ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ସୁନାମି ଆଲର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ସୁନାମି ଆଲର୍ଟ

ଜାକର୍ତ୍ତା: ଇଣ୍ଡୋନେସିଆର ସୁଲାୱେସିରେ ଆଜି ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୭ ରହିଥିବାରୁ ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ପ୍ରଥମ ଶକ୍ତିଶାଳୀ ଝଟ୍‌କା ପରେ ଏକାଧିକ ଥର ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଫଳରେ ସୁନାମି ଆସିବାର ଆଶଙ୍କା ପ୍ରକାଶ ପାଇଛି।

ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ସୁନାମି ଆଲର୍ଟ କରାଯାଇଛି। ବିଶେଷ କରି କେନ୍ଦ୍ରୀୟ ସୁଲାୱେସି ଓ ପଶ୍ଚିମ ସୁଲାୱେସିରେ ସୁନାମି ଆସିବାର ସର୍ବାଧିକ ସମ୍ଭାବନା ଥିବା ଇଣ୍ଡୋନେସିଆ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଥିପାଇଁ ସେଠାରେ ରହୁଥିବା ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।

ଏଯାଏ କ୍ଷୟକ୍ଷତି ସମ୍ପର୍କରେ କୌଣସି ବିସ୍ତୃତ୍ ରିପୋର୍ଟ ମିଳିନାହିଁ।



from Odisha Reporter https://ift.tt/2N7KG10

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages