କର୍ଣ୍ଣ ଅଧିକ ଶକ୍ତିଶାଳୀ ଯୋଦ୍ଧା ହୋଇ ମଧ୍ୟ କାହିଁକି ଅର୍ଜୁନଙ୍କଠାରୁ ପରାସ୍ତ ହୋଇଥିଲେ, ପଢ଼ନ୍ତୁ ଏହି ରୋଚକ କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

କର୍ଣ୍ଣ ଅଧିକ ଶକ୍ତିଶାଳୀ ଯୋଦ୍ଧା ହୋଇ ମଧ୍ୟ କାହିଁକି ଅର୍ଜୁନଙ୍କଠାରୁ ପରାସ୍ତ ହୋଇଥିଲେ, ପଢ଼ନ୍ତୁ ଏହି ରୋଚକ କାହାଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ମହାଭାରତ ଯୁଦ୍ଧର ଦୁଇ ମହାନ୍‌ ଯୋଦ୍ଧା ହେଉଛନ୍ତି କର୍ଣ୍ଣ ଏବଂ ଅର୍ଜୁନ। ଉଭୟ ବେଶ୍‌ ପରାକ୍ରମୀ ଥିଲେ। କର୍ଣ୍ଣ କୌରବଙ୍କ ପକ୍ଷରେ ଥିଲା ବେଳେ ଅର୍ଜୁନ ପାଣ୍ଡବଙ୍କ ପକ୍ଷରେ ଥିଲେ। ତେବେ ଏମାନଙ୍କ ମଧ୍ୟରୁ କିଏ ସବୁଠୁ ଅଧିକ ପାରଙ୍ଗମ ଥିଲେ, ଆସନ୍ତୁ ଜାଣିବା।

ଅର୍ଜୁନଙ୍କ ପାଖରେ ‘ଗାଣ୍ଡିବ’ ଧନୁ ଥିବା ଯୋଗୁ ତାଙ୍କୁ ‘ଗାଣ୍ଡିବଧାରୀ’ କୁହାଯାଏ । ଠିକ୍‌ ସେହିପରି  କର୍ଣ୍ଣଙ୍କ ପାଖରେ ମଧ୍ୟ ଏକ ଅଦ୍ଭୁତ ଧନୁ ଥିଲା, ଯାହାର ନାଁ ବିଜୟ। ଏହି ବିଜୟ ଧନୁ ଧାରଣ କରୁଥିବା କାରଣରୁ କର୍ଣ୍ଣଙ୍କୁ ‘ବିଜୟଧାରୀ’ କୁହାଯାଏ। କର୍ଣ୍ଣଙ୍କ ଏହି ଶକ୍ତିଶାଳୀ ‘ବିଜୟ’ ଧନୁ ସମ୍ପର୍କରେ ଦିନେ ପ୍ରଭୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ, ଯେତେ ଦିନ ପର୍ଯ୍ୟନ୍ତ କର୍ଣ୍ଣଙ୍କ ପାଖରେ ଏହି ଚମତ୍କାରୀ ଧନୁ ଥିବ, ସେତେଦିନ ପର୍ଯ୍ୟନ୍ତ ତୁମ ଭଳି ୩ଜଣ ଧନୁର୍ଦ୍ଧର ମିଶିଲେ ମଧ୍ୟ ତାଙ୍କୁ ହରାଇ ପାରିବେ ନାହିଁ।

କର୍ଣ୍ଣଙ୍କ ଏହି ‘ବିଜୟ’ ଧନୁରେ ଏପରି କିଛି ଶକ୍ତି ଥିଲା, ଯାହା ଅର୍ଜୁନଙ୍କ ‘ଗାଣ୍ଡିବ’ରେ ନଥିଲା। କର୍ଣ୍ଣଙ୍କ  ଏହି ‘ବିଜୟ’ ଧନୁ ଏମିତି ମନ୍ତ୍ରରେ ଶକ୍ତିଶାଳୀ ଥିଲା, ଯାହାର ଚତୁଃପାର୍ଶ୍ୱରେ ଏକ ଅଭେଦ୍ୟ ବଳୟ ସୃଷ୍ଟି ହୋଇ ଯାଉଥିଲା। ଆଉ ଏହି ବଳୟକୁ ଭଗବାନ ଶିବଙ୍କ ପଶୁପତି ଅସ୍ତ୍ର ମଧ୍ୟ ଭେଦ କରିବାରେ ଅସମର୍ଥ ଥିଲା। ମନ୍ତ୍ର ଦ୍ୱାରା ଏହି ଧନୁ ଅଭିମନ୍ତ୍ରିତ ହୋଇଥିବାରୁ  ଏଥିରୁ କ୍ଷେପଣ ହେଉଥିବା ବାଣର ଶକ୍ତି ଅନ୍ୟ ବାଣଙ୍କ ଠାରୁ ଦ୍ୱିଗୁଣା ହୋଇଯାଉଥିଲା।

ଏବେ ଆସନ୍ତୁ ଜାଣିବା, ଏହି ‘ବିଜୟ’ ଧନୁ କର୍ଣ୍ଣଙ୍କ ପାଖକୁ ଆସିଥିଲା କେମିତି? ଏହି ଧନୁକୁ ସ୍ୱୟଂ ବିଶ୍ୱକର୍ମା ତିଆରି କରିଥିଲେ। ତାଡ଼କାସୁରର ତ୍ରିପୁରା ନଗରୀକୁ ବିନାଶ କରିବା ପାଇଁ ଏହା ତିଆରି ହୋଇଥିଲା। ଏହି ଧନୁରୁ ପଶୁପତି ବାଣ ପ୍ରୟୋଗ କରି ଶିବ ତ୍ରିପୁରା ନଗରୀର ବିନାଶ କରିଥିଲେ।

ତ୍ରିପୁରା ନଗରୀର ବିନାଶ ପରେ ଶିବ ଏହି ‘ବିଜୟ’ ଧନୁକୁ ଦେବରାଜ ଇନ୍ଦ୍ରଙ୍କୁ ଦେଇ ଦେଇଥିଲେ। ଆଉ ଦେବରାଜ ଇନ୍ଦ୍ର ଏହାକୁ ଅସୁରଙ୍କ ବିରୋଧରେ ବହୁ ଅନେକ ଯୁଦ୍ଧରେ ବ୍ୟବହାର ମଧ୍ୟ କରିଛନ୍ତି। କୁହାଯାଏ, ଅସୁରମାନେ ଦେବରାଜ ଇନ୍ଦ୍ରଙ୍କୁ ଯେତେ ଭୟ କରୁ ନଥିଲେ, ତା’ଠାରୁ ଢେର୍ ଅଧିକ ଏହି ବିଜୟ ଧନୁକୁ ଡରୁଥିଲେ। ଏହାର ଦୀର୍ଘଦିନ ପରେ କ୍ଷତ୍ରିୟମାନେ ଭଗବାନ ପର୍ଶୁରାମଙ୍କ ପିତା ଜମଦାଗ୍ନିଙ୍କୁ ହତ୍ୟା କରିଦେଇଥିଲେ। ଆଉ ଏଥିରେ ପ୍ରତିଶୋଧପରାୟଣ ହୋଇ ଭଗବାନ ପର୍ଶୁରାମ ପୂରା ପୃଥିବୀକୁ କ୍ଷତ୍ରିୟଶୂନ୍ୟ କରିବାର ବଜ୍ର ଶପଥ ନେଇଥିଲେ।

ଏହି ସମୟରେ ଭଗବାନ ଶିବ ଇନ୍ଦ୍ରଙ୍କ ଦ୍ୱାରା ଏହି ‘ବିଜୟ’ ଧନୁ ପର୍ଶରାମଙ୍କୁ ଦେଇଥିଲେ। ଆଉ ଶକ୍ତିଶାଳୀ ‘ବିଜୟ’ ଧନୁ କାରଣରୁ ଭଗବାନ ପର୍ଶୁରାମ ବିନା କାହାର ସହାୟତାରେ ୨୧ ଥର ପୃଥିବୀକୁ କ୍ଷତ୍ରିୟଶୂନ୍ୟ କରିଥିଲେ। ମହାଭାରତର ମହାନ୍‌ ଯୋଦ୍ଧା କର୍ଣ୍ଣ ଥିଲେ ଭଗବାନ ପର୍ଶୁରାମଙ୍କର ଶିଷ୍ୟ। ଆଉ ପର୍ଶୁରାମ, ଶିଷ୍ୟ କର୍ଣ୍ଣଙ୍କୁ ଧନୁର୍ବିଦ୍ୟା ଶିକ୍ଷା ଦେବାବେଳେ ପ୍ରସନ୍ନ ହୋଇଥିଲେ।

ତେବେ ନିଜେ କ୍ଷତ୍ରିୟ ହୋଇଥିବା ସତ୍ତ୍ୱେ କର୍ଣ୍ଣ ଛଳନା କରି ଭଗବାନ ପର୍ଶୁରାମଙ୍କର ଶିଷ୍ୟ ହୋଇଥିଲେ। ଏହା ଜାଣିବା ପରେ କ୍ରୋଧିତ ହୋଇ ଭଗବାନ ପର୍ଶୁରାମ କର୍ଣ୍ଣଙ୍କୁ ଠିକଣା ସମୟରେ ଧନୁର୍ବିଦ୍ୟାର କଳା କୌଶଳ ଭୁଲି ଯିବାର ଅଭିଶାପ ଦେଇଥିଲେ। ତେବେ ପରେ ପର୍ଶୁରାମ ଏନେଇ ଅନୁଶୋଚନା କରିଥିଲେ। ପର୍ଶୁରାମଙ୍କୁ ଲାଗିଥିଲା ଯେ ଶିଷ୍ୟ କର୍ଣ୍ଣଙ୍କୁ ସେ କିଛି ଅଧିକ ଅଭିଶାପ ଦେଇ ଦେଇଛନ୍ତି। ତେଣୁ କର୍ଣ୍ଣଙ୍କ ଉପରେ ତାଙ୍କର ଦୟାଭାବ ଆସିଯାଇଥିଲା।

ଏହି କାରଣରୁ ପର୍ଶୁରାମ କର୍ଣ୍ଣଙ୍କୁ ନିଜ ‘ବିଜୟ’ ଧନୁ ଦେଇ ଦେଇଥିଲେ। ତେବେ ପର୍ଶୁରାମଙ୍କ ଠାରୁ ‘ବିଜୟ’ ଧନୁ ପାଇବା ପରେ ବି କର୍ଣ୍ଣ କେବେ ଏହାର ବ୍ୟବହାର କରି ନଥିଲେ। ହେଲେ ମହାଭାରତ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ଏହି ଧନୁକୁ ଅର୍ଜୁନଙ୍କ ବିରୋଧ ଯୁଦ୍ଧରେ ବ୍ୟବହାର ପାଇଁ କର୍ଣ୍ଣ ପୟାସ କରିଥିଲେ।
ମହାଭାରତ ଯୁଦ୍ଧର ୧୭ତମ ଦିନରେ କର୍ଣ୍ଣ କୌରବ ସେନାର ସେନାପତି ଅଭିଷିକ୍ତ ହୋଇଥିଲେ ।ଆଉ ଅର୍ଜୁନଙ୍କ ବିରୋଧରେ ଯୁଦ୍ଧରେ ପ୍ରଥମ ଥର ପାଇଁ ‘ବିଜୟ’ ଧନୁକୁ ହାତରେ ଉଠାଇଥିଲେ କର୍ଣ୍ଣ। କିନ୍ତୁ ଦୁର୍ଭାଗ୍ୟବଶତଃ କର୍ଣ୍ଣଙ୍କ ରଥର ପହି ଜମିରେ ଧସି ଯାଇଥିଲା। ତେଣୁ ରଥର ପହିକୁ ଏଥିରୁ ବାହାର କରିବା ପାଇଁ କର୍ଣ୍ଣ ରଥ ତଳକୁ ଓହ୍ଲାଇ ଆସିଥିଲେ, ଆଉ ‘ବିଜୟ’ ଧନୁକୁ ରଥରେ ଛାଡ଼ି ଆସିଥିଲେ।

ଭଗବାନ ଶ୍ରୀ କୃଷ୍ଣଙ୍କୁ ଏକଥା ଜଣାଥିଲା ଯେ, ଯଦି ଦ୍ୱିତୀୟ ଥର କର୍ଣ୍ଣ ଏହି ‘ବିଜୟ’ ଧନୁକୁ ନିଜ ହାତରେ ଉଠାଇବେ, ତେବେ ଅର୍ଜୁନଙ୍କୁ ରକ୍ଷା କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିବ। ଆଉ ଏହି ସୁଯୋଗକୁ ହାତ ଛଡ଼ା  ନକରିବା ପାଇଁ ପ୍ରଭୁ ଶ୍ରୀକୃଷ୍ଣ  ଅର୍ଜୁନଙ୍କୁ ଆହ୍ୱାନ କରିଥିଲେ ଏବଂ ଶେଷରେ ଅର୍ଜୁନଙ୍କ ହାତରେ ହିଁ କର୍ଣ୍ଣଙ୍କର ମୃତ୍ୟୁ ହୋଇଥିଲା।



from Odisha Reporter https://ift.tt/2IfuCcE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages