ଦାମଙ୍କ ‘ଗ୍ରେନେଡ୍’: ‘ତାମିଲ କନ୍‌ଷ୍ଟେବଲ ପାଇଁ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାକୁ ଚାପି ଦିଆଗଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ଦାମଙ୍କ ‘ଗ୍ରେନେଡ୍’: ‘ତାମିଲ କନ୍‌ଷ୍ଟେବଲ ପାଇଁ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାକୁ ଚାପି ଦିଆଗଲା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦରକାର ପଡ଼ିଲେ ପେଡି ଖୋଲିବେ ବୋଲି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ପୂର୍ବରୁ କହିଥିଲେ। ଆଜି ସେ ପୁଣି ଥରେ ରାଜ୍ୟ ସରକାରଙ୍କ ଦୁର୍ନୀତିର ପେଡି ଖୋଲିଛନ୍ତି। ଜଣେ ତାମିଲ କନ୍‌ଷ୍ଟେବଲଙ୍କୁ ବଞ୍ଚାଇବାକୁ ଯାଇ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ଦବାଇ ଦିଆଯାଇଛି ବୋଲି ଡାକ୍ତର ରାଉତ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି-“୧୪ ବର୍ଷର ଆଦିବାସୀ ଝିଅଙ୍କୁ ୩ ଜଣ ଯବାନ ଟେକିନେଇ ଗଣଦୁଷ୍କର୍ମ କଲେ। ଏପରି ସମ୍ୱେଦନଶୀଳ ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଏପରିକି ଏସ୍‌ସି ସେଲ୍‌ ଅଧ୍ୟକ୍ଷ ବିଷ୍ଣୁ ଦାସ ଦଳବଳ ନେଇ ଘଟଣାର ତଦନ୍ତ କରିବାକୁ ଯାଇଥିଲେ। ଝିଅଟି ଗଣ ଦୁଷ୍କର୍ମରେ ଶିକାର ହୋଇଥିବା ବିଷ୍ଣୁ ମଧ୍ୟ ସ୍ୱୀକାର କରିଥିଲେ। ଏହାକୁ ମୁଖ୍ୟମନ୍ତ୍ରୀ ହସିକି ଉଡ଼ାଇ ଦେଲେ। ପରେ ପୀଡ଼ିତାଙ୍କ ପୋଷାକ ଲାବରୋଟାରୀକୁ ପଠାଇଥିଲା। ସେଥିରେ ଦୁଇ ଜଣଙ୍କ ସିମେନ୍‌ ଥିବା ମିଳିଥିଲା। ଦୁଷ୍କର୍ମ କରିଥିବା ଯୁବକଙ୍କ ମଧ୍ୟରୁ ଜଣେ ତାମିଲ କନ୍‌ଷ୍ଟେବଲ ରହିଥିବାରୁ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରାଗଲା। ସେଥିପାଇଁ ଏହା ଠିକ୍‌ ନୁହେଁ ବୋଲି କହି ଅନ୍ୟ ଏକ ପୋଷାକ ପଠାଇ ଥିଲେ। ସେଥିରେ ରିପୋର୍ଟ ଆସିଲା ପୀଡ଼ିତାକୁ ଦୁଷ୍କର୍ମ ହୋଇନି।”

ସେ ଆହୁରି କହିଛନ୍ତି-“ଗୋଟିଏ ଓଡ଼ିଆ ଝିଅ ବିବାହ ପୂର୍ବରୁ ଦୁଷ୍କର୍ମର ଶିକାର ହେଲେ, ଘଟଣାକୁ ଲୁଚାଇବାକୁ ଚାହିଁବ। କାରଣ ତା’ର ଭବିଷ୍ୟତ ଅନ୍ଧକାର ହୋଇଯିବ। କିନ୍ତୁ କୁନ୍ଦୁଲି ପୀଡ଼ିତା ଦୁଷ୍କର୍ମରେ ଶିକାର ହୋଇଛି ବୋଲି ବାରମ୍ୱାର କହୁଥିଲା। ମାତ୍ର ତା’ କଥା କେହି ଶୁଣିଲେନି। ଗୋଟିଏ ତାମିଲ କନ୍‌ଷ୍ଟେବଲକୁ ରକ୍ଷା କରିବା ପାଇଁ କେତେବଡ଼ ଘଟଣାକୁ ସରକାର ଚାପିଦେଲେ।”

ଛାତ୍ରୀଙ୍କ ସହିତ ଅଫିସରଙ୍କ କେଳି ଅଭିଯୋଗ!

ସେ କହିଛନ୍ତି, ଜଣେ ଅଫିସର ଜଣେ ନବମ ଶ୍ରେଣୀ ଝିଅକୁ ଉଲଗ୍ନ କରି କୁଣ୍ଢେଇ ଧରିଥିଲେ। ସେହି ଫଟୋ ଏକ ଖବର କାଗଜରେ ବାହାରିଥିଲା। ସେହି ସଂସ୍ଥାର ସବୁ କାଗଜକୁ କିଣି ନିଆଗଲା। ଖଣ୍ଡିଏ ହେଲେ କାଗଜ ବାହାରକୁ ଛଡ଼ାଗଲା ନାହିଁ। ମାତ୍ର ସେଥିରୁ ଗୋଟିଏ କପି ପାଇ ଆଉ ଏକ ଖବର କାଗଜ ସେହି ନ୍ୟୁଜ୍‌ ପ୍ରକାଶ କରିଥିଲା। ସେଥିପାଇଁ ତାଙ୍କ ମାଲିକଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା।

ମହାରଥୀଙ୍କୁ ଘାଇଲା କଲେ ଦାମ

ପ୍ରତ୍ୟେକ ମହିଳାଙ୍କ ଦୁଇଟି ସ୍ୱାମୀ ଅଛନ୍ତି ବୋଲି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିବା ଅଭିଯୋଗ ହୋଇଛି। ଏ ପ୍ରସଙ୍ଗରେ ଡାକ୍ତର ରାଉତ କହିଛନ୍ତି-“ପ୍ରଦୀପ ମହାରଥୀ ଜଣେ ନାଟୁଆ। ତା’ ନାଁ ନଟୁ। ଯାତ୍ରା ଅଭିନେତାଙ୍କ ପରି ବେଳେ ବେଳେ କଥା କହେ। ହେଲେ ମନ୍ତ୍ରୀ ହେଲା ପରେ ଦାୟିତ୍ୱ ଆସିବା କଥା। ମାତ୍ର ପ୍ରତ୍ୟେକ ମହିଳାଙ୍କର ଦୁଇଟି ସ୍ୱାମୀ ବୋଲି ମହାରଥୀ କହିବା ଛୋଟିଆ କଥା ନୁହେଁ। ସିଏ ବି ଜଣେ ସ୍ୱାମୀ। ତାହାର ଅର୍ଥ ସେ ନିଜେ କହିବାକୁ ଚାହୁଁଛନ୍ତି, ତାଙ୍କ ସ୍ତ୍ରୀର ଦୁଇଟି ସ୍ୱାମୀ ଅଛନ୍ତି?”

ଦୁଃଖ ରହିଗଲା

“ଦୁର୍ନୀତି ପ୍ରସଙ୍ଗ ଉଠାଇଲି ବୋଲି ମନ୍ତ୍ରିମଣ୍ଡଳ ଓ ଦଳରୁ ବହିଷ୍କୃତ ହେଲି। କିନ୍ତୁ ଦୁଃଖ ରହିଗଲା, ସରକାର ଯେତିକି ସ୍ୱୀକାର କଲେ, ତାହାଠାରୁ ବହୁଗୁଣା ଦୁର୍ନୀତି ରହିଗଲା। ସେମାନେ ଚାରା ଦୁର୍ନୀତି କଥା କହିଲେ, ହେଲେ ସାର କଥା ଜମାରୁ ଉଠାଇଲେ ନାହିଁ। ସାର ଦୁର୍ନୀତି ପାଇଁ ବାରିପଦା ଆସିଷ୍ଟାଣ୍ଟ ଡାଇରେକ୍ଟରକୁ ସସ୍‌ପେଣ୍ଡ କରିଥିଲି।”

ସମ୍ପୃକ୍ତ ଅଫିସର୍ କୋଟି କୋଟି ଟଙ୍କାର ସାର ନ କିଣି ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଡାକ୍ତର ରାଉତ ତାଙ୍କୁ ସସ୍‌ପେଣ୍ଡ କରିଥିଲେ। ସେହିପରି ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ସମ୍ୱଲପୁର ଓ କଳାହାଣ୍ଡି ଜିଲ୍ଲାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ଡାକ୍ତର ରାଉତ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି-“ଆମେ ବିକାଶ ବିକାଶ କଥା ଚିତ୍କାର କରୁଛୁ। ହେଲେ ସେହି ବିକାଶ କେଉଁଠି? ରାଜ୍ୟର ୧୮ ଲକ୍ଷ ଆଦିବାସୀ ପରିବାରଙ୍କର ଜମି, ଜମିଡିହ ଓ ଘର ନାହିଁ। ସେମାନଙ୍କ ପାଇଁ କିଛି କରାଯାଇନି। ଲକ୍ଷ ଲକ୍ଷ ଭାଗଚାଷୀ ଶୋଷିତ ହେଉଛନ୍ତି, ତାହାହେଲେ କେମିତି କୃଷକ ସଶକ୍ତିକରଣ କରାଯାଉଛି?”



from Odisha Reporter https://ift.tt/2NAioRE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages