
ମୁମ୍ବାଇ:ଆୟକର ବିଭାଗର ଜଣେ ଡେପୁଟି କମିଶନରଙ୍କ କଳା କାରନାମାର ପର୍ଦ୍ଦାଫାସ ହୋଇଛି। ପତ୍ନୀଙ୍କଠାରୁ ଅଲଗା ରହୁଥିବା ଏହି ଡେପୁଟି କମିଶନର ତାଙ୍କ ଘରେ ଚାକରାଣୀ ଭାବେ କାର୍ଯ୍ୟ କରୁଥିବା ଜଣେ ନାବାଳିକାଙ୍କୁ ଏକାକୀ ପାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଏହି ଘଟଣାରେ ପୁଲିସ୍ ତାଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ପକସୋ ଆଇନ୍ରେ ମାମଲା ରୁଜୁ ହେବା ସହ ତାଙ୍କୁ ୧୦ ଦିନ ପାଇଁ ପୁଲିସ୍ ହେପାଜତକୁ ପଠାଇ ଦିଆଯାଇଛି।
ଏହି ଅଫିସର ଜଣଙ୍କ ୩ ବର୍ଷ ତଳେ ମୁମ୍ବାଇରେ ନିଯୁକ୍ତି ପାଇଥିଲେ। ସେ ଗାମଦେବ ପୁଲିସ୍ ଷ୍ଟେସନ୍ ଅଧୀନ ଏକ ଇଲାକାରେ ରହୁଥିଲେ। ୨୦୧୭ ଫେବୃଆରୀ ମାସରେ ଅଫିସର ଜଣଙ୍କ ତାଙ୍କ ଘରେ କାର୍ଯ୍ୟ କରୁଥିବା ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ତେବେ ନାବାଳିକା ଜଣଙ୍କ ଏନେଇ ଭୟରେ କାହାକୁ କିଛି କହି ନଥିଲେ।
ପ୍ରାୟ ଗୋଟିଏ ବର୍ଷ ପରେ ଅର୍ଥାତ ଗତ ମାସରେ ପୀଡ଼ିତା ଜଣଙ୍କ ଅଫିସରଙ୍କ ବିରୋଧରେ ମୁହଁ ଖୋଲିବା ସହ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ। ପୁଲିସ୍ ପୀଡ଼ିତାଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଗତକାଲି ବିଳମ୍ବିତ ରାତିରେ ଡେପୁଟି କମିଶନରଙ୍କୁ ଗିରଫ କରିଛି। ଘଟଣା ବେଳେ ପୀଡ଼ିତା ଜଣଙ୍କ ଅଭିଯୁକ୍ତ ଅଫିସର ରହୁଥିବା ଫ୍ଲାଟର୍ ସହାୟକ କ୍ୱାର୍ଟର୍ସରେ ରହୁଥିଲେ।
ଡେପୁଟି କମିଶନର ଜଣଙ୍କ ୨୦୧୩ରେ ବିବାହ କରିଥିଲେ ଏବଂ ତାଙ୍କର ଦେଢ଼ ବର୍ଷର ଶିଶୁ ପୁତ୍ରଟିଏ ରହିଛି। ତେବେ ପତ୍ନୀଙ୍କ ସହ ଛାଡ଼ପତ୍ର ପାଇଁ କୋର୍ଟରେ ମାମଲା ଚାଲିଛି। ଏଥିପାଇଁ ଉଭୟ ଅଲଗା ଅଲଗା ହୋଇ ରହୁଥିଲେ।
from Odisha Reporter https://ift.tt/2MazGiG
No comments:
Post a Comment