ବିଜେଡି ବିଧାୟକଙ୍କ ବିରୋଧରେ ଏମିତି ମନ୍ତବ୍ୟ ଦେଲେ ଅପରାଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ବିଜେଡି ବିଧାୟକଙ୍କ ବିରୋଧରେ ଏମିତି ମନ୍ତବ୍ୟ ଦେଲେ ଅପରାଧୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକଙ୍କ ବିରୋଧରେ ଜଣେ ହାର୍ଡକୋର୍ ଅପରାଧୀ ଏକ ଚାଞ୍ଚଲ୍ୟକର ବୟାନ୍ ଦେଇଛି। ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ଯୋଗୁ ତାକୁ ଗିରଫ କରାଯାଇଛି ବୋଲି କହିଛି ହାର୍ଡକୋର୍ ଅପରାଧୀ ମାଧ ଖୁଣ୍ଟିଆ।

ସେ କହିଛି -“ପାଣି ପଞ୍ଚାୟତରେ ଦୁର୍ନୀତି ହୋଇଛି। ବିଧାୟକ ପିସି ନେଇ ନିମ୍ନମାନର କାମ କରୁଛନ୍ତି। ଏ ସମ୍ପର୍କରେ ବିଧାୟକଙ୍କୁ ପଚାରିବାରୁ ମୋତେ ଗିରଫ କରାଗଲା।”

ଟିଟୋ ଲିଙ୍କ୍ ଅଭିଯୋଗରେ ଗତକାଲି ମାଧକୁ ବଲାଙ୍ଗିରରୁ ଗିରଫ କରିଥିଲା ପୁଲିସ।

ମାଧର ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ।

ସେ କହିଛନ୍ତି-“ଚୋରି ଡକାୟତି ପେସାରେ ଥିବା ଲୋକ ଦୁର୍ନୀତି କଥା କ’ଣ କହିବ? ସେ ଶହଶହ ଅପରାଧିକ ମାମଲାରେ ସମ୍ପୃକ୍ତ ରହିଛି। ତା’ ସହିତ ମୋର କି ସମ୍ପର୍କ? ତାକୁ କିଏ ଶିଖେଇଥିବ କହିବା ପାଇଁ। ପାଣି ପଞ୍ଚାୟତ ଏକ ସ୍ୱୟଂଚାଳିତ ସଂସ୍ଥା। ଏଥିରେ ମୋର ଭୂମିକା କିଛି ନାହିଁ।”



from Odisha Reporter https://ift.tt/2R5QCL5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages