ଆଧାର ବାଧ୍ୟତାମୂଳକ କି ନୁହେଁ, କାଲି ଆସିବ ଚୂଡ଼ାନ୍ତ ରାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ଆଧାର ବାଧ୍ୟତାମୂଳକ କି ନୁହେଁ, କାଲି ଆସିବ ଚୂଡ଼ାନ୍ତ ରାୟ

ନୂଆଦିଲ୍ଲୀ: ଦେଶରେ ପ୍ରଚଳିତ ଆଧାର କାର୍ଡର ସାମ୍ବିଧାନିକ ବୈଧତା ସମ୍ପର୍କରେ ଚୂଡ଼ାନ୍ତ ରାୟ ଆସନ୍ତକାଲି ପ୍ରକାଶ ପାଇବ। ଆଧାର କାର୍ଡର ବୈଧତାକୁ ଖାରଜ କରିବା ପାଇଁ ଆଗତ ହୋଇଥିବା ପାଖାପାଖି ୨୭ଟି ଆବେଦନର ଉପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ତପୀଠ ରାୟ ଦେବେ।

ସୁପ୍ରମକୋର୍ଟ ମାରାଥନ ଶୁଣାଣି କରିବା ପରେ ଗତ ମେ’ ମାସରେ ରାୟ ସଂରକ୍ଷିତ ରଖିଥିଲେ।

ଆଧାରର ବୈଧତା ସମ୍ପର୍କରେ ନିୟମିତ ଶୁଣାଣି ଜାନୁଆରୀ ମାସରେ ଆରମ୍ଭ ହୋଇ ଦୀର୍ଘ ୩୮ ଦିନ ପର୍ଯ୍ୟନ୍ତ ଚାଲିଥିଲା। କେଶବାନନ୍ଦ ଭାରତୀ ମାମଲା ପରେ ସୁପ୍ରିମକୋର୍ଟରେ କୌଣସି ମାମଲା ଏତେ ଦିନ ଧରି ଶୁଣାଣି ହୋଇ ନଥିଲା। ୧୯୭୩ ମସିହାରେ ପୂର୍ବୋକ୍ତ ମାମଲା ଦୀର୍ଘ ୫ ମାସ ଧରି ଚାଲିଥିଲା।

ଆଧାରକୁ ନେଇ ବାଦବିବାଦ ଜାରି ରହିଥିବା ବେଳେ ଆସନ୍ତକାଲିର ଶୁଣାଣି ବେଶ ଗୁରୁତ୍ୱବହନ କରୁଛି। ୧୨ସଂଖ୍ୟା ବିଶିଷ୍ଟ ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ନମ୍ବର ବା ଆଧାର କାର୍ଡ ଏବେ 120 କୋଟି ଲୋକଙ୍କ ପାଖରେ ରହିଛି। ଏହାଦ୍ୱାରା ବ୍ୟକ୍ତିଗତ ଗୋପନୀୟତା ପ୍ରତି ବିପଦ ସୃଷ୍ଟି ହେଉଛି କି ନାହିଁ, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ସୁପ୍ରିମକୋର୍ଟ ନେବେ।

ସମ୍ପ୍ରତି ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ବ୍ୟାଙ୍କ ଆକାଉଣ୍ଟ, ପ୍ୟାନ୍‌ କାର୍ଡ, ସେଲଫୋନ୍‌ ସର୍ଭିସ, ପାସପୋର୍ଟ, ଏପରି କି ଡ୍ରାଇଭିଂ ଲାଇସେନ୍ସ ପାଇଁ ମଧ୍ୟ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇଛି।



from Odisha Reporter https://ift.tt/2pziMkY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages