଛନ୍ତି।
ହଷ୍ଟେଲରେ ବିଜୁଳି ଠିକ ଭାବେ ରହୁନାହିଁ। ପିଲାମାନଙ୍କୁ ବେଡଶିଟ୍ କି ଥାଳି ଦିଆଯାଉ ନାହିଁ। ଡାଇନିଂ ହଲ ନଥିବାରୁ ଛାତ୍ରୀଙ୍କୁ ଖୋଲା ଆକାଶ ତଳେ ରନ୍ଧା ଖାଦ୍ୟ ଦିଆଯାଉଛି। ଏନେଇ ଛାତ୍ରୀମାନେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି। 
ଏନେଇ ନନ୍ଦପୁର W.E.O ଶେଷଦେବ ରାଉତରାୟ କହିଛନ୍ତି-“ହଷ୍ଟେଲରେ ଡାଇନିଂ ବ୍ୟବସ୍ଥା କରାଯିବ। ଲାଟ୍ରିନ ଟାଙ୍କିର ମରାମତି କରାଯିବ।”


from Odisha Reporter https://ift.tt/2oN3cBW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages