ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଆକାଶ ଦାସ ନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଆକାଶ ଦାସ ନାୟକ

akash

ଭୁବନେଶ୍ୱର (ପ୍ରଦୀପ ଭାରତୀ): ଓଲିଉଡ୍‌ ଅଭିନେତା ତଥା କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ଆଜି ନିଜର ଜନ୍ମଦିନ ପାଳନ କରିଛନ୍ତି। ପ୍ରତ୍ୟେକ ବର୍ଷ ନିଜର ଜନ୍ମଦିନକୁ ସେ ନିଆରା ଢଙ୍ଗରେ ପାଳନ କରିବାର ନଜିର ରହିଛି।

akashଆଜି ସେ ଏକ ବୃଦ୍ଧାଶ୍ରମରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ପିଲାମାନଙ୍କଠାରୁ ଅଲଗା ହୋଇ ରହୁଥିବା ଅସହାୟ ବାପା ମାଆମାନଙ୍କ ଗହଣରେ ହିଁ କେକ୍‌ କାଟି ନିଜର ଜନ୍ମଦିନକୁ ପାଳନ କରିଛନ୍ତି। ସଂଧ୍ୟାରେ ଭୁବନେଶ୍ୱର ସ୍ଥିତ ଶ୍ରୀକ୍ରିଷ୍ଣା ବୃଦ୍ଧାଶ୍ରମରେ ସେ ତାଙ୍କ ପତ୍ନୀଙ୍କ ସହିତ ପହଞ୍ଚିଥିଲେ। ସେଠାରେ ରହୁଥିବା ବୃଦ୍ଧବୃଦ୍ଧାଙ୍କ ସହିତ କ୍ୟାରମ ଖେଳିବା ସହିତ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଚେଷ୍ଟା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାଙ୍କ ସହିତ ହାସ୍ୟ ଅଭିନେତା ହାଡ଼ୁ ଓ ଅନ୍ୟ କେତେଜଣ କଳାକାର ମଧ୍ୟ ଉପସ୍ଥିତ ଥିଲେ।

akashସେଠାରେ ରହୁଥିବା ବୃଦ୍ଧ ଓ ବୃଦ୍ଧାମାନେ ମଧ୍ୟ ଆକାଶ ଓ ତାଙ୍କ ସ୍ତ୍ରୀଙ୍କୁ ପାଖରେ ପାଇ ବେଶ ଖୁସି ଜଣାପଡ଼ୁଥିଲେ। ଆକାଶଙ୍କ ଏଭଳି କାମ ପାଇଁ ସେମାନେ ତାଙ୍କୁ ଦୀର୍ଘାୟୁ ହେବା ସହିତ ନିରୋଗ ରହିବାର ଆଶୀର୍ବାଦ ମଧ୍ୟ ଦେଇଥିଲେ।

ଏହି ଅବସରରେ ଆକାଶ ନିଜ ମନର କଥା ଶୁଣାଇଥିଲେ। ସେ କହିଥିଲେ, “ଖୁସି ବାଣ୍ଟିଲେ ବଢ଼େ, ସେଥିପାଇଁ ମୁଁ ଏହି ବିଶେଷ ଦିନଟି କୋଉଠି ନା କୋଉଠି ଅସହାୟ ଲୋକଙ୍କ ପାଖରେ କଟାଇବା ପାଇଁ ପସନ୍ଦ କରିଥାଏ। ଆଜି ମଧ୍ୟ ଏହି ଦିନଟି ସେମାନଙ୍କ ସହ ପାଳନ କରିଥିବାରୁ ବେଶ୍‌ ଖୁସି ଅନୁଭବ କରୁଛି।”



from Odisha Reporter https://ift.tt/2xikbk4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages